ସୁଧ ପରିଶୋଧ କରିପାରିଲାନି ଓପିଟିସିଏଲ, ସହାୟତା ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲିଃ(ଓପିଟିସିଏଲ)କୁ ୨୦୦୫ ମସିହାରୁ ଦିଆଯାଇଥିବା ୪୦୦କୋଟି ଟଙ୍କାର ବଣ୍ଡକୁ କମ୍ପାନୀ ମୁକ୍ତ ଓ ଏହା ଉପରେ ଥିବା ସୁଧକୁ ପରିଶୋଧ କରିବା ସ୍ଥିତିରେ ନଥିବାରୁ ରାଜ୍ୟ ସରକାର ସେଥିରେ ଇକ୍ୱିଟି ନିବେଶ କରିଛନ୍ତି। ରାଜ୍ୟ କ୍ୟାବିନେଟରେ ଆଜି ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡ଼ିଶା ସରକାରଙ୍କ ସପକ୍ଷରେ ଗ୍ରୀଡ଼କୋ ୨୦୦କୋଟି ଟଙ୍କାର ଅଂଶଧନ ରୂପାନ୍ତରିତ ବଣ୍ଡ ଓ ୨୦୦କୋଟି […]

electricity

electricity

Tapas Behera
  • Published: Wednesday, 09 December 2020
  • Updated: 09 December 2020, 08:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ୍ ଲିଃ(ଓପିଟିସିଏଲ)କୁ ୨୦୦୫ ମସିହାରୁ ଦିଆଯାଇଥିବା ୪୦୦କୋଟି ଟଙ୍କାର ବଣ୍ଡକୁ କମ୍ପାନୀ ମୁକ୍ତ ଓ ଏହା ଉପରେ ଥିବା ସୁଧକୁ ପରିଶୋଧ କରିବା ସ୍ଥିତିରେ ନଥିବାରୁ ରାଜ୍ୟ ସରକାର ସେଥିରେ ଇକ୍ୱିଟି ନିବେଶ କରିଛନ୍ତି।
ରାଜ୍ୟ କ୍ୟାବିନେଟରେ ଆଜି ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡ଼ିଶା ସରକାରଙ୍କ ସପକ୍ଷରେ ଗ୍ରୀଡ଼କୋ ୨୦୦କୋଟି ଟଙ୍କାର ଅଂଶଧନ ରୂପାନ୍ତରିତ ବଣ୍ଡ ଓ ୨୦୦କୋଟି ଟଙ୍କାର ଅଣରୂପାନ୍ତରିତ ବଣ୍ଡ ପ୍ରଦାନ କରିଥିଲା। ଏହି ୪୦୦କୋଟି ଟଙ୍କାର ବଣ୍ଡକୁ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ୨୦୦୫ ଜୁନ୍ ୯ତାରିଖରେ ଓପିଟିସିଏଲକୁ ନ୍ୟସ୍ତ ହୋଇଥିଲା। ପରିବହନ ଶୁଳ୍କ ନିର୍ଣ୍ଣୟରେ ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ ଓ ବଣ୍ଡର ସୁଧ ବିବେଚନା କରାଯାଇନଥିବାରୁ ଓପିଟିସିଏଲ ୨୦୦କୋଟି ଟଙ୍କାର ରୂପାନ୍ତରିତ ବଣ୍ଡ ଓ ୨୦୦କୋଟି ଟଙ୍କାର ଅଣରୂପାନ୍ତରିତ ବଣ୍ଡକୁ ରୂପାନ୍ତର ନିମନ୍ତେ ଅନୁରୋଧ କରିଥିଲା। ଓପିଟିସିଏଲ୍ ସୁଧ ପରିଶୋଧ କରିବା ଓ ଅଣରୂପାନ୍ତରିତ ବଣ୍ଡକୁ ମୁକ୍ତ କରିବା ସ୍ଥିତିରେ  ମଧ୍ୟ ନାହିଁ। ତେଣୁ ଉପରୋକ୍ତ ବଣ୍ଡ ଓ ତା’ଉପରେ ଅର୍ଜିତ ସୁଧକୁ ଅଂଶଧନରେ ରୂପାନ୍ତର ପାଇଁ ଇକ୍ୱିଟି ପ୍ରସ୍ତାବକୁ ଆଜି କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହା ଓପିଟିସିଏଲରେ ସରକାରଙ୍କ ଇକ୍ୱିଟି ପୁଞ୍ଜି ବିନିଯୋଗ ବୃଦ୍ଧି କରିବ, ଯାହାଦ୍ୱାରା ଓପିଟିସିଏଲର ସୁଧ ବୋଝ ହ୍ରାସ ପାଇବ। ସୂଚନାଯୋଗ୍ୟ, ୨୦୧୦-୧୧ ମସିହା ପର୍ଯ୍ୟନ୍ତ ବଣ୍ଡ ଉପରେ କୌଣସି ସୁଧ ଓପିଟିସିଏଲ୍ ଦେବ ନାହିଁ ବୋଲି ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ।
ସେହିପରି ୨୦୨୦ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ସରକାରୀ ବିଭାଗଗୁଡ଼ିକର ବକେୟା ବିଦ୍ୟୁତ ଦେୟର ସମଧାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ୨୦୨୦ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ବିଭିନ୍ନ ସରକାରୀ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ୨୨୦.୮୭କୋଟି ଟଙ୍କା ବକେୟା ରହିଛି। ସେହିପରି ବିଳମ୍ବିତ ସରଚାର୍ଜ ଦେୟ ୧୦.୪୧ ପ୍ରତିଶତ ହାରରେ ୨୯.୯୩କୋଟି ଟଙ୍କା ଆକଳନ କରାଯାଇଛି। ତେଣୁ ମୋଟ ଉପରେ ସରକାରୀ ବିଭାଗଗୁଡ଼ିକର ବିଦ୍ୟୁତ ଶୁଳ୍କ ବକେୟା ବାବଦକୁ ମୋଟ ୨୫୦.୧୪କୋଟି ଟଙ୍କା ପ୍ରଦାନ କରାଯିବ। ତେବେ ଗ୍ରୀଡକୋଠୁ ସରକାର ପାଇବାକୁ ଥିବା ଅର୍ଥ ସହ ବିଭାଗଗୁଡ଼ିକର ବକେୟା ବିଦ୍ୟୁତ ଶୁଳ୍କକୁ ପ୍ରତିବଦଳ କରିବେ। ଏହା ନଗଦବିହୀନ ଦେଣନେଣ ହେବ। ଏନଟିପିସି ପାୱାର ବଣ୍ଡ ଉପରେ ପାଇବାକୁ ଥିବା ଅର୍ଥରୁ ସୁଧ ବାବଦରେ ୨୫୦.୧୪କୋଟି ବ୍ୟବସ୍ଥାପନା କରାଯିବ। ସରକାରୀ ବିଭାଗଗୁଡ଼ିକ ଉପରେ ବିଦ୍ୟୁତ ଦେୟର ସମାଧାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି। ଏହାଫଳରେ ସରକାରୀ ବିଭାଗଗୁଡ଼ିକ ଏଣିକି ବିଦ୍ୟୁତ ଦେୟକୁ ପରିଶୋଧ ଓ ଚଳିତ ଦେୟକୁ ଠିକ୍ ସମୟରେ ପ୍ରଦାନ କରିବା ସମ୍ଭବପର ହୋଇପାରିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story