ଶ୍ରୀମନ୍ଦିର ସେବାୟତଙ୍କୁ ସରକାର ଦେବେ ଘର,ପ୍ରଥମ ପର୍ଯ୍ୟାୟରେ ୨୦୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସୁରକ୍ଷା କରିଡ଼ର ନିର୍ମାଣ ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଅନେକ ଭଙ୍ଗାରୁଜା କରିଥିବା ରାଜ୍ୟ ସରକାର ଏବେ ପୌର ନିର୍ବାଚନ ପୂର୍ବରୁ ସ୍ଥାନୀୟ ସେବାୟତମାନଙ୍କୁ ଖୁସି କରିବା ନିମନ୍ତେ ଉଦ୍ୟମ ଆରମ୍ଭ  କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଗରିବ ସେବାୟତ ପରିବାରକୁ ଘର ଦେବା ପାଇଁ ରାଜ୍ୟ ସରକାର ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଦେଢ଼ ଲକ୍ଷ ଟଙ୍କା […]

6bv

6bv

Tapas Behera
  • Published: Wednesday, 26 August 2020
  • Updated: 26 August 2020, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର ସୁରକ୍ଷା କରିଡ଼ର ନିର୍ମାଣ ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟେ ଅନେକ ଭଙ୍ଗାରୁଜା କରିଥିବା ରାଜ୍ୟ ସରକାର ଏବେ ପୌର ନିର୍ବାଚନ ପୂର୍ବରୁ ସ୍ଥାନୀୟ ସେବାୟତମାନଙ୍କୁ ଖୁସି କରିବା ନିମନ୍ତେ ଉଦ୍ୟମ ଆରମ୍ଭ  କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ଗରିବ ସେବାୟତ ପରିବାରକୁ ଘର ଦେବା ପାଇଁ ରାଜ୍ୟ ସରକାର ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଦେଢ଼ ଲକ୍ଷ ଟଙ୍କା ଓ ରାଜ୍ୟ ସରକାର ୫୦ହଜାର ଟଙ୍କା ଯୋଗାଇଦେବେ। ହିତାଧିକାରୀ ଚାହିଁଲେ ନିଜେ କିଛି ଅର୍ଥ ଖର୍ଚ୍ଚ କରି ନିଜ ମନପସନ୍ଦର ଗୃହ ନିର୍ମାଣ କରିପାରିବ।

ମିଳିଥିବା ସୂଚନା ଅନୁସାରେ ଚଳିତମାସ ୧୮ତାରିଖରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ଶ୍ରୀମନ୍ଦିରର ଆର୍ଥିକ ଦୁର୍ବଳ ବର୍ଗର ସେବାୟତ ପରିବାରଙ୍କୁ ଘର ଯୋଗାଇ ଦେବା ଉପରେ ବିଚାରବିମର୍ଶ ହୋଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଂଚଳ)ର ହିତାଧିକାରୀ ଦ୍ୱାରା ନିର୍ମାଣ) ମଡେଲ୍ ଆଧାରରେ ଏସବୁ ଗୃହ ନିର୍ମାଣ ନିମନ୍ତେ ପରାମର୍ଶ ଦିଆଯାଇଛି। ଯେଉଁ ସେବାୟତ ପରିବାରର ବାର୍ଷିକ ଆୟ ୧.୮୦ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ ଓ ତାଙ୍କ ନାମରେ କିଛି ପରିମାଣର ଜମିଜମା ରେକର୍ଡ ଥିବ ସମ୍ପୃକ୍ତ ସେବାୟତଙ୍କୁ ଏହି ଘର ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସରେ ଦେଢ଼ଲକ୍ଷ ଟଙ୍କା ମିଳିବ। ରାଜ୍ୟ ସରକାରଙ୍କ ସହାୟତା ବାବଦରେ ୫୦ହଜାର ଟଙ୍କା ମିଳିବ। ହିତାଧିକାରୀ ବି ନିଜେ କିଛି ଅର୍ଥ ଖର୍ଚ୍ଚ କରିପାରିବ।
ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଯୋଗାଇ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ କରିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ଆଇନତ ପଦକ୍ଷେପ ନେବ। ଏହାସହିତ ପ୍ରକଳ୍ପ ସ୍ଥଳକୁ ରାସ୍ତା, ଡ୍ରେନ, ସ୍ୱରେଜ୍ ସଂଯୋଗ ଆଦି ଭଳି ମୌଳିକ ଭିତ୍ତିଭୂମି ବି ଶ୍ରୀମନ୍ଦିର ପ୍ରଶାସନ ଯୋଗାଇବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ତେବେ ଏହି ଅର୍ଥ ‘ଅଭଡ଼ା’ ଯୋଜନାରୁ ବ୍ୟୟ କରାଯିବ।

ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଂଚଳ) ଅନ୍ତର୍ଗତ ଘର ଯୋଗାଇବାରେ କୌଣସି ସମସ୍ୟା ନାହିଁ। ଏଥିପାଇଁ କୌଣସି ସୀମା ନାହିଁ ବୋଲି ନଗର ଉନ୍ନୟନ ବିଭାଗ ସଚିବ ଏହି ବୈଠକରେ କହିବା ସହ ସମସ୍ତ ଯୋଗ୍ୟ ପରିବାରକୁ ସେଥିରେ ସାମିଲ୍ କରିହେବ ବୋଲି ସୂଚନା ଦେଇଛନ୍ତି। ତେବେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କ ଅନୁମୋଦନ ନିଆଯିବ। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୨୦୦ ଯୋଗ୍ୟ ସେବାୟତ ପରିବାରକୁ ସାମିଲ କରାଯିବ।
ଏହି ଯୋଜନାର ହିତାଧିକାରୀଙ୍କୁ ଚୟନ କରିବା ନିମନ୍ତେ ମୋଡ଼ାଲିଟି ନିର୍ଦ୍ଧାରଣ ଓ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଆଲୋଚନା ନିମନ୍ତେ ପୁରୀରେ ଏକ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ତେବେ ଗରିବ ସେବାୟତଙ୍କୁ ଘର ଦେବା ପାଇଁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର କେଉଁ ଆଧାରରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ପ୍ରକଳ୍ପଗୁଡ଼ିକ ପାଇଁ ଜମି ରେକର୍ଡ ସ୍ଥିରୀକୃତ ସହ ଭିତ୍ତିଭୂମି ସୁବିଧା ଯୋଗାଇବାକୁ କହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ପୁରୀ ସହରରେ ରହୁଥିବା ସମସ୍ତ ଗରିବ ସେବାୟତଙ୍କୁ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଘର ଆବଣ୍ଟନ ହେବ ନା, ସେଥିରେ ଆଉ କିଛି କେ’ ରାଜ୍ୟ ସରକାର ରଖିଛନ୍ତି ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story