‘ଫୋନି’ ବାତ୍ୟାକୁ ମାସେ, ତଥାପି ସରୁନି ସରକାରଙ୍କ ସ୍ଥାନାନ୍ତର ଗଣିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’କୁ ଆସନ୍ତାକାଲି ମାସେ ପୂରିବାକୁ ଯାଉଛି। କିନ୍ତୁ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାର ସରକାରୀ ସଂଖ୍ୟାର ହିସାବ ଶେଷ ହେଉନି। କ୍ରମାଗତ ଭାବେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ‘ଫୋନି’ ବାତ୍ୟା ଯୋଗୁ ଆଜିସୁଦ୍ଧା ପୁରୀ ଜିଲ୍ଲାର ଅର୍ଦ୍ଧାଧିକ ପରିବାର(୫୨%) ବିନା ବିଜୁଳିରେ ରହିଥିବାବେଳେ ପ୍ରଭାବିତ ପୁରୀ ସମେତ ୯ଟି ଜିଲ୍ଲାରେ ୧ ଲକ୍ଷ ୬୪ହଜାର ୫୪୨ଟି ପରିବାରକୁ ବିଦ୍ୟୁତ ସଂଯୋଗ ମିଳିଥିବା ସରକାରୀ ଭାବେ […]

foni

foni

Jitendra Garnayak
  • Published: Sunday, 02 June 2019
  • Updated: 02 June 2019, 10:08 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’କୁ ଆସନ୍ତାକାଲି ମାସେ ପୂରିବାକୁ ଯାଉଛି। କିନ୍ତୁ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାର ସରକାରୀ ସଂଖ୍ୟାର ହିସାବ ଶେଷ ହେଉନି। କ୍ରମାଗତ ଭାବେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ‘ଫୋନି’ ବାତ୍ୟା ଯୋଗୁ ଆଜିସୁଦ୍ଧା ପୁରୀ ଜିଲ୍ଲାର ଅର୍ଦ୍ଧାଧିକ ପରିବାର(୫୨%) ବିନା ବିଜୁଳିରେ ରହିଥିବାବେଳେ ପ୍ରଭାବିତ ପୁରୀ ସମେତ ୯ଟି ଜିଲ୍ଲାରେ ୧ ଲକ୍ଷ ୬୪ହଜାର ୫୪୨ଟି ପରିବାରକୁ ବିଦ୍ୟୁତ ସଂଯୋଗ ମିଳିଥିବା ସରକାରୀ ଭାବେ କୁହାଯାଇଛି। ‘ଫୋନି’ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ସରକାରଙ୍କ ଏହି ତଥ୍ୟ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

ଶନିବାର (ଗତକାଲି) ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ପୁରୀ ଜିଲ୍ଲାରେ ମୋଟ ୨ଲକ୍ଷ ୯୧ହଜାର ୧୭୧ଟି ବିଦ୍ୟୁତ ଉପଭୋକ୍ତା ପରିବାରଙ୍କ ମଧ୍ୟରୁ ୫୨ ପ୍ରତିଶତ ପରିବାର(୧ଲକ୍ଷ ୫୧ହଜାର ୮୮୯) ପାଖରେ ବିଦ୍ୟୁତ ପହଞ୍ଚି ପାରିଛି। ବାକି ୪୮% ପରିବାର ଏବେ ବି ଅନ୍ଧକାରରେ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୪% ଓ କଟକ ଜିଲ୍ଲାରେ ୧ ପ୍ରତିଶତ ବିଦ୍ୟୁତ ଉପଭୋକ୍ତାଙ୍କ ପାଖରେ ବିଜୁଳି ପହଞ୍ଚିବା ବାକି ଅଛି ବୋଲି ସରକାରୀ ଭାବେ କୁହାଯାଇଛି।

ପ୍ରବଳ ଗ୍ରୀଷ୍ମରେ ରାଜ୍ୟର ୧.୬୫ଲକ୍ଷ ବିଜୁଳି ଉପଭୋକ୍ତା ପରିବାର ଛଟପଟ ହେଉଥିବାବେଳେ ନବୀନ ପଟ୍ଟନାୟକ ସରକାର ନିଜର ପଞ୍ଚମପାଳିର ଶପଥ ଗ୍ରହଣ ସମାରୋହକୁ ମେ’ ୨୯ରେ ପ୍ରଦର୍ଶନୀ ପଡ଼ିଆରେ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ଟେଣ୍ଟ ମଧ୍ୟରେ ସମ୍ପନ୍ନ କରିବାକୁ ପଛାଇ ନଥିଲେ।

paradeepସେହିପରି ବାତ୍ୟା ଲ୍ୟାଣ୍ଡଫଲ କରିବାର ୨୪ଘଣ୍ଟା ପୂର୍ବରୁ ରାଜ୍ୟର ୧୫.୫୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ଶନିବାର ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ସୂଚନା ଦିଆଯାଇଛି। ତେବେ ମେ’ ୧୨ତାରିଖରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ ଲ୍ୟାଣ୍ଡଫଲ୍ ୨୪ଘଣ୍ଟା ପୂର୍ବରୁ ୧୪ଲକ୍ଷ ୭୦ଜହାର ୧୯୭ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା। ମେ’ ୩ରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବାର ୯ଦିନ ପରେ ସରକାର ଲୋକଙ୍କ ସ୍ଥାନାନ୍ତର ହୋଇଥିବା ସଂଖ୍ୟାରେ ଆଜି ଆଉ ୮୦ହଜାର ଲୋକ ଯୋଡ଼ି ହେବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ସେହିପରି ପ୍ରାରମ୍ଭିକ ଆକଳନ ପରେ ବାତ୍ୟା ଯୋଗୁ ୧୧,୯୪୨ କୋଟି ଟଙ୍କା କ୍ଷତି ହୋଇଛି ବୋଲି ସରକାର ଦର୍ଶାଇଥିବାବେଳେ ଏବେ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତିର ସ୍ମାରକପତ୍ର ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ଦିଆଯିବ ବୋଲି ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଦାୟିତ୍ୱ ନେବାପରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ‘ଫୋନି’ କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story