ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ଏଥର ବଜେଟ ଅଧିବେଶନ ବେଶ୍ ସରଗରମ୍ ହେବା ଅନୁମାନ କରାଯାଉଛି। ଅଧିବେଶନ ପୂର୍ବରୁ ବିରୋଧୀ ଓ ଶାସକ ଦଳ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି। ଚଳିତ ଅଧିବେଶନରେ ବିଜେପି ଚାଷୀ ଆତ୍ମହତ୍ୟା, ଇନପୁଟ୍ ସବସିଡି, ଆଇନ ଶୃଙ୍ଖଳା ଓ ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବାକୁ ଯୋଜନା କରିଛି।

ସେହିପରି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଦୁଷ୍କର୍ମ ସଂଖ୍ୟା ବୃଦ୍ଧି, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି ଓ ପାନୀୟ ଜଳ ସମସ୍ୟାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ସୂଚନା ମିଳିଛି।  ବିରୋଧୀଙ୍କୁ କାଉଣ୍ଟର କରିବାକୁ ବି ରଣନୀତି ପ୍ରସ୍ତୁତ କରିଛି ଶାସକ ବିଜେଡି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ, ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାରିତା, ପୋଲାଭରମ ପ୍ରସଙ୍ଗ, କୃଷି ଓ କୃଷକ ସଂପର୍କିତ ପ୍ରସଙ୍ଗ ଉଠାଯିବ। ଗତକାଲି ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସୂଚନା ଦେଇଥିଲେ।

Ordigital Desk
• Published: Tuesday, 20 March 2018
• Updated: 20 March 2018, 08:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ଏଥର ବଜେଟ ଅଧିବେଶନ ବେଶ୍ ସରଗରମ୍ ହେବା ଅନୁମାନ କରାଯାଉଛି। ଅଧିବେଶନ ପୂର୍ବରୁ ବିରୋଧୀ ଓ ଶାସକ ଦଳ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛନ୍ତି। ଚଳିତ ଅଧିବେଶନରେ ବିଜେପି ଚାଷୀ ଆତ୍ମହତ୍ୟା, ଇନପୁଟ୍ ସବସିଡି, ଆଇନ ଶୃଙ୍ଖଳା ଓ ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବାକୁ ଯୋଜନା କରିଛି।

ସେହିପରି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଦୁଷ୍କର୍ମ ସଂଖ୍ୟା ବୃଦ୍ଧି, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି ଓ ପାନୀୟ ଜଳ ସମସ୍ୟାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ସୂଚନା ମିଳିଛି।  ବିରୋଧୀଙ୍କୁ କାଉଣ୍ଟର କରିବାକୁ ବି ରଣନୀତି ପ୍ରସ୍ତୁତ କରିଛି ଶାସକ ବିଜେଡି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗ, ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାରିତା, ପୋଲାଭରମ ପ୍ରସଙ୍ଗ, କୃଷି ଓ କୃଷକ ସଂପର୍କିତ ପ୍ରସଙ୍ଗ ଉଠାଯିବ। ଗତକାଲି ବିଜେଡି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos