କରୋନା ମହାମାରୀରେ ବି ବେପାର: ବେଡ୍ ଭଡ଼ା ନାଁରେ ୪୧ କୋଟି ନେଇଛି ବିଜେଡି ସାଂସଦଙ୍କ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ଗତବର୍ଷ ପ୍ରଥମ ପର୍ଯ୍ୟାୟ କରୋନାରେ ଏକ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲ କରୋନା ଚିକିତ୍ସା ନାଁରେ କିଭଳି ମାଲେମାଲ୍ ହୋଇଛି ତା’ର ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିମ୍ସ ହସ୍ପିଟାଲକୁ କୋଭିଡ୍ ଚିକିତ୍ସା(କେବଳ ଘର ଓ ବେଡ୍ ଭଡ଼ା) ନାଁରେ ରାଜକୋଷରୁ ୪୧.୩୮କୋଟି ଟଙ୍କା ନେଇଥିବା ଓଡ଼ିଶା ଖଣି ନିଗମ ପକ୍ଷରୁ […]

KIIMS

KIIMS

Ordigital Desk
  • Published: Saturday, 15 May 2021
  • Updated: 15 May 2021, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ନେଇ ଲୋକେ ଆତଙ୍କିତ ଥିବାବେଳେ ଗତବର୍ଷ ପ୍ରଥମ ପର୍ଯ୍ୟାୟ କରୋନାରେ ଏକ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲ କରୋନା ଚିକିତ୍ସା ନାଁରେ କିଭଳି ମାଲେମାଲ୍ ହୋଇଛି ତା’ର ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି। ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିମ୍ସ ହସ୍ପିଟାଲକୁ କୋଭିଡ୍ ଚିକିତ୍ସା(କେବଳ ଘର ଓ ବେଡ୍ ଭଡ଼ା) ନାଁରେ ରାଜକୋଷରୁ ୪୧.୩୮କୋଟି ଟଙ୍କା ନେଇଥିବା ଓଡ଼ିଶା ଖଣି ନିଗମ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ କିମ୍ସ ହସ୍ପିଟାଲ ପକ୍ଷରୁ ଖୁବକମ୍ ସମୟ ମଧ୍ୟରେ ୫୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିଲା ଓ ତ୍ରିପାକ୍ଷିକ ଏମଓୟୁ ମାଧ୍ୟମରେ ଏହି କୋଭିଡ୍ ହସ୍ପିଟାଲର ଖର୍ଚ୍ଚ ବହନ କରିବାକୁ ୨୦୨୦ ଏପ୍ରିଲ ୨୦ତାରିଖରେ ଓଡ଼ିଶା ଖଣି ନିଗମ ଚୁକ୍ତିବଦ୍ଧ ହୋଇଥିଲା। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ମିଳିଛି ତାହା କୋଭିଡ୍ ମହାମାରୀ ସମୟରେ ଏହି ଘରୋଇ ହସ୍ପିଟାଲକୁ କିଭଳି ଓଡ଼ିଶା ଖଣି ନିଗମରୁ ପାଣି ଭଳିଆ ଟଙ୍କା ଅଯାଚିତ ଭାବେ ଦିଆଯାଇଛି ତାହା ଦେଖିବାକୁ ମିଳିଛି। ତା’ପୁଣି ରାଜ୍ୟ ସରକାରଙ୍କ ଜାଣତରେ।

୨୦୨୦ ଏପ୍ରିଲ ୮ତାରିଖରେ ରାଜ୍ୟ ଉନ୍ନୟନ ସଚିବ ତଥା ବର୍ତ୍ତମାନର ମୁଖ୍ୟ ସଚିବ ସୁରେଶ ମହାପାତ୍ର ଘରୋଇ ହସ୍ପିଟାଲକୁ ସୁହାଇବା ଭଳି ନିର୍ଦ୍ଦେଶନାମା ଜାରି କରି ଦୈନିକ ବେଡ୍ ଆଧାରରେ(ବେଡ୍‌ରେ ରୋଗୀ ଥାଆନ୍ତୁ ଅବା ନଥାଆନ୍ତୁ) ହସ୍ପିଟାଲକୁ ଭଡ଼ା ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାଧାରଣ ବେଡ୍ ପାଇଁ ଦୈନିକ ୩ହଜାର ଓ ଆଇସିୟୁ ବେଡ୍ ପାଇଁ ୫ହଜାର ଟଙ୍କା ଦିଆଯାଇଛି। ଯାହାର ଫାଇଦା ନେଇ କରୋନା ମହାମାରୀ ସମୟରେ ଭୁବନେଶ୍ୱରସ୍ଥିତ କିମ୍ସ ଭଳି ହସ୍ପିଟାଲକୁ କେବଳ ବେଡ୍ ଭଡ଼ା ବାବଦରେ ଓଡ଼ିଶା ଖଣି ନିଗମ ୪୧.୩୮କୋଟି ଟଙ୍କା ଦେଇଥିବାବେଳେ ରୋଗୀଙ୍କ ଖର୍ଚ୍ଚ ବାବଦକୁ ୨.୦୩କୋଟି ଟଙ୍କା ଦେଇଛି। ଅର୍ଥାତ୍ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ କିମ୍ସ ହସ୍ପିଟାଲ ୪୩.୪୧କୋଟି ଟଙ୍କା ନେଇଛି।

ତେବେ ପ୍ରଶ୍ନ ଉଠୁଛି, କରୋନା ମହାମାରୀ ସମୟରେ ମାନବିକ ସହାୟତା ପାଇଁ ବିଭିନ୍ନ ବର୍ଗର ଲୋକେ ନିଜ ଜମାପୁଞ୍ଜିକୁ ଖର୍ଚ୍ଚ କରିବାକୁ ଆଗେଇ ଆସୁଥିବାବେଳେ ଖୋଦ୍ ଶାସକ ଦଳର ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିମ୍ସ ହସ୍ପିଟାଲ ରୋଗୀ ନଥାଇ ମଧ୍ୟ ଦୈନିକ ବେଡ୍ ଭଡ଼ା ନେବା କେତେଦୂର ଯଥାର୍ଥ। ଓଡ଼ିଶା ଖଣି ନିଗମ ଯେତିକି ଟଙ୍କା(୪୩.୪୧ କୋଟି) କିମ୍ସ ହସ୍ପିଟାଲକୁ ଦେଇଛି, ସେତିକି ଅର୍ଥରେ ତ ରାଜ୍ୟ ସରକାର ଚାହିଁଥିଲେ ଗତବର୍ଷ ନିଜସ୍ୱ କୋଭିଡ୍ ହସ୍ପିଟାଲ କରିପାରିଥାନ୍ତେ, ଯାହା ବର୍ତ୍ତମାନ ସମୟରେ ବି କାମରେ ଆସିଥାନ୍ତା। କୋଭିଡ୍ ଚିକିତ୍ସା ପାଇଁ କିମ୍ସ ହସ୍ପିଟାଲ ମାତ୍ର ୨.୦୩କୋଟି ଟଙ୍କା ରୋଗୀଙ୍କ ବାବଦକୁ ନେଇଥିବାବେଳେ ଘର ଓ ବେଡ୍ ଭଡ଼ା ବାବଦକୁ ୪୧କୋଟିରୁ ଅଧିକ ଟଙ୍କା ନେବା ସାଧାରଣରେ ଡଃ ସାମନ୍ତଙ୍କ ମାନବିକତା ମୂଲ୍ୟବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେବଳ ବେଡ୍ ଭଡ଼ା ବାବଦରେ ଏତେ ପରିମାଣର ଅର୍ଥ କିମ୍ସ ହସ୍ପିଟାଲକୁ କିଭଳି ଦିଆଗଲା ସେ ନେଇ ରାଜ୍ୟ ସରକାରଙ୍କ ଅଧିକାରୀମାନେ କିଛି କହିବାକୁ ମନା କରିଦେଇଥିବାବେଳେ ଓଡ଼ିଶା ଖଣି ନିଗମର ସ୍ପେଶାଲ ଅଫିସର ତଲତ୍ ଆଫରିନ୍ ଆରଟିଆଇ ତଥ୍ୟରେ କିମ୍ସ ହସ୍ପିଟାଲକୁ କେବେ କେତେ ଟଙ୍କା ଦିଆଯାଇଛି ତାହା ଅବଗତ କରିଛନ୍ତି।

ଅନ୍ୟପକ୍ଷରେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେତେବେଳେ ଲକ୍ଷ ଲକ୍ଷ ଲୋକ କରୋନା ମହାମାରୀରୁ ବଂଚିବା ଓ ଦୁଇଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି ସେତେବେଳେ ରାଜ୍ୟ ପ୍ରଶାସନିକ କଳ ଘରୋଇ ହସ୍ପିଟାଲକୁ ଫାଇଦା ଦେଇ କୋଭିଡ୍ ପାଣ୍ଠିକୁ ଲୁଟ୍ କରିବାକୁ ପଛାଇ ନାହାନ୍ତି। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲକୁ କୋଭିଡ୍ ଚିିକିତ୍ସା ନାଁରେ ଦିଆଯାଇଥିବା ମୋଟ ଅର୍ଥର ୯୬% କେବଳ ବେଡ୍ ଭଡ଼ା ହୋଇଥିବାବେଳେ ବାକି ୪ ପ୍ରତିଶତ ହେଉଛି ରୋଗୀଙ୍କ ଖର୍ଚ୍ଚ ପାଇଁ । ସିଏଜି ଏହାର ଅଡିଟ୍ କଲେ ବାସ୍ତବ ତଥ୍ୟ ଆସିପାରନ୍ତା। ଗତବର୍ଷ କରୋନା ମହାମାରୀ ସମୟରେ କେବଳ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମେଡିକାଲ ବ୍ୟବସାୟକୁ ଫାଇଦା ଦେବା ପାଇଁ ରାଜ୍ୟ ପ୍ରଶାସନିକ କଳ ତାଙ୍କୁ ଅନ୍ୟ ୩ଟି ଜିଲ୍ଲା-ମୟୂରଭଞ୍ଜ, କନ୍ଧମାଳ ଓ ବଲାଙ୍ଗିରରେ କୋଭିଡ୍ ଚିକିତ୍ସା ଦାୟିତ୍ୱ ଦେଇଥିଲା। ଯାହାକି କରୋନା ମହାମାରୀ ସମୟରେ କିମ୍ସ ଭଳି ଘରୋଇ ହସ୍ପିଟାଲକୁ ସବୁଠୁ ଲାଭଦାୟୀ ହସ୍ପିଟାଲ କରାଇ ପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story