ଓଡ଼ିଶାରୁ ଉଚ୍ଛେଦ ହେଲା କୋଭିଡ୍ ରେଗୁଲେସନ,ଏଣିକି ପାଳନ ସ୍ୱେଚ୍ଛାକୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପରେ ରାଜ୍ୟ ସରକାର ଆଜି ତତ୍କାଳ ପ୍ରଭାବରୁ ‘ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦’କୁ ଉଚ୍ଛେଦ କରିଛନ୍ତି । ଆଉ ରାଜ୍ୟରେ କୋଭିଡ୍ କଟକଣା କିମ୍ବା କୋଭିଡ୍ ନିୟମାବଳୀ ମାନିବାକୁ କେହି ବାଧ୍ୟ ନୁହଁନ୍ତି । ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଦସ୍ତଖତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପରେ କୋଭିଡ-୧୯ ନିୟମାବଳୀ ୨୦୨୦କୁ ରାଜ୍ୟ […]

Covid19

Ordigital Desk
  • Published: Saturday, 19 November 2022
  • , Updated: 19 November 2022, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପରେ ରାଜ୍ୟ ସରକାର ଆଜି ତତ୍କାଳ ପ୍ରଭାବରୁ ‘ଓଡ଼ିଶା କୋଭିଡ-୧୯ ନିୟମାବଳୀ ୨୦୨୦’କୁ ଉଚ୍ଛେଦ କରିଛନ୍ତି । ଆଉ ରାଜ୍ୟରେ କୋଭିଡ୍ କଟକଣା କିମ୍ବା କୋଭିଡ୍ ନିୟମାବଳୀ ମାନିବାକୁ କେହି ବାଧ୍ୟ ନୁହଁନ୍ତି ।

ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଦସ୍ତଖତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ରାଜ୍ୟରେ କୋଭିଡ୍ ମାମଲା ହ୍ରାସ ପରେ କୋଭିଡ-୧୯ ନିୟମାବଳୀ ୨୦୨୦କୁ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ସାଧାରଣ ଲୋକମାନେ ଚାହିଁଲେ ନିଜେ ସ୍ୱେଚ୍ଛାକୃତ ଭାବେ ଆବଶ୍ୟକତା ଅନୁସାରେ ଏହି ନିୟମ ପାଳନ କରିପାରିବେ ।

ସୂଚନାଯୋଗ୍ୟ, କୋଭିଡ-୧୯ ନିୟମାବଳୀ ରାଜ୍ୟରେ ବଳବତ୍ତର ଥିବାବେଳେ ମୁହଁରେ ମାସ୍କ ପିନ୍ଧିବା, ସର୍ବସାଧାରଣରେ ଛେପ ପକାଇବା, ଜନ ସମାଗମ ଆଦି ଉପରେ କଟକଣା ରହିଥିଲା । ଏହି ନିୟମ ଭଙ୍ଗ କଲେ ଦୋଷୀଙ୍କ ବିରୁଦ୍ଧରେ ଜୋରିମାନା ରୁଜୁ ହେଉଥିଲା । ତେବେ ଆଜି ରାଜ୍ୟ ସରକାର ଏହି କୋଭିଡ୍ -୧୯ ରେଗୁଲେସନକୁ ଉଚ୍ଛେଦ କରିଛନ୍ତି । ତା’ଛଡ଼ା ରାଜ୍ୟରେ ଗତ କିଛିମାସ ହେବ କୋଭିଡ୍ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇନଥିବା ଜଣାପଡ଼ିଛି ।

Related story