ଆହୁରି ଶକ୍ତିଶାଳୀ ହେବ ରାଜ୍ୟ ଅଗ୍ନିଶମ ବାହିନୀ, ଟୁଇନ ସିଟିରେ ସେବା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା, ବନ୍ୟା, ବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରତିକୂଳ ପରିସ୍ଥିତିରେ ସହାୟତା କରିବାକୁ ଆଗେଇ ଆସିଥାଏ ରାଜ୍ୟ ଅଗ୍ନିଶମ ବାହିନୀ । ଯେକୌଣସି ବିପଦରୁ ମଣିଷକୁ ସୁରକ୍ଷିତ ଭାବେ ଉଦ୍ଧାର  କରିବା ହେଉଛି ଅଗ୍ନିଶମ କର୍ମଚାରୀଙ୍କ ପ୍ରାଥମିକତା।  ଏବେ ଆହୁରି ଶକ୍ତିଶାଳୀ ହେବ ରାଜ୍ୟ ଅଗ୍ନିଶମ  ବାହିନୀ, ଲୋକଙ୍କୁ ଯୋଗାଇ ଦେବା ଆପାତକାଳୀନ ସେବା। ଏଥିନିମନ୍ତେ ରାଜ୍ୟର ୩ଟି ରାଜସ୍ୱ ଡିଭିଜନ କେନ୍ଦ୍ରାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳରେ ଗଠିତ ହେବ ଷ୍ଟ୍ରାଇକିଂ ଫୋର୍ସ । […]

pic

pic

Niharika Rout
  • Published: Saturday, 01 October 2022
  • Updated: 01 October 2022, 10:47 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା, ବନ୍ୟା, ବର୍ଷା ପରି ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରତିକୂଳ ପରିସ୍ଥିତିରେ ସହାୟତା କରିବାକୁ ଆଗେଇ ଆସିଥାଏ ରାଜ୍ୟ ଅଗ୍ନିଶମ ବାହିନୀ । ଯେକୌଣସି ବିପଦରୁ ମଣିଷକୁ ସୁରକ୍ଷିତ ଭାବେ ଉଦ୍ଧାର  କରିବା ହେଉଛି ଅଗ୍ନିଶମ କର୍ମଚାରୀଙ୍କ ପ୍ରାଥମିକତା।  ଏବେ ଆହୁରି ଶକ୍ତିଶାଳୀ ହେବ ରାଜ୍ୟ ଅଗ୍ନିଶମ  ବାହିନୀ, ଲୋକଙ୍କୁ ଯୋଗାଇ ଦେବା ଆପାତକାଳୀନ ସେବା।

[caption id="attachment_770543" align="aligncenter" width="650"]fire ରାଜ୍ୟ ଅଗ୍ନିଶମ ବିଭାଗରେ ସାମିଲ ହୋଇଥିବା ନୂତନ ଯନ୍ତ୍ରପାତି ।[/caption]

ଏଥିନିମନ୍ତେ ରାଜ୍ୟର ୩ଟି ରାଜସ୍ୱ ଡିଭିଜନ କେନ୍ଦ୍ରାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳରେ ଗଠିତ ହେବ ଷ୍ଟ୍ରାଇକିଂ ଫୋର୍ସ ।  ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାଞ୍ଚଳରେ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ ହୋଇଛି । ଟୁଇନ ସିଟି କଟକ, ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଛି।  ଅତ୍ୟାଧୁନିକ ଟ୍ରେନିଂ ନେଇଥିବା ଏହି ଟିମ୍ ଆପଦକାଳୀନ ସମୟରେ ଗୁରୁ ଦାୟିତ୍ୱ ତୁଲାଇବେ  । ଅର୍ବାନ ଫ୍ଲଡିଂ, ନାଚୁରାଲ ଫ୍ଲଡିଂ ଭଳି  ବିପର୍ଯ୍ୟୟ ସମୟରେ ଏହି ଫୋର୍ସ କାମ କରିବ  ।

[caption id="attachment_770542" align="aligncenter" width="650"]fire ରାଜ୍ୟ ଅଗ୍ନିଶମ ବିଭାଗରେ ସାମିଲ ହୋଇଥିବା ନୂତନ ଯନ୍ତ୍ରପାତି ।[/caption]

ଏହି ଅବସରରେ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ଏକ  ଫାୟାର ଗାଡି ଉଦଘାଟିତ ହୋଇଛି  । ଏହି ଗାଡିରେ, ବୋଟ, ଭିକଟିମ୍ ଲୋକେଟେଡ କ୍ୟାମେରା, ବିଭିନ୍ନ ଜିନିଷ କାଟିବା ଲାଗି ସରଞ୍ଜାମ ରହିଛି,   ଯାହା ବଡ ବଡ ଗଛ ସହ ବିଦ୍ୟୁତ୍‌ ଖୁଣ୍ଟି କାଟିବାରେ ସହାୟକ ହେବ ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟୟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos