ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଏହି ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀ ଓ ବିଜେଡି କର୍ମୀ ଘର ପାଇଥିବା ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରିଛି ରାଜ୍ୟ ସରକାର ଫେବୃଆରୀ ୭ରୁ ୨୨ ତାରିଖ ଯାଏଁ ସାନି ହିତାଧିକାରୀଙ୍କଠାରୁ ଆବେଦନ ପତ୍ର ଗ୍ରହଣ କଲେ। ହେଲେ ଏଯାଏଁ ସେସବୁ ଆବେଦନପତ୍ର ବ୍ଲକ ଅଫିସରୁ ବାହାରି ନଥିବା ଅଭିଯୋଗ କରିଛନ୍ତି ଦଳୀୟ ନେତା ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ରର ହୋଇଥିବା ବେଳେ ରାଜ୍ୟ ସରକାର ଚଞ୍ଚକତାର ସହିତ ଷ୍ଟିକର ମାରି ବିଜୁ ପକ୍କା ଘର ଯୋଜନା ଲେଖୁଥିବା ବିଜେପି ଅଭିଯୋଗ କରିଛି । ଯୋଜନା ହାଇଜାକ୍ କରିବା ବନ୍ଦ ନକଲେ ଆସନ୍ତା ୨୮ ତାରିଖରେ ବ୍ଲକ ଅଫିସ୍ ଆଗରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ୨୯ ତାରିଖରେ ରାଜ୍ୟର ସମସ୍ତ ଥାନା ଆଗରେ ବିଜେପି ବିକ୍ଷୋଭ କରିବ । ରାଜ୍ୟ ସରକାର ଚଞ୍ଚକତା କରି କେନ୍ଦ୍ରର ଯୋଜନାକୁ ନିଜର କହି ଯେଉଁ ଚିଠି କରିଛନ୍ତି ତାକୁ ବିଜେପିର ନେତା ମାନେ ଆଜି ଗଣମାଧ୍ୟମ ଆଗରେ ଚିରି ଦେଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।