ଓଡ଼ିଶାରେ ବୈଦ୍ୟୁତିକ ମୋଟର ଯାନ ଚଳାଚଳ: ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଓ ଷ୍ଟିୟରିଂ କମିଟି ଗଠିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଦଶମ ରାଜ୍ୟ ଭାବେ ଓଡ଼ିଶା ସରକାର ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ଦେଇଥିବାବେଳେ ଆସନ୍ତା ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଓ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ ହୋଇଛି । ରାଜ୍ୟ କ୍ୟାବିନେଟରେ ଏହି ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ମିଳିବା ପରେ ସେପ୍ଟେମ୍ବର ୧ତାରିଖରେ ରାଜ୍ୟ ସରକାର ବିଧିବଦ୍ଧ […]

electric-motor

electric-motor

Ordigital Desk
  • Published: Friday, 10 September 2021
  • Updated: 10 September 2021, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ଦଶମ ରାଜ୍ୟ ଭାବେ ଓଡ଼ିଶା ସରକାର ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ଦେଇଥିବାବେଳେ ଆସନ୍ତା ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ୨୦ ପ୍ରତିଶତ ଇଲେକ୍ଟ୍ରିକ ଚାଳିତ ମୋଟରଯାନ ଚଳାଚଳ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟସ୍ତରୀୟ ଟାସ୍କ ଫୋର୍ସ ଓ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ ହୋଇଛି । ରାଜ୍ୟ କ୍ୟାବିନେଟରେ ଏହି ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତିକୁ ମଞ୍ଜୁରୀ ମିଳିବା ପରେ ସେପ୍ଟେମ୍ବର ୧ତାରିଖରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ ।

ଗତକାଲି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧କୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଥିବାବେଳେ ଏଥିରେ ମୋଟ ୧୦ଜଣ ସଦସ୍ୟ ରହିଛନ୍ତି । ସେହିପରି ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ ହୋଇଥିବାବେଳେ ସେଥିରେ ୧୩ଜଣ ସଦସ୍ୟ ଅଛନ୍ତି ।

ରାଜ୍ୟରେ ବୈଦ୍ୟୁତିକ ଯାନ ଚଳାଚଳକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଏହି ଦୁଇଟି କମିଟି ଗଠନ ହୋଇଛି। ରାଜ୍ୟସ୍ତରୀୟ ଟାସ୍କଫୋର୍ସର ଅଧ୍ୟକ୍ଷ ଭାବେ ମୁଖ୍ୟ ସଚିବ ଥିବାବେଳେ ଉପାଧ୍ୟକ୍ଷ ଭାବେ କୃଷି ଉତ୍ପାଦନ କମିଶନର, ସଦସ୍ୟ ଭାବେ ଉନ୍ନୟନ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ,ଶିଳ୍ପ ସଚିବ, ଅର୍ଥ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ଶକ୍ତି ସଚିବ ଥିବାବେଳେ ବାଣିଜ୍ୟ ଓ ପରିବହନ ସଚିବ ଏହି କମିଟିର ଆବାହକ ସଦସ୍ୟ ରହିବେ।

ସେହିପରି ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟିରେ ଆବାହକ ସଦସ୍ୟ ଭାବେ ରାଜ୍ୟ ପରିବହନ କମିଶନରଙ୍କ ସମେତ ସେସୁ, ଇଡକୋ, ଓଏସଆରଟିସି, ପରିଚାଳନା ଅଧ୍ୟକ୍ଷ, ବିଦ୍ୟୁତ ଇଆଇସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ,ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ପ୍ରତିନିଧି, ଅର୍ଥ ବିଭାଗର ଯୁଗ୍ମ ସଚିବ, ନଗର ଉନ୍ନୟନ, ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ସଚିବ ଏବଂ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଏହାର ସଦସ୍ୟ ରହିବେ।

ସୂଚନାଯୋଗ୍ୟ, ଓଡ଼ିଶାରେ ଅବଧି ଶେଷ ହୋଇଥିବା ପୁରୁଣା ଗାଡ଼ିଗୁଡ଼ିକୁ ରଦ୍ଦ ଓ ବୈଦ୍ୟୁତିକ ମୋଟରଯାନ କିଣିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧’କୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଓଡ଼ିଶା ଇଲେକ୍ଟ୍ରିକ ଭେକ୍ୱିଲ ପଲିସି ବା ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧ ଅନୁସାରେ ରାଜ୍ୟରେ ୨୦୨୫ସୁଦ୍ଧା ବୈଦ୍ୟୁତିକ ଯାନ ଚଳପ୍ରଚଳ ସଂଖ୍ୟା ମୋଟର ଯାନର ୨୦ ପ୍ରତିଶତ କରିବା ଲକ୍ଷ୍ୟରେ ଏହି ଗାଡ଼ି ଓ ଏହାର ଯନ୍ତ୍ରାଂଶ, ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ତଥା ଏ କ୍ଷେତ୍ରରେ ନବୀକରଣ ଓ ଗବେଷଣାକୁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି ।

ଏହି ପ୍ରସ୍ତାବିତ ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନୀ, ଯାନ ବ୍ୟବହାରକାରୀ ଲୋକଙ୍କୁ ଆର୍ଥିକ ରିହାତି ଦେବା ସହ ଗାଡ଼ି ପଞ୍ଜିକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ଼ କରିିବାର ପ୍ରାବଧାନ ଅଛି । ଏମଏସଏମଇ ବିଭାଗର ‘ଷ୍ଟାର୍ଟଅପ୍‌’ ପଲିସିରେ ଏହି ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story