ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ସନ୍ଧ୍ୟା ୫ଟା ୪୫ମିନିଟରେ ହେବାର କାର୍ଯ୍ୟକ୍ରମ ରହିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାବିନେଟ୍ ବୈଠକରେ ମୋଟ ୩ଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ , ବିଧାନସଭା ଶୀତ ଅଧିବେଶନ […]

sachi

Manoranjan Sial
  • Published: Monday, 16 December 2019
  • , Updated: 17 December 2019, 10:02 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ସନ୍ଧ୍ୟା ୫ଟା ୪୫ମିନିଟରେ ହେବାର କାର୍ଯ୍ୟକ୍ରମ ରହିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାବିନେଟ୍ ବୈଠକରେ ମୋଟ ୩ଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି।
ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ , ବିଧାନସଭା ଶୀତ ଅଧିବେଶନ ସମାପ୍ତିଓ ରାଜସ୍ୱ ବିଭାଗର କ୍ୟାଡ଼ର ଓ ଚାକିରି ସର୍ତ୍ତାବଳୀ ସମ୍ପର୍କିତ ମୋଟ୍ ୩ଟି ଏଜେଣ୍ଡା ସମ୍ପର୍କରେ ଆଲୋଚନା ହେବ। ତେବେ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶେଷ ମୁହୂର୍ତ୍ତରେ ଏହି ଏଜେଣ୍ଡା ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ବିଶେଷକରି କ୍ୟାବିନେଟ୍ ବୈଠକରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଓ ଲିଙ୍ଗରାଜ ମନ୍ଦିର ପାରିପାଶ୍ୱିର୍କ ବିକାଶ ନିମନ୍ତେ ଥଇଥାନ ପ୍ୟାକେଜ ସମେତ ୬ରୁ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି।

Related story