ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସ୍ୱପ୍ନ ଦେଖାଉଥିବା ସରକାରଙ୍କ ଅସଲ ମୁଖା ଖୋଲିଲା; ହଇଜା କବଳରେ ୭ ଜିଲ୍ଲା, ୪୩୨ ଆକ୍ରାନ୍ତ, ୧୭ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ସଂଖ୍ୟକ ମେଡିକାଲ କଲେଜ ଓ ଆଧୁନିକ ଚିକିତ୍ସା ଉପକରଣ ସହ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ସୁନେଲି ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି । ମାତ୍ର ୧୭ ଦିନ ପୂର୍ବରୁ ରାୟଗଡ଼ା ଜିଲ୍ଲାର କାଶୀପୁର ଅଂଚଳରୁ ଆରମ୍ଭ ହୋଇଥିବା ହଇଜା ଏବେ ରାଜ୍ୟର ମୋଟ ୭ଟି ଜିଲ୍ଲାକୁ ବ୍ୟାପିଲାଣି । ଏପର୍ଯ୍ୟନ୍ତ ୪୩୨ଜଣ ଲୋକ ଆକ୍ରାନ୍ତ ହେଲେଣି ଓ ସେମାନଙ୍କ […]

Doctor

Doctor

Ordigital Desk
  • Published: Monday, 01 August 2022
  • Updated: 01 August 2022, 07:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଧିକ ସଂଖ୍ୟକ ମେଡିକାଲ କଲେଜ ଓ ଆଧୁନିକ ଚିକିତ୍ସା ଉପକରଣ ସହ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ସୁନେଲି ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି । ମାତ୍ର ୧୭ ଦିନ ପୂର୍ବରୁ ରାୟଗଡ଼ା ଜିଲ୍ଲାର କାଶୀପୁର ଅଂଚଳରୁ ଆରମ୍ଭ ହୋଇଥିବା ହଇଜା ଏବେ ରାଜ୍ୟର ମୋଟ ୭ଟି ଜିଲ୍ଲାକୁ ବ୍ୟାପିଲାଣି । ଏପର୍ଯ୍ୟନ୍ତ ୪୩୨ଜଣ ଲୋକ ଆକ୍ରାନ୍ତ ହେଲେଣି ଓ ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେବି ଅନେକ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏଭଳି ସ୍ଥିତିରେ ସରକାର ସବୁକିଛି ମ୍ୟାନେଜ୍ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବ୍ୟାପୁଥିବା ହଇଜାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିନାହାନ୍ତି । ଏପିରିକି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ନିଜ ନିର୍ବାଚନମଣ୍ଡଳୀରେ ୨ଜଣଙ୍କର ହଇଜାରେ ମୃତ୍ୟୁ ହୋଇସାରିଲାଣି ।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ବିଧାନସଭାରେ ଏ ସଂକ୍ରାନ୍ତରେ ବିବୃତ୍ତି ରଖି କହିଛନ୍ତି ଯେ, ରାଜ୍ୟରେ ଚଳିତବର୍ଷ ପ୍ରଥମ ଡାଇରିଆ ଜୁଲାଇ ୧୩ତାରିଖରେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକରୁ ନଜରକୁ ଆସିଲା । ଏପର୍ଯ୍ୟନ୍ତ କାଶୀପୁରର ୫ଟି ପଂଚାୟତର ୧୧ଟି ଗାଁରୁ ୧୫୯ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୫୫ଜଣ ଚିକିତ୍ସିତ ହେଉଛନ୍ତି । ୬ଜଣ ଡାକ୍ତର ଓ ଜିଳ୍ଲାର ମହାମାରୀ ନିୟନ୍ତ୍ରଣ ଟିମ୍ ସେଠାରେ ରହି କାର୍ଯ୍ୟ ତଦାରଖ କରୁଛି ଓ ୮ଟି ଭ୍ରାମ୍ୟମାଣ ଡାକ୍ତରୀ ଦଳ ନିୟୋଜିତ ଅଛନ୍ତି । ରାଜ୍ୟସ୍ତରରରୁ ୨ଜଣ ଯୁଗ୍ମ ନିର୍ଦ୍ଦେଶକ ଏହି ଅଂଚଳଗୁଡ଼ିକରେ କାର୍ଯ୍ୟର ତଦାରଖ କରିଛନ୍ତି । ୨୦୨ଟି ଜଳ ନମୂନା ଓ ୧୭୪ଟି ମଳ ନମୂନା ପରୀକ୍ଷଣ ହୋଇଛି । ପରିସ୍ଥିତିରେ ଶୀଘ୍ର ଉନ୍ନତି ଆଣିବା ପାଇଁ ଯଥୋଚିତ୍ ପଦକ୍ଷେପ ନିଆଯାଉଛି ଓ ସ୍ଥିତିରେ ଶୀଘ୍ର ଉନ୍ନତି ଆସିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ଆଶା ବ୍ୟକ୍ତ କରିଛନ୍ତି ।

ସେହିପରି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ୫ଟି ଗାଁରେ ୮୩ଜଣ ହଇଜା ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ୨ଟି ଗାଁରେ ଜୁଲାଇ ୨୧ତାରିଖରୁ ୪୪ଜଣ ହଇଜା ଆକ୍ରାନ୍ତ ହୋଇଛନ୍ତି ଓ ଜଣେ ପ୍ରାଣ ହରାଇଛନ୍ତି । ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ଓ ତରଭା ବ୍ଲକରୁ ଜୁଲାଇ ୨୩ତାରିଖ ପରଠୁ ୬୪ଜଣ ଆକ୍ରାନ୍ତ ହୋଇଛନ୍ତି ଓ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲାର ମୋହନା ବ୍ଲକର ଗୋଟିଏ ଗାଁରୁ ଜୁଲାଇ ୨୭ ପରଠୁ ୨୧ଜଣ ଆକ୍ରାନ୍ତ ହୋଇଛନ୍ତି ଓ ଜଣେ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ଝାରସୁଗୁଡ଼ା ସହରର ୧୩ ନମ୍ବର ୱାର୍ଡରୁ ୧୨ଜଣ ଆକ୍ରାନ୍ତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟ ସରକାରଙ୍କ ଅପାରଗତା ଓ ତ୍ୱରିତ୍ ପଦକ୍ଷେପ ନନେବା ଯୋଗୁ କାଶୀପୁରରେ ମାତ୍ର ୧୭ଦିନ ତଳେ ଚିହ୍ନଟ ହୋଇଥିବା ହଇଜା ଏବେ ୭ଟି ଜିଲ୍ଲାକୁ ଗ୍ରାସ କଲାଣି । ଯଦିଓ ଏସବୁ ଜିଲ୍ଲାରେ ତ୍ୱରିତ୍ ଚିକିତ୍ସା ପାଇଁ ରାପିଡ୍ ରେସପନ୍ସ ଟିମ୍ ମୁତୟନ ହୋଇ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ସେବା ଯୋଗାଇବା ସହ ଜଳ ବିଶୋଧନ, ସ୍ୱଚ୍ଛତା ଓ ପରିମଳ ଉପରେ ଧ୍ୟାନ ଦିଆଯାଉଛି ବୋଲି ମନ୍ତ୍ରୀ କହୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ସରକାର ତ୍ୱରିତ୍ ପଦକ୍ଷେପ ନନେବା ଯୋଗୁ ଗୋଟିଏ ଜିଲ୍ଲାରୁ ହଇଜା ଅନ୍ୟ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଆଉ ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଥିବା ସରକାରଙ୍କ ଯୋଗୁ ନିରୀହ ଲୋକ ଅକାଳରେ ପ୍ରାଣ ହରାଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story