ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ଦାବିରେ ସବୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ଓ ବାତ୍ୟା ‘ଅମ୍ଫନ’ ଆତଙ୍କ ମଧ୍ୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବା ଦାବିରେ ବିଜେପି ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଓ ରେଳ ବିଭାଗର ସହଯୋଗରେ ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ଦଳ ଦାବି କରିଛି। ରାଜ୍ୟ ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକମାନଙ୍କ ତାଲିକା, […]

bvc11-1

Tapas Behera
  • Published: Tuesday, 19 May 2020
  • , Updated: 19 May 2020, 09:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ଓ ବାତ୍ୟା ‘ଅମ୍ଫନ’ ଆତଙ୍କ ମଧ୍ୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବା ଦାବିରେ ବିଜେପି ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଓ ରେଳ ବିଭାଗର ସହଯୋଗରେ ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ ଦଳ ଦାବି କରିଛି।

ରାଜ୍ୟ ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକମାନଙ୍କ ତାଲିକା, କାର୍ଯ୍ୟସ୍ଥଳୀ, ସ୍ଥାନ ଆଦିର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଉଭୟ କେନ୍ଦ୍ର ସରକାର ଏବଂ ରେଳ ବିଭାଗର ସହଯୋଗରେ ସେମାନଙ୍କୁ ଜନ୍ମସ୍ଥାନକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମସ୍ତ ଜିଲ୍ଲା ବିଜେପି କମିଟି ଦ୍ୱାରା ଆଜି ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଦଳ ପକ୍ଷରୁ କୁହାଯାଇଛି ଯେ ‘କରୋନାଜନିତ ଦେଶବ୍ୟାପୀ ଲକଡାଉନକୁ ୨ମାସ ବିତିସାରିଛି। ଏବେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମଗ୍ର ଦେଶବାସୀଙ୍କ ଅନ୍ତରଆତ୍ମାକୁ ଦୋହଲାଇ ସାରିଛି। ତେଣୁ ଏଭଳି ସ୍ଥିତିରେ କରୋନାଜନିତ ଲକଡାଉନ୍ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଟ୍ରେନ୍ ଚଳାଚଳ ଆରମ୍ଭ କରିଛନ୍ତି। ଏପରିକି ‘ଶ୍ରମିକ ସ୍ପେସିଆଲ୍ ଟ୍ରେନ୍‌’ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରାଳୟ ପଦକ୍ଷେପ ନେଇଛି।

ଅନ୍ୟପଟେ ଏହି ଲକଡାଉନ୍ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଆଦି ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଏବେ ନିଜ ଗାଁକୁ ଫେରିବା ନିଜର କରୁଣ କାହାଣୀ କହୁଛନ୍ତି। ଯାହାକି ଅତ୍ୟନ୍ତ ଦୁଃଖଦାୟକ। ଏସବୁ ରାଜ୍ୟଗୁଡ଼ିକରେ ରହି ଯାଇଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଏବେ ବାସଗୃହ, ଖାଦ୍ୟ, ଔଷଧ, ପାନୀୟ ଜଳ ଭଳି ସାମାନ୍ୟ ମୈାଳିକ ସୁବିଧା ନପାଇ ନାନାଦି ହଇରାଣର ଶିକାର ହେବା ସହ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି।
ତେଣୁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଉ ବୋଲି ବିଜେପି ଦାବି କରିଛି।

Related story