୩ ପ୍ରକଳ୍ପକୁ ଅନୁମୋଦନ, ସୃଷ୍ଟିହେବ ୬୫୩୯ ନିଯୁକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୩ ପ୍ରକଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପନ୍ନ ବୈଠକର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୩ଟି ପ୍ରକଳ୍ପରେ ୧୭ ହଜାର ୮୩୩ କୋଟି ନିବେଶ ହେବ। ଏହାଦ୍ୱାରା ୬୫୩୯ ନିଯୁକ୍ତି ସୃଷ୍ଟି ହେବ। ହିଣ୍ଡାଲକୋ ୮ ହଜାର କୋଟି ନିବେଶ କରିବ। ଏଥିରେ ୪୨୫୦ ଜଣ ନିଯୁକ୍ତି ପାଇବେ। ସେହିପରି ନ୍ୟାଶନାଲ୍‌ ଥର୍ମାଲ ପାୱାର କର୍ପୋରେଶନ୍‌(ଏନ୍‌ଟିପିସି) ତାଳଚେରର ସଂପ୍ରସାରଣକୁ ମଧ୍ୟ କ୍ଲିୟରାନ୍ସ କମିଟି […]

HINDALCO

Manoranjan Sial
  • Published: Thursday, 09 January 2020
  • , Updated: 09 January 2020, 05:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୩ ପ୍ରକଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପନ୍ନ ବୈଠକର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୩ଟି ପ୍ରକଳ୍ପରେ ୧୭ ହଜାର ୮୩୩ କୋଟି ନିବେଶ ହେବ। ଏହାଦ୍ୱାରା ୬୫୩୯ ନିଯୁକ୍ତି ସୃଷ୍ଟି ହେବ।

ହିଣ୍ଡାଲକୋ ୮ ହଜାର କୋଟି ନିବେଶ କରିବ। ଏଥିରେ ୪୨୫୦ ଜଣ ନିଯୁକ୍ତି ପାଇବେ। ସେହିପରି ନ୍ୟାଶନାଲ୍‌ ଥର୍ମାଲ ପାୱାର କର୍ପୋରେଶନ୍‌(ଏନ୍‌ଟିପିସି) ତାଳଚେରର ସଂପ୍ରସାରଣକୁ ମଧ୍ୟ କ୍ଲିୟରାନ୍ସ କମିଟି ମଞ୍ଜୁରୀ ଦେଇଛି। ଏନ୍‌ଟିପିସି ସଂପ୍ରସାରଣରେ ୭୬୯୮ କୋଟି ଟଙ୍କା ନିବେଶ ହେବ।

ସୁନ୍ଦରଗଡ଼ରେ ରୁଙ୍ଗଟା ମାଇନ୍ସ ଇସ୍ପାତ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ମିଳିଛି। ରୁଙ୍ଗଟା ପ୍ରକଳ୍ପରେ ନିବେଶ ହେବ ୨୧୩୫ କୋଟି ଟଙ୍କା। ଏଥିରେ ୨୨୮୮ ଜଣ ନିଯୁକ୍ତି ପାଇବେ। କ୍ଲିୟରାନ୍ସ କମିଟି ବୈଠକ ପରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।

Related story