ପ୍ରାର୍ଥୀ ଖୋଜୁଛି ବିଜେପି, ମିଳୁ ନାହାନ୍ତି ଯୋଗ୍ୟ ନେତା

ଭୁବନେଶ୍ୱର (ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଦଳଗୁଡ଼ିକ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଏବେ ପ୍ରାର୍ଥୀ ଚୟନ ବିଜେପି ପାଇଁ ପ୍ରମୁଖ ସମସ୍ୟା ପାଲଟିଛି। ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦୁଇ ନମ୍ବର ଦଳ ପାଲଟିଥିବା ବିଜେପି, ଆଗାମୀ ସାଧାରଣ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସଙ୍କଟରେ ପଡ଼ିଛି। ବିଶେଷକରି ବିଜେଡିକୁ ଟକ୍କର ଦେବା ପାଇଁ ଦଳ ପାଖରେ ୧୪୭ଟି ଆସନ ନିମନ୍ତେ ଉପଯୁକ୍ତ ପ୍ରାର୍ଥୀ […]

ticket

ticket

Ordigital Desk
  • Published: Friday, 03 August 2018
  • Updated: 03 August 2018, 09:22 PM IST

Sports

Latest News

ଭୁବନେଶ୍ୱର (ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଦଳଗୁଡ଼ିକ ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ, ଏବେ ପ୍ରାର୍ଥୀ ଚୟନ ବିଜେପି ପାଇଁ ପ୍ରମୁଖ ସମସ୍ୟା ପାଲଟିଛି।

ପଞ୍ଚାୟତ ନିର୍ବାଚନ ପରେ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦୁଇ ନମ୍ବର ଦଳ ପାଲଟିଥିବା ବିଜେପି, ଆଗାମୀ ସାଧାରଣ ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସଙ୍କଟରେ ପଡ଼ିଛି। ବିଶେଷକରି ବିଜେଡିକୁ ଟକ୍କର ଦେବା ପାଇଁ ଦଳ ପାଖରେ ୧୪୭ଟି ଆସନ ନିମନ୍ତେ ଉପଯୁକ୍ତ ପ୍ରାର୍ଥୀ ମିଳୁନଥିବା ଜଣାପଡ଼ିଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଘ ପରିବାର ପକ୍ଷରୁ ଏକ ନିର୍ବାଚନୀ ରିପୋର୍ଟ ପ୍ରସ୍ତୁତ ହୋଇଛି। ଯେଉଁଥିରେ ରାଜ୍ୟର ୧୪୭ଟି ଆସନ ମଧ୍ୟରୁ ପ୍ରାୟ ୮୫ଟି ସିଟ୍‌ରେ, ଦଳର ବିଜୟ ସମ୍ଭାବନା ଥିବା ଭଳି ଉପଯୁକ୍ତ ପ୍ରାର୍ଥୀ ନଥିବା ସ୍ପଷ୍ଟ କରାଯାଇଛି।

ରିପୋର୍ଟରେ ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନ ଏବଂ ୨୦୧୭ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ବିଶ୍ଳେଷଣ କରାଯାଇ, ବିଜେଡିକୁ ଟକ୍କର ଦେବା ପାଇଁ ଦଳ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ୍ ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ବିଶେଷକରି ଦଳ ପାଖରେ ଉପକୂଳ ଓଡ଼ିଶାର ୬୩ଟି ବିଧାନସଭା ଆସନ ମଧ୍ୟରୁ ୪୮ଟି ପାଇଁ ଉପଯୁକ୍ତ ପ୍ରାର୍ଥୀ ପାଉନଥିବା ଜଣାପଡ଼ିଛି। ସେହିପରି ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର ଭଳି ଜିଲ୍ଲାରେ ବିଧାୟକ ପ୍ରାର୍ଥୀ ଚୟନ ମଧ୍ୟ ଚିନ୍ତାର କାରଣ ପାଲଟିଛି।

୨୦୦୯ ମସିହା ନିର୍ବାଚନରେ ଦଳ ୧୪୫ଟି ଆସନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ୯୩ଟି ଆସନରେ ଦଳୀୟ ପ୍ରାର୍ଥୀଙ୍କ ଅମାନତ ଜବତ ହୋଇଯାଇଥିଲା। ଦଳକୁ ନିର୍ବାଚନରେ ୧୫.୧% ଭୋଟ୍ ମିଳିଥିଲା। ଦଳ ସପକ୍ଷରେ ମୋଟ ୨୬ ଲକ୍ଷ ଭୋଟ ପଡ଼ିଥିଲା ଓ ୬ ଜଣ ବିଧାୟକ ଜିତିଥିଲେ।

ସେହିପରି ୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦି ହାୱା ସତ୍ୱେ ଦଳ ସପକ୍ଷରେ ୧୮ ପ୍ରତିଶତ ଭୋଟ୍ ପଡ଼ିଥିଲା ଓ ପ୍ରାୟ ୩୮ ଲକ୍ଷ ଭୋଟର ଦଳୀୟ ପ୍ରାର୍ଥୀଙ୍କୁ ନିଜର ସମର୍ଥନ ଜଣାଇଥିଲେ। ଦଳ ୧୪୭ଟି ଆସନରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମାତ୍ର ୧୦ଟିରେ ବିଜୟୀ ହୋଇଥିଲା।

ତେବେ ପଞ୍ଚାୟତ ନିର୍ବାଚନରେ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରାୟ ୬୭ ଲକ୍ଷ ଭୋଟ୍ ପଡ଼ିଥିଲା। ଯାହାକୁ ଦୃଷ୍ଟିରେ ରଖି ଦଳର ଜାତୀୟ ସଭାପତି ଅମିତ୍ ଶାହ ରାଜ୍ୟରେ ୧୨୦ ସିଟରେ ବିଜୟ ଲାଭ କରିବ ବୋଲି ଦମ୍ଭୋକ୍ତି ବାଢ଼ିଥିଲେ। କିନ୍ତୁ ବିଜେପୁର ଉପନିର୍ବାଚନରେ ପରାଜୟ ପରଠୁ ଦଳର ସାଂଗଠନିକ କାର୍ଯ୍ୟ ଧିମେଇ ଯାଇଛି।

ମୋ ବୁଥ୍ ସବୁଠୁ ମଜଭୁତ କାର୍ଯ୍ୟକ୍ରମରେ ୩୬ ହଜାର ବୁଥ୍ ମାଧ୍ୟମରେ ୧.୪୦ କୋଟି ଭୋଟରଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ସେଥିରେ ୫୦ ଲକ୍ଷ ଭୋଟର ମଧ୍ୟ ଯୋଡ଼ି ହୋଇପାରିନଥିବା ଜଣାପଡ଼ିଛି।

ଦଳ ଯୋଗ୍ୟ ଓ ବିଜୟ ସମ୍ଭାବନା ଥିବା ନେତାଙ୍କୁ ପ୍ରାର୍ଥୀ କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ତଥ୍ୟକୁ ଦୃଷ୍ଟିରେ ରଖି ଦଳ ଆଗାମୀ ସାଧାରଣ ନିର୍ବାଚନରେ କିଭଳି ମଇଦାନକୁ ଓହ୍ଲାଇବ, ତାହା ବିଜେପି ରଣନୀତିକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇ ପଡ଼ିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story