‘ଦକ୍ଷତା ବିକାଶ ନାଁରେ ଠକୁଛନ୍ତି ସରକାର, ନିଯୁକ୍ତି ନାଁରେ ୫୬୮ କୋଟି ହେରଫେର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷତା ବିକାଶ ନାଁରେ ହେଉଛି ବ୍ୟାପକ ଠକେଇ । ଯୋଗ୍ୟତା ନଥିବା କିଛି ବିଦେଶୀ କଂପାନୀଙ୍କୁ  ଅହେତୁକ ଅନୁକଂପା ଦେଖାଇଛନ୍ତି ସରକାର। ଓଡ଼ିଶା ଯୁବକଙ୍କୁ ଠକାଯାଇ ନିଯୁକ୍ତି ନାଁରେ ୫୬୮ କୋଟି ଟଙ୍କାର ହେରଫେର୍ ହୋଇଛି ।   ଏପରି ସିଏଜି ରିପୋର୍ଟରେ ଉଲ୍ଲେଖ ଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା  ଲେଖାଶ୍ରୀ ସାମନ୍ତସିଂହାର। ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଦେଇଥିବା ସୂଚନା ଅନୁଯାୟୀ,  ସିଏଜି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ […]

Lekhashree-Samantasinhar

Lekhashree-Samantasinhar

Niharika Rout
  • Published: Friday, 23 April 2021
  • Updated: 23 April 2021, 02:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷତା ବିକାଶ ନାଁରେ ହେଉଛି ବ୍ୟାପକ ଠକେଇ । ଯୋଗ୍ୟତା ନଥିବା କିଛି ବିଦେଶୀ କଂପାନୀଙ୍କୁ  ଅହେତୁକ ଅନୁକଂପା ଦେଖାଇଛନ୍ତି ସରକାର। ଓଡ଼ିଶା ଯୁବକଙ୍କୁ ଠକାଯାଇ ନିଯୁକ୍ତି ନାଁରେ ୫୬୮ କୋଟି ଟଙ୍କାର ହେରଫେର୍ ହୋଇଛି ।   ଏପରି ସିଏଜି ରିପୋର୍ଟରେ ଉଲ୍ଲେଖ ଥିବା କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା  ଲେଖାଶ୍ରୀ ସାମନ୍ତସିଂହାର।

ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଦେଇଥିବା ସୂଚନା ଅନୁଯାୟୀ,  ସିଏଜି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି, ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀ ଦିନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନ ଆସିଲା, ଯେଉଁଥିରେ ଦେଶର ଗ୍ରାମୀଣ ଯୁବକଙ୍କୁ ଟ୍ରେନିଂ ଦିଆଯାଇ ନିଯୁକ୍ତି ଦିଆଯିବା ନିମନ୍ତେ ବ୍ୟବସ୍ଥା ହୋଇଥିଲା। କେନ୍ଦ୍ର  ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୬୦-୪୦ ପ୍ରତିଶତ ଭାଗିଦାରିରେ ଏହା ହେବ ବୋଲି ସ୍ଥିର କରାଯାଇଥିବା ବେଳେ ପଞ୍ଚାୟତରାଜ ବିଭାଗ କିନ୍ତୁ ସମ୍ପୂର୍ଣ୍ଣ ଟଙ୍କାକୁ ହେରଫର କରିଛି, ହଡ଼ପ କରିଛି।  ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛି।

ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଓ ବିଭାଗୀୟ ସଚିବ ଦେଓରଞ୍ଜନ କୁମାର ସିଂହଙ୍କୁ ଏଥିନିମନ୍ତେ ଦାୟୀ କରିଛନ୍ତି ଲେଖାଶ୍ରୀ । ସେ କହିଛନ୍ତି ଦେଓରଞ୍ଜନ କୁମାର ସିଂହଙ୍କୁ ୮-୯ ବର୍ଷ ହେବ ସେହି ଦାୟିତ୍ୱରେ ଅଛନ୍ତି। ଦୁର୍ନିତି ଅଭିଯୋଗ ପରେ ବି ସେ ସେଠାରେ ଅଛନ୍ତି।  ଏହାବ୍ୟତୀତ ଓରମାସ ମାଧ୍ୟମରେ ଯୁବକଙ୍କୁ ଲୁଟାଯିବା ସହ ଚାକିରି ମିଳୁ ନ ଥିବା ସିଏଜି ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ।  ଓରମାସ ମୁଖ୍ୟ ବି.ଏନ୍‌ ଦାସ ନିଜ ପଦରେ ଗତ ୨୧ ବର୍ଷ ହେଲା ରହିଛନ୍ତି। ଯେତିକି ବର୍ଷ ବିଜେଡ଼ିର ଆୟୂଷ ଓରମାସରେ ବି.ଏନ୍‌ ଦାସଙ୍କ ଆୟୂଷ ମଧ୍ୟ ସେତିକି ବୋଲି କହିଛନ୍ତି ଲେଖାଶ୍ରୀ।

ନିୟମ ଅନୁଯାୟୀ, କୌଶଳ ବିକାଶ ପାଇଁ ମନୋନୀତ ହେବାକୁ ଥିବା  ଏଜେନ୍ସିକୁ ପ୍ରୋଜେକ୍ଟ ସ୍କ୍ରିନିଂ କମିଟି ମନୋନିତ କରି  ପ୍ରୋଜେକ୍ଟ ଦେବ। ସେହି ଏଜେନ୍ସି ସରକାରଙ୍କଠାରୁ ଟଙ୍କା ନେଇ ପିଲାଙ୍କୁ ଟ୍ରେନିଂ ଦେବ। ଯେଉଁମାନଙ୍କ ୩ ବର୍ଷର ଅଭିଜ୍ଞତା ଥିବ, ଯେତିକି ଟର୍ଣ୍ଣ ଓଭର ଥିବ ତାହାର ୪ ଗୁଣା ଟଙ୍କା ଦିଆଯାଇପାରିବ।  ୭୦ ଭାଗ ଟ୍ରେନିଂ ଓ  ୫୦ ପ୍ରତିଶତ ନିଯୁକ୍ତି ଦିଆଗଲେ ଉକ୍ତ କମ୍ପାନୀକୁ ପରବର୍ତ୍ତି  ପ୍ରୋଜେକ୍ଟ ଦିଆଯିବା ନିମନ୍ତେ ଉଲ୍ଲେଖ ରହିଛି। ମାତ୍ର ରାଜ୍ୟ ସରକାର ଏହାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରିଛନ୍ତି।

ରାଜ୍ୟ ସରକାରଙ୍କ କହିବାନୁଯାୟୀ, ଲକ୍ଷେ ୩୧ ହଜାର ଯୁବକଙ୍କୁ ଟ୍ରେନିଂ ଦିଆଯାଇଥିବା ବେଳେ ୯୭ ହଜାର୧୯୮ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି।  ମାତ୍ର ସିଏଜି ରିପୋର୍ଟ ଅନୁସାରେ ଏହା ସମ୍ପୂର୍ଣ୍ଣ ମିଥ୍ୟା।  ୯୫ଟି ଏଜେନ୍ସିକୁ ସରକାର ପ୍ରୋଜେକ୍ଟ ଦେଇଥିଲେ, ସେଥିରୁ ୨୬ ଏଜେନ୍ସି ପ୍ରଥମ ପର୍ଯ୍ୟାୟ ଟଙ୍କା ନେଲା ପରେ ଗାଏବ ହୋଇଗଲେ। ୪ଟି ଏଜେନ୍ସିକୁ ୭୬ କୋଟି ଦିଆଯାଇଛି।

ସବୁଠୁ ବଡ଼ ଘୋଟାଲା ହୋଇଛି ଏକ ଅଷ୍ଟ୍ରେଲିଆ କମ୍ପାନି ସହ।  ଏହି କମ୍ପାନୀର ଯୋଗ୍ୟତା ଥିଲା ୭୬ ଲକ୍ଷ। ତେଣୁ  ତାକୁ ୪ ଗୁଣ ଅର୍ଥାତ ପାଖାପାଖି ୩ କୋଟି ମିଳିବା କଥା। କିନ୍ତୁ ବିଭାଗ ସଚିବ  ଦେଓ ରଞ୍ଜନ ସିଂ, ସ୍କିଲ ଡେଭଲେପମେଣ୍ଟ ସଚିବ ସଞ୍ଜୟ ସିଂ, ଓରମାସ ଏକଜିକ୍ୟୁଟିଭ ଡାଇରେକ୍ଟର କମ୍ପାନୀ ଟଙ୍କାରେ ଅଷ୍ଟ୍ରେଲିଆ ଯାଇ ବୁଲାବୁଲି କଲେ। ସେଠାରୁ ଫେରିବା ପରେ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ସାଢେ ୮ କୋଟି, ଦ୍ୱିତୀୟ ପର୍ଯ୍ୟାୟରେ ୧୧.୭୬ କୋଟି ଦିଆଗଲା। ତେଣୁ  ଏହି ୩ ଜଣଙ୍କ ନାଁରେ ତଦନ୍ତ କରି ତୁରନ୍ତ ନିଲମ୍ବନ କରାଯିବା ନିମନ୍ତେ ବିଜେପି ପକ୍ଷରୁ ଦାବି ହୋଇଛି।

ଏହାବ୍ୟତୀତ ଏସକର୍ଟ ଲିମିଟେଡ ନାମକ କମ୍ପାନୀ ୨ ହଜାର ୨ଶହ ଯୁବକଙ୍କୁ ଟ୍ରେନଂ ଦେଇ ୧୭ଶହ ଯୁବକଙ୍କୁ ନିଯୁକ୍ତି ଦେବ ବୋଲି କହି ୨୭ କୋଟି ନେଇଥିଲା। ହେଲେ ୧୫୭ ଯୁବକଙ୍କୁ ନିଯୁକ୍ତି ଦେଇଥିବା ସ୍ପଷ୍ଟ ହେଲା।

ତେଣୁ ରାଜ୍ୟ ସରକାର ଓଡ଼ିଶାର ଯୁବକଙ୍କୁ ଠକିଛନ୍ତି। ଯୁବକମାନେ ନିଯୁକ୍ତି ପାଇପାରୁ ନ ଥିବାରୁ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଓଡ଼ିଶାରେ ସେମାନଙ୍କ ଦକ୍ଷତା ବିକାଶ ହୋଇପାରିଥିଲେ, ଏହି ଯୁବକମାନଙ୍କୁ ନିଜ ଭିଟାମାଟି ଛାଡ଼ି ବାହାରକୁ ଯିବାକୁ ପଡ଼ୁ ନ ଥାନ୍ତା। ତେଣୁ ଏହି ଘଟଣାର ଭିଜିଲାନ୍ସ ଓ ସିବିଆଇ ତଦନ୍ତ ଦାବି କରିଛି ବିଜେପି।

https://youtu.be/LX-ttawT0gE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story