୧୯ ଜିଲ୍ଲାରେ ଆଉ ଜଣେ ଲେଖାଏଁ ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି, କାର୍ଯ୍ୟାନୁଷ୍ଠାନ ଚେତାବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ ରାଜ୍ୟ ସରକାର ଆଜି ୨୨ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି। କରୋନା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ତୁଲାଇବା ନିମନ୍ତେ ୧୯ଟି ଜିଲ୍ଲାରେ ଏହି ବରିଷ୍ଠ ଅଫିସରମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି। ଯଦିଓ ଏସବୁ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନିକ) କାର୍ଯ୍ୟ କରୁଛନ୍ତି। ଏହି ଅଫିସରମାନେ ୪୮ଘଣ୍ଟା ମଧ୍ୟରେ ନିଜର ନୂଆ ଦାୟିତ୍ୱରେ ଯୋଗ ନଦେଲେ ସେମାନଙ୍କ […]

secretariat-odisha-750x430

secretariat-odisha-750x430

Manoranjan Sial
  • Published: Tuesday, 24 March 2020
  • Updated: 24 March 2020, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକଡାଉନ୍ ଘୋଷଣା ହୋଇଥିବାବେଳେ ରାଜ୍ୟ ସରକାର ଆଜି ୨୨ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି। କରୋନା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ତୁଲାଇବା ନିମନ୍ତେ ୧୯ଟି ଜିଲ୍ଲାରେ ଏହି ବରିଷ୍ଠ ଅଫିସରମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି। ଯଦିଓ ଏସବୁ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନିକ) କାର୍ଯ୍ୟ କରୁଛନ୍ତି। ଏହି ଅଫିସରମାନେ ୪୮ଘଣ୍ଟା ମଧ୍ୟରେ ନିଜର ନୂଆ ଦାୟିତ୍ୱରେ ଯୋଗ ନଦେଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ସାଧାରଣ ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ ଅଫିସର ସଂଗ୍ରାମ କେଶରୀ ସ୍ୱାଇଁଙ୍କୁ ଇସ୍ପାତ ଓ ଖଣି ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ଶିବ ନାରାୟଣ ନନ୍ଦଙ୍କୁ ସାଧାରଣ ଉଦ୍ୟୋଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଶ୍ରୀ ନନ୍ଦ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇବେ।

ସେହିପରି ଲିପସା ଦାସଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ବରିଷ୍ଠ ଓଏଏସ୍ କରୁଣାକର ରାଇକାଙ୍କୁ ଗଜପତିର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେ ଅତିରିକ୍ତ ଭାବେ ଛେଳିଆଗଡ଼ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଦାୟିତ୍ୱରେ ରହିବେ। ଲିଲି କୁମାରୀ କୁଲୁଙ୍କୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ, ଅରୁଣ କୁମାର ମହାପାତ୍ରଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ନରହରି ସେଠୀଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ, ନିବେଦିତା ମିଶ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ, ରାସାଇ ଲାଗୁରୀଙ୍କୁ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଶ୍ରୀ ଲାଗୁରୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଡିଏମଫ ପାଣ୍ଠିର ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।ସେହିପରି ସୁଦାମ ଚରଣ ମଣ୍ଡଳଙ୍କୁ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସହ ଅତିରିକ୍ତ ଭାବେ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସେହିପରି ସୌଦାମିନୀ ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ସନ୍ତୋଷ କୁମାର ନାୟକଙ୍କୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ସହ ଅତିରିକ୍ତ ଭାବେ କେନ୍ଦୁଝରରେ ରାଜପଥ ଜମି ଅଧିଗ୍ରହଣ ଅଧିକାରୀ ଦାୟିତ୍ୱ ନ୍ୟସ୍ତ ହୋଇଛି। ଜ୍ୟୋର୍ତିମୟୀ ପ୍ରଧାନଙ୍କୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ, ଅନୁଜ କୁମାର ଦାସପଟ୍ଟନାୟକଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ, ଅକ୍ଷୟ କୁମାର ମଲ୍ଲିକଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ସହ କଳିଙ୍ଗ ନଗର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ସନ୍ତୋଷ କୁମାର ପ୍ରଧାନଙ୍କୁ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ, ସନ୍ତୋଷୀ ସାହୁଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ, ସୁବାସ ଚନ୍ଦ୍ର ନାଥଶର୍ମାଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ, ସୁଭାଶୀଷ ମାନସିଂହଙ୍କୁ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ଉମାକାନ୍ତ ରାଜଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଓ ବିବେକାନନ୍ଦ ସାହୁଙ୍କୁ ମୟୂରଭଞ୍ଜର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଶ୍ରୀ ସାହୁଙ୍କୁ ଲକ୍ଷ୍ମୀପୋଷି ଆରଆଣ୍ଡଆର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି।

କରୋନା ଓ କରୋନା ପରବର୍ତ୍ତୀ କାର୍ଯ୍ୟକୁ ସୁଚାରୂ ରୂପେ ସମ୍ପାଦନ ନିମନ୍ତେ ୧୯ଜଣ ଅଫିସରଙ୍କୁ ୪୮ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos