କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟରେ ସ୍କୁଲ୍ ଫି ହ୍ରାସ ସଂପର୍କୀତ ମାମଲା। ସରକାରଙ୍କ ପକ୍ଷରୁ ଦାଖଲ ହେଲା ମିଳିତ କମିଟି ରିପୋର୍ଟ।
୭ଟି ସ୍ଲାବରେ ସ୍କୁଲ ଫି କମାଇବାକୁ ସୁପାରିଶ କରିଛି କମିଟି। ବାର୍ଷିକ ୬ ହଜାର ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲର କୌଣସି ଫି କମିବନି। ୬ରୁ ୧୨ ହଜାର ଯାଏ ୭.୫%, ୧୨ରୁ ୨୪ ହଜାର ଯାଏ କମିବ ୧୨%।
୨୪ରୁ ୪୮ ହଜାର ଯାଏ ୧୫%, ୪୮ରୁ ୭୨ ହଜାର ଯାଏ କମିବ ୨୦%। ୭୨ରୁ ୧ ଲକ୍ଷ ଯାଏ ୨୫%, ୧ ଲକ୍ଷରୁ ଅଧିକ ପାଇଁ କମିବ ୨୬%। ରେସିଡେନ୍ସିଆଲ ସ୍କୁଲମାନଙ୍କରେ ଫି ୩୦% ହ୍ରାସ ପାଇଁ ସୁପାରିଶ କରାଯାଇଛି। ସରକାର, ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକଙ୍କୁ ନେଇ ହୋଇଥିଲା କମିଟି। ମାମଲାର ଶୁଣାଣି ଶେଷ ହୋଇଛି। ତେବେ ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ। କରୋନା ମହାମାରୀ ପାଇଁ ସ୍କୁଲ କଲେଜ ବନ୍ଦ ଥିବା ବେଳେ ସ୍କୁଲ ଫି କମେଇବା ପାଇଁ ଅଭିଭାବକ ମହଲରୁ ଦାବି ହୋଇ ଆସୁଥିଲା। ଏନେଇ ହାଇକୋର୍ଟରେ ମାମଲା ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।