ବିକାଶର ଓଲଟା ଗତି: ୨୦ବର୍ଷରେ କମିଛି ରାଜ୍ୟ ରାଜପଥ ଓ ଜିଲ୍ଲା ରାସ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ୨୦ବର୍ଷ ଧରି ଶାସନ କ୍ଷମତାରେ ନବୀନ ପଟ୍ଟନାୟକ ସରକାର ଥିଲେ ମଧ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସେଭଳି ଆଖିଦୃଶିଆ ବିକାଶ ହୋଇପାରିନି। ବିଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୧୨୫୪୭କିମି ରାସ୍ତା ନିର୍ମାଣ ହୋଇଥିବାବେଳେ ୨୦୦୦-୦୧ରୁ ୨୦୨୦-୨୧ ମସିହା ମଧ୍ୟରେ ରାଜ୍ୟ ରାଜପଥ ଓ ଜିଲ୍ଲାର ପ୍ରମୁଖ ରାସ୍ତା ପରିମାଣ ପ୍ରାୟ ୩୦ରୁ ୪୦ ପ୍ରତିଶତ ହ୍ରାସ ପାଇଛି। ଅବଶ୍ୟ ଏହି ଅବଧି ମଧ୍ୟରେ ଜାତୀୟ ରାଜପଥ ପ୍ରାୟ ଦୁଇଗୁଣ ବୃଦ୍ଧି […]

Road

Road

Tapas Behera
  • Published: Monday, 16 November 2020
  • Updated: 16 November 2020, 09:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କ୍ରମାଗତ ୨୦ବର୍ଷ ଧରି ଶାସନ କ୍ଷମତାରେ ନବୀନ ପଟ୍ଟନାୟକ ସରକାର ଥିଲେ ମଧ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସେଭଳି ଆଖିଦୃଶିଆ ବିକାଶ ହୋଇପାରିନି। ବିଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୧୨୫୪୭କିମି ରାସ୍ତା ନିର୍ମାଣ ହୋଇଥିବାବେଳେ ୨୦୦୦-୦୧ରୁ ୨୦୨୦-୨୧ ମସିହା ମଧ୍ୟରେ ରାଜ୍ୟ ରାଜପଥ ଓ ଜିଲ୍ଲାର ପ୍ରମୁଖ ରାସ୍ତା ପରିମାଣ ପ୍ରାୟ ୩୦ରୁ ୪୦ ପ୍ରତିଶତ ହ୍ରାସ ପାଇଛି। ଅବଶ୍ୟ ଏହି ଅବଧି ମଧ୍ୟରେ ଜାତୀୟ ରାଜପଥ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି।

ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ୨୦୦୦-୦୧ ମସିହାରେ ମୋଟ ୧୩୩୦୨କିମି ରାସ୍ତା ଥିବାବେଳେ ୨୦୨୦-୨୧ ନଭେମ୍ବର ମାସ ସୁଦ୍ଧା ଏହା ୨୫୮୪୯କିମିରେ ପହଂଚିଛି। ଅର୍ଥାତ୍ ଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୧୨୫୪୭କିମି ରାସ୍ତା ନିର୍ମାଣ କରିବାରେ ନବୀନ ପଟ୍ଟନାୟକ ସରକାର ସକ୍ଷମ ହୋଇଛନ୍ତି। ଗତ ୩ବର୍ଷ ଧରି ରାଜ୍ୟରେ ସଡ଼କ ନିର୍ମାଣ କାର୍ଯ୍ୟ ଏପ୍ରକାର ଠପ୍ ହୋଇଯାଇଛି। ତେବେ ୨୦୦୦-୦୧ ମସିହାରେ ଓଡ଼ିଶାରେ ରାଜ୍ୟ ରାଜପଥ ପରିମାଣ ୫୦୧୦କିମି ଥିବାବେଳେ ଏବେ ତାହା ୩୭୧୫କିମି ଓ ଜିଲ୍ଲାର ପ୍ରମୁଖ ରାସ୍ତା ପରିମାଣ ୩୬୭୬କିମିରୁ ୨୭୮୦କିମିକୁ ହ୍ରାସ ପାଇଛି। ଅବଶ୍ୟ ୨୦୦୦-୦୧ ମସିହାରେ ରାଜ୍ୟରେ ୨୭୩୯କିମି ଜାତୀୟ ରାଜପଥ ଥିବାବେଳେ ଚଳିତମାସ ସୁଦ୍ଧା ଏହା ୪୮୪୮କିମିକୁ ବୃଦ୍ଧି ପାଇଛି। ଓଡ଼ିଶାରେ ଏକ୍ସପ୍ରେସ୍ ହାଇୱେ ପରିମାଣ ୨୦୦୦-୦୧ରେ ମାତ୍ର ୩୮କିମି ଥିବାବେଳେ ଏବେ ତାହା ୪୯୫କିମିରେ ପହଂଚିଛି। ୨୦୧୭-୧୮ ମସିହାରୁ ‘ବିଜୁ ଏକ୍ସପ୍ରେସ୍ ହାଇୱେ’ ଯୋଜନାରେ ଏସବୁ ରାସ୍ତା ନିର୍ମାଣ ହୋଇଛି। ଜିଲ୍ଲାର ଅନ୍ୟାନ୍ୟ ରାସ୍ତା ପରିମାଣ ୨୦୦୦-୦୧ରେ ୪୫୭୬କିମି ଥିବାବେଳେ ଏବେ ତାହା ୧୮୮୫୭କିମିକୁ ବୃଦ୍ଧି ପାଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୧୮-୧୯ ଆର୍ଥିକ ବର୍ଷରୁ ଚଳିତ ନଭେମ୍ବର ମାସ ମଧ୍ୟରେ ରାଜ୍ୟରେ ସଡ଼କ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଠପ୍ ହୋଇଯାଇଛି। ଗତ ୩ଟି ଆର୍ଥିକ ବର୍ଷରେ ଗୋଟିଏ ବି ଇଂଚ ଏକ୍ସପ୍ରେସ୍ ହାଇୱେ ନିର୍ମାଣ ହୋଇନଥିବାବେଳେ ଜାତୀୟ ରାଜପଥ ମାତ୍ର ୬୦କିମି ନିର୍ମିତ ହୋଇଛି। ସେହିପରି ରାଜ୍ୟପଥ ପରିମାଣ ଗତ ଆର୍ଥିକ ବର୍ଷ ଯାହା ଥିଲା ଚଳିତବର୍ଷ ନଭେମ୍ବର ମାସସୁଦ୍ଧା ମଧ୍ୟ ସେୟା ରହିଛି। ରାଜ୍ୟ ସରକାରଙ୍କ ପାଣ୍ଠିରେ ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ବିଭିନ୍ନ ବର୍ଗର ମୋଟ ୨୫୭୮୯କିମି ରାସ୍ତା ନିର୍ମାଣ ହୋଇଥିବାବେଳେ ଚଳିତବର୍ଷ ନଭେମ୍ବର ମଧ୍ୟରେ ଅର୍ଥାତ୍ ଗତ ୩ବର୍ଷ ମଧ୍ୟରେ ଏହା ମାତ୍ର ୬୦କିମି ବୃଦ୍ଧି ପାଇ ୨୫୮୪୯କିମିରେ ପହଂଚିଛି।
ସୂଚନାଯୋଗ୍ୟ, ରାଜ୍ୟରେ ସଡ଼କ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ ହୋଇଥିବା ନେଇ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କ ଅସଲ ଚେହେରା ଏବେ ପଦାରେ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story