ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଥିଲା ବିଶ୍ୱ ଅଙ୍ଗଦାନ ଦିବସ। କାହାର ଜୀବନ ବଞ୍ଚାଇବା ପାଇଁ ଏହି ଅଙ୍ଗଦାନ ଏକ ମହତ କାର୍ଯ୍ୟ ହୋଇଥିବା ବେଳେ ଏହାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ଅଙ୍ଗଦାନ କରି ବିରଳ ମାନବିତାର ଉଦାହରଣ ସାଜିଥିବା ଗଂଜାମର ସୂରଜଙ୍କ ଉଦ୍ଦେଶ୍ୟରେ ‘ସୂରଜ ସମ୍ମାନ’ ନାମରେ ପୁରସ୍କାର ଉତ୍ସର୍ଗୀକୃତ କରିଛନ୍ତି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଜଣ  ମହିଳାଙ୍କୁ ମରଣୋତ୍ତର ‘ସୂରଜ ସମ୍ମାନ’ […]

suraj-su

Tapas Behera
  • Published: Thursday, 13 August 2020
  • , Updated: 13 August 2020, 06:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଥିଲା ବିଶ୍ୱ ଅଙ୍ଗଦାନ ଦିବସ। କାହାର ଜୀବନ ବଞ୍ଚାଇବା ପାଇଁ ଏହି ଅଙ୍ଗଦାନ ଏକ ମହତ କାର୍ଯ୍ୟ ହୋଇଥିବା ବେଳେ ଏହାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ଅଭିନବ ପଦକ୍ଷେପ ନେଇଛନ୍ତି। ଅଙ୍ଗଦାନ କରି ବିରଳ ମାନବିତାର ଉଦାହରଣ ସାଜିଥିବା ଗଂଜାମର ସୂରଜଙ୍କ ଉଦ୍ଦେଶ୍ୟରେ ‘ସୂରଜ ସମ୍ମାନ’ ନାମରେ ପୁରସ୍କାର ଉତ୍ସର୍ଗୀକୃତ କରିଛନ୍ତି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଜଣ  ମହିଳାଙ୍କୁ ମରଣୋତ୍ତର ‘ସୂରଜ ସମ୍ମାନ’ ପ୍ରଦାନ କରିଛନ୍ତି। ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସଙ୍କୁ ମରଣୋତ୍ତର ସମ୍ମାନ ପୁରୀର ରାଜଲକ୍ଷ୍ମୀ ଦାସଙ୍କୁ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରାଯାଇଛି। ଭିଡିଓ କନଫରେନ୍ସିଂ ଯୋଗେ ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗଂଜାମର ଅଙ୍ଗଦାତା ସୂରଜ ବେହେରାଙ୍କ ନାଁରେ ସୂରଜ ସମ୍ମାନ ନାମିତ କରାଯାଇଛି।

ସୂରଜଙ୍କ ପୂରା ପରିଚୟ ଏମିତି।  ଗଞ୍ଜାମ ଜିଲ୍ଲାର ଘର ସୂରଜ ସୂରତରେ ଏକ କପଡ଼ା କାରଖାନାରେ କାମ କରୁଥିଲେ । ୨୦୧୯ ଅକ୍ଟୋବର ୨୯ରେ ଏକ ଦୁର୍ଘଟଣାର ଶିକାର ହେବା ପରେ ବ୍ରେନଡେଡ୍ ଅବସ୍ଥାକୁ ଚାଲିଯାଇଥିଲେ। ଯେତେଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତ ଆସିନଥିଲା। ଗୋଟିଏ ପଟେ ଲିଭି ଲିଭି ଆସୁଥିଲା ଜୀବନ ଦୀପ। ସରି ଆସୁଥିଲା ବାକି ଆୟୂଷ ।

ହେଲେ ସେହି ଘଡ଼ିସନ୍ଧି ମୂହୁର୍ତ୍ତରେ ପରିବାରଙ୍କ ବଡ଼ ନିଷ୍ପତ୍ତି ବଦଳାଇ ଦେଲା ସବୁକିଛି। ଆସନ୍ନ ମୃତ୍ୟୁମୁଖରେ ପଡ଼ିଥିବା ଆଉ ଜଣେ ଭେଣ୍ଡିଆ ପୁଅର ହୃତ୍‌ପିଣ୍ଡକୁ ଦେଇ ଜୀବନ ବଞ୍ଚାଇଦେଇଛନ୍ତି ସେମାନେ । ସୂରଜଙ୍କ ସକ୍ରିୟ ଥିବା ହୃତପିଣ୍ଡ ସହ ଆଖି, କିଡ୍‌ନୀ ଏବଂ ଲିଭର ଆଦି ଅଙ୍ଗପ୍ରତ୍ୟଙ୍ଗକୁ ଅନ୍ୟମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିଲା । କେବଳ ହୃତ୍‌ପିଣ୍ଡ ନୁହେଁ, ପୁଅର ଆଖି, କିଡ୍‌ନୀ, ଲିଭର୍ ଆଦି ଅଙ୍ଗଦାନ କରି ସେମାନେ ୬ ଜଣଙ୍କୁ ନୂଆ ଜୀବନ ଦେଇଥିଲେ।

Related story