ଅନଲାଇନ୍ ଶିକ୍ଷାରୁ ବଞ୍ଚିତଙ୍କ ପାଇଁ ବ୍ଲୁ ପ୍ରିଣ୍ଟ : ଶିକ୍ଷକତା ପଢ଼ୁଥିବା ଛାତ୍ର ପଢ଼ାଇବେ ପାଠ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ। ଇଣ୍ଟରନେଟ ନ ଥିବା ଉପାନ୍ତ ଅଞ୍ଚଳରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ । ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ । ଏହାବାଦ ଜୁଲାଇ ଶେଷ ମଧ୍ୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ସିବିଟି ମାଧ୍ୟମରେ ୧୦ ହଜାର ଶିକ୍ଷକତା […]

online education

online education

Niharika Rout
  • Published: Wednesday, 07 July 2021
  • Updated: 07 July 2021, 01:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନଲାଇନ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ। ଇଣ୍ଟରନେଟ ନ ଥିବା ଉପାନ୍ତ ଅଞ୍ଚଳରେ ଘରକୁ ଘର ବୁଲି ପାଠ ପଢାଇବେ ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ । ଇଣ୍ଟର୍ଣ୍ଣସିପ୍ ପ୍ରୋଗ୍ରାମ ମାଧ୍ୟମରେ ସେମାନେ ପାଠ ପଢାଇବେ । ଏହାବାଦ ଜୁଲାଇ ଶେଷ ମଧ୍ୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।

ସିବିଟି ମାଧ୍ୟମରେ ୧୦ ହଜାର ଶିକ୍ଷକତା ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଏଥିନିମନ୍ତେ ଚୟନ କରାଯିବ । ଏମାନେ ୧୦ ହଜାର ଗାଁରେ ପାଠ ପଢାଇବେ । ଜଣେ ଲେଖାଏଁ ଛାତ୍ର ୧୦ ଜଣ ପିଲାଙ୍କୁ ପାଠ ପଢାଇବେ । ଟିଚର୍ ଏଡୁକେଟେର୍ ସେମାନଙ୍କୁ ଗାଇଡ୍ କରିବେ । ଆଉ ଅବଶିଷ୍ଟ ପିଲାଙ୍କ ପାଇଁ କଣ ବ୍ୟବସ୍ଥା କରାଯିବ ସେନେଇ ସମୀକ୍ଷା ଚାଲିଛି ।

ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି,  ମଧୁ ଆପ୍, ୟୁଟ୍ୟବ୍, ରେଡିଓ ଦ୍ୱାରା ପିଲାଙ୍କୁ  ପାଠ ପଢାଯାଉଛି। ଏହା ଛଡ଼ା ରାଜ୍ୟରେ ଖାଲି ଥିବା ହିନ୍ଦୀ ଏବଂ ସଂସ୍କୃତ ଶିକ୍ଷକ ପଦବୀ ପୂରଣ ହେବ । ୪୫୫୮  ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଓଏସଏସଟିଇଟି ପରୀକ୍ଷା ହେବାକୁ ଯାଉଛି ।

ଏହାବାଦ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ରେଜଲ୍ଟ  ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ କରିବୁ ବୋଲି କହିଥିଲୁ ।  କିନ୍ତୁ ସୁପ୍ରିମକୋର୍ଟଙ୍କ ନୀର୍ଦ୍ଦେଶ ଅନୁସାରେ ଆମେ ଚେଷ୍ଟା କରୁଛୁ। ଜୁଲାଇ ଶେଷ ମଧ୍ୟରେ ଯୁକ୍ତ ୨ ରେଜଲ୍ଟ ପ୍ରକାଶ ପାଇବ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos