ଖରିଫ୍‌ ଚାଷ ପାଇଁ ୯ ହଜାର କୋଟି ଟଙ୍କାର ଋଣ ଦେବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ମେ’ ୩୧ ତାରିଖ ସୁଦ୍ଧା ୨ ହଜାର ୬୪୯ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦିଆସାରିଲାଣି। ବିନା ସୁଧରେ ୫୦ ହଜାର ଟଙ୍କା ଯାଏଁ ଋଣ ଦିଆଯାଉଛି। ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଋଣ ଦିଆଯାଇସାରିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ […]

farmer

Manoranjan Sial
  • Published: Tuesday, 09 June 2020
  • , Updated: 09 June 2020, 08:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଖରିଫ ଋତୁ ପାଇଁ ଚାଷୀଙ୍କୁ ୯ ହଜାର କୋଟି ଟଙ୍କାର ଋଣ ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ମେ’ ୩୧ ତାରିଖ ସୁଦ୍ଧା ୨ ହଜାର ୬୪୯ କୋଟି ଟଙ୍କାର ଋଣ ଚାଷୀମାନଙ୍କୁ ଯୋଗାଇ ଦିଆସାରିଲାଣି। ବିନା ସୁଧରେ ୫୦ ହଜାର ଟଙ୍କା ଯାଏଁ ଋଣ ଦିଆଯାଉଛି। ଏ ପର୍ଯ୍ୟନ୍ତ ୬ ଲକ୍ଷ ୧୯ ହଜାର ଚାଷୀଙ୍କୁ ଋଣ ଦିଆଯାଇସାରିଛି ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ସଚିବ ବୀର ବିକ୍ରମ ଯାଦବ।

ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟର ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ରବି ଧାନ କିଣା ୩୦ ଜୁନ୍ ପର୍ଯ୍ୟନ୍ତ ଚାଲିବ। ଅନ୍ୟପକ୍ଷରେ ଖରିଫ ଋତୁରେ ଚଳିତବର୍ଷ ୬୨ ଲକ୍ଷ ହେକ୍ଟର ଜମିରେ ଚାଷ ଓ ସେଥିରୁ ୯୬ ଲକ୍ଷ ଟନ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟତଃ ଧାନ ଚାଷ ଉପରେ ଫୋକସ୍‌ କରାଯାଇଥିବା ବେଳେ ଡାଲି, ତୈଳବୀଜ, ପରିବା ଓ ମସଲା ଜାତୀୟ ଚାଷ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବା ଗର୍ଗ ସୂଚନା ଦେଇଛନ୍ତି। ସେହିପରି ଚାଷୀଙ୍କ ସମସ୍ୟା ବୁଝିବାକୁ ପ୍ରତି ସୋମବାର ପଞ୍ଚାୟତ ଯିବେ VAW। ଚାଷୀଙ୍କ କିଛି ସମସ୍ୟା ଥିଲେ ସମାଧାନ ଲାଗି ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Related story