ଭୁଲି ଯାଇଥିଲେ ସରକାର, ପୁଣି ‘ଏମଏସପି’ ଦାବିକୁ ନେଇ କସରତ ଆରମ୍ଭ କଲା ଶାସକ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାର ୨ଦିନ ପରେ ରାଜ୍ୟରେ ବିଜେଡି ସରକାର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ଦାବି କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି। ୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇଥର ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ କରିଥିବା ଶାସକ ବିଜେଡି ଏବେ ପୁଣିଥରେ ‘ଏମଏସପି’କୁ […]

arun-sahoo

arun-sahoo

Ordigital Desk
  • Published: Friday, 11 June 2021
  • Updated: 11 June 2021, 08:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାର ୨ଦିନ ପରେ ରାଜ୍ୟରେ ବିଜେଡି ସରକାର ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି। ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ଦାବି କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି। ୨୦୧୭ ଓ ୨୦୧୮ ମସିହାରେ ଦୁଇ ଦୁଇଥର ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ଗୃହୀତ କରିଥିବା ଶାସକ ବିଜେଡି ଏବେ ପୁଣିଥରେ ‘ଏମଏସପି’କୁ ନିଜର ପ୍ରସଙ୍ଗ କରି ରାଜ୍ୟରେ ବିରୋଧୀ ଦଳ ବିଜେପିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୨୧-୨୨ ପାଇଁ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୭୨ଟଙ୍କା ବୃଦ୍ଧି କରିଛନ୍ତି। ଗତବର୍ଷ ଧାନର ଏମଏସପି ୧୮୬୮ଟଙ୍କା ଥିବାବେଳେ ଚଳିତବର୍ଷ ଏ ଗ୍ରେଡ୍ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି ପାଇଛି । ଏହାଦ୍ୱାରା ରାଜ୍ୟର ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ବେଶୀ କ୍ଷତିଗ୍ରସ୍ତ ହେବେ।

ଓଡ଼ିଶାର ଚାଷୀ ବାରମ୍ବାର ବନ୍ୟା,ବାତ୍ୟା, ମରୁଡ଼ିର ଶିକାର ହେଉଛି। କେନ୍ଦ୍ର ସରକାରଙ୍କ ସହାୟତା ରାଜ୍ୟର ଚାଷୀଙ୍କ ପାଇଁ ଯଥେଷ୍ଟ ନୁହେଁ । ତେଣୁ ଓଡ଼ିଶାର ଚାଷୀଙ୍କୁ ଅନ୍ୟ ରାଜ୍ୟର ଚାଷୀ ଭଳି ସମାନ ଭାବେ ଦେଖାଯିବା ଅନୁଚିତ୍ । ଓଡ଼ିଶା ପାଇଁ ସ୍ୱତନ୍ତ୍ର ଭାବେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଏମଏସପି ବୃଦ୍ଧି ପାଇଁ ତାଙ୍କ ବିଭାଗ ଓ ସେ ନିଜେ ମଧ୍ୟ ଅନେକଥର କେନ୍ଦ୍ର କୃଷି ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ଆଜି ମଧ୍ୟ ସେ ନିଜେ ଏମଏସପି ୨୯୩୦ଟଙ୍କାକୁ ବୃଦ୍ଧି ପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଳେଖିଛନ୍ତି ।

ଓଡ଼ିଶା ହେଉଛି ଦେଶର ଚତୁର୍ଥ ସର୍ବବୃହତ୍ ଚାଉଳ ଉତ୍ପାଦନକାରୀ ରାଜ୍ୟ । ତେଣୁ ଏସବୁ ଦିଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏମଏସପିକୁ ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବିକୁ ଗୁରୁତ୍ୱର ସହ ବିଚାରକୁ ନେବା ଉଚିତ୍ । ଗତ ଦୁଇଦିନ ତଳେ ଯେଭଳି ଢଙ୍ଗରେ ଏମଏସପି ବୃଦ୍ଧି ହୋଇଛି, ଯଦି ଏହା ଜାରି ରହେ ତା’ହେଲେ ୨୦୨୨ ମସିହା ସୁଦ୍ଧା ଚଷୀଙ୍କ ଆୟକୁ ଦୁଇଗୁଣା କରିବାର କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ମଧ୍ୟ କଦାପି ପୂରଣ ହୋଇପାରିବ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଚାଷୀଙ୍କ ସ୍ୱାର୍ଥ ରକ୍ଷା କଥା କହି ଧାନର ଏମଏସପିକୁ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି ନିମନ୍ତେ ଦୁଇ ଦୁଇଥର ବିଧାନସଭାରେ ସର୍ବସମ୍ମତି ସଂକଳ୍ପ ପ୍ରସ୍ତାବ ଗୃହୀତ ସହ ୨ଥର ମଧ୍ୟ ଗୃହ କମିଟି ଗଠନ କରିଥିବା ରାଜ୍ୟ ସରକାର କାହିଁକି ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ପ୍ରସଙ୍ଗକୁ ଆନ୍ତରିକତାର ସହ ଡିଲ୍ କରୁନାହାନ୍ତି ।

ଓଡ଼ିଶାରେ ସଂରକ୍ଷିତ କୀର୍ତ୍ତିରାଜି ପାଇଁ ଏଏସଆଇର ଗାଇଡଲାଇନକୁ ପ୍ରତ୍ୟାହାର ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଶାସକ ବିଜେଡିର ସାଂସଦମାନେ ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ଭେଟି ଦାବି ହାସଲ କରିବାରେ ସକ୍ଷମ ହେଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋଭିଡ୍ ଟିକା କ୍ରୟ ହେଉ ବା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସମସ୍ୟାର ସମାଧାନ କରାଇ ପାରୁଛନ୍ତି । ଯଦି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଭଳି ସମନ୍ୱୟ ରହିଛି ତା’ହେଲେ ଚାଷୀଙ୍କ କ୍ଷେତ୍ରରେ ଏହି ତାଳମେଳ କାହିଁକି ରହୁନି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ଚାଷୀଙ୍କ ପାଇଁ ସମାବେଶ କରିଥିବା ଶାସକ ବିଜେଡି ଦୀର୍ଘ ୪ବର୍ଷ ଭିତରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ନିମନ୍ତେ ଆନ୍ତରିକ ପ୍ରୟାସ ନକରିବା ଓ ବିଶେଷକରି ବିଧାନସଭାର ଗୃହ କମିଟି ଭେଟି ନପାରିବା ମଧ୍ୟ ଅନ୍ତତଃ ପରିତାପର ବିଷୟ। ବିଧାନସଭାରେ ସର୍ବସମ୍ମତ ସଂକଳ୍ପ ପାରିତ ସହ ୨ଥର ଗୃହ କମିଟି ଗଠନ ସତ୍ତ୍ୱେ ଏମଏସପି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରାନଯିବା ମଧ୍ୟ ବିଜେଡି ସରକାରର ଚାଷୀଙ୍କ ପ୍ରତି ଲୋକ ଦେଖାଣିଆ ପ୍ରୀତିକୁ ମଧ୍ୟ ପଦାରେ ପକାଇଛି ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story