ଚିଟ୍‌ଫଣ୍ଡ୍‌ ଠକଙ୍କୁ ମିଳିବ କଠୋର ଦଣ୍ଡ, ପ୍ରତ୍ୟେକ ଜିଲ୍ଲାରେ ହେବ ମେଡିକାଲ୍ କଲେଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏସ୍‌ଆଇଟି ଦ୍ୱାରା ଚିଟ୍‌ଫଣ୍ଡ୍ ଠକେଇର ତଦନ୍ତ କରାଯିବ। ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ। ତା’ସହିତ ଚିଟ୍‌ଫଣ୍ଡ ଠକଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ। ରାଜ୍ୟ ବିଜେପି ତା’ ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ରେ ଏମିତି ପ୍ରତିଶ୍ରୁତି ଦେଇଛି। ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲା। ଏଥିରେ କୁହାଯାଇଛି, ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ […]

bjp

bjp

Jitendra Garnayak
  • Published: Sunday, 07 April 2019
  • Updated: 07 April 2019, 02:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏସ୍‌ଆଇଟି ଦ୍ୱାରା ଚିଟ୍‌ଫଣ୍ଡ୍ ଠକେଇର ତଦନ୍ତ କରାଯିବ। ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ। ତା’ସହିତ ଚିଟ୍‌ଫଣ୍ଡ ଠକଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ। ରାଜ୍ୟ ବିଜେପି ତା’ ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ରେ ଏମିତି ପ୍ରତିଶ୍ରୁତି ଦେଇଛି।

ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲା। ଏଥିରେ କୁହାଯାଇଛି, ରାଜ୍ୟରେ ଦଳ କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ମଧ୍ୟ ଲାଗୁ କରାଯିବ।

ରାଜ୍ୟ ବିଜେପି ‘ସଂକଳ୍ପ ପତ୍ର’ରେ ଗରିବଙ୍କ ବିକାଶ ଉପରେ ଗୁରୁତ୍ୱ ଦେଇଥିବା ବେଳେ କ୍ଷମତାକୁ ଆସିଲେ ୩ ମାସ ମଧ୍ୟରେ ପେସା ଆଇନ ଲାଗୁ କରାଯିବ ବୋଲି କହିଛି। ତା’ସହିତ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବ।

ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ ବୋଲି ଦଳ କହିଥିବା ବେଳେ ଶିଳ୍ପ, ଉତ୍ତମ ଶିକ୍ଷା ଓ ରୋଜଗାର ଉପରେ ବି ଗୁରୁତ୍ୱ ଦେଇଛି। ସେହିଭଳି ଆଦିବାସୀଙ୍କୁ ଜମିପଟ୍ଟା ଦିଆଯିବ।

ସେହିପରି ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି ଓ ବିଜୁଳି ସହିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି।
ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ ବୋଲି ଦଳ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଛି। ଏହା ସହିତ ରାଜ୍ୟରେ ଭ୍ରଷ୍ଟାଚାର ଓ ଗୁଣ୍ଡାଗର୍ଦ୍ଦିକୁ ଖତମ କରାଯିବ ବୋଲି ଦଳ କହିଛି।

ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ବିଜେପି ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା କରାଯିବ ବୋଲି କହିଛି। ଏହା ସହିତ ୫ଟି ହାଇଟେକ୍ ମେଡିକାଲ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ଏଥିରେ ଆହୁରି କୁହାଯାଇଛି ଯେ ବିଜେପି ସରକାର ଗଢ଼ିଲେ ୨ ବର୍ଷ ଭିତରେ ବେକାରୀଙ୍କୁ ଚାକିରି ମିଳିବ। ଏହା ସହିତ ୫ ବର୍ଷରେ ୨୦ ଲକ୍ଷ ପିଲାଙ୍କୁ ସ୍କିଲ ଡେଭଲପମେଣ୍ଟ ବା ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ।

ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଅମିତ ଶାହ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ, ବିଜେଡିର ଶାସନ କଂଗ୍ରେସଠୁ ମଧ୍ୟ ନିକୃଷ୍ଟ। ଦୂରଦୃଷ୍ଟିର ଅଭାବ, ଆଳସ୍ୟ ଓ ଦୁର୍ନୀତି ଓଡ଼ିଶାକୁ ପତନ ଆଡ଼କୁ ନେଇଛି। ଖଣି ଓ ଚିଟ୍‌ଫଣ୍ଡ୍‌ ଦୁର୍ନୀତିରେ ସଂପୃକ୍ତ ନେତାଙ୍କୁ ଟିକେଟ ମିଳିଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା,ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଇସ୍ତାହାର କମିଟି ତୃଣମୂଳସ୍ତରରେ ଲୋକଙ୍କ ମତାମତ ସଂଗ୍ରହ କରି ଏହି ‘ସଂକଳ୍ପ ପତ୍ର’ ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟ କଂଗ୍ରେସ ବି ତା’ର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ- ଚାକିରି ନ ମିଳିବା ଯାଏ ମାସିକ ୩୦୦୦ ଟଙ୍କାର ବେକାରୀ ଭତ୍ତା ଦେବ କଂଗ୍ରେସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story