ବିଜେଡିରେ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟାକୁ ନେଇ ଚାଲିଛି ଛକାପଞ୍ଝା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମପାଳି ସରକାର ଗଠନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୩୭ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୨ଜଣ ନେତାଙ୍କୁ ଟାଣିଓଟାରି ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ‘ଉପଦେଷ୍ଟା’ ପଦରେ ଅବସ୍ଥାପିତ କରାଯାଇଛି। ମାତ୍ର ଏହି ନେତାମାନଙ୍କର କାର୍ଯ୍ୟ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବାବେଳେ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ସୁବିଧାସୁଯୋଗ ପାଇଁ ଛକାପଞ୍ଝା ଆରମ୍ଭ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, […]

bjd-1

bjd-1

Tapas Behera
  • Published: Thursday, 29 August 2019
  • Updated: 29 August 2019, 10:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚମପାଳି ସରକାର ଗଠନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୩୭ଜଣ ନେତାଙ୍କୁ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୨ଜଣ ନେତାଙ୍କୁ ଟାଣିଓଟାରି ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାର ‘ଉପଦେଷ୍ଟା’ ପଦରେ ଅବସ୍ଥାପିତ କରାଯାଇଛି। ମାତ୍ର ଏହି ନେତାମାନଙ୍କର କାର୍ଯ୍ୟ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନଥିବାବେଳେ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ସୁବିଧାସୁଯୋଗ ପାଇଁ ଛକାପଞ୍ଝା ଆରମ୍ଭ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ବିଜେଡିର କିଛି ପୂର୍ବତନ ବିଧାୟକ ଓ ବରିଷ୍ଠ ନେତାଙ୍କୁ ଉପଦେଷ୍ଟା ଭାବେ ଥଇଥାନ କରାଯାଇଥିବାରୁ ସେମାନେ ଏବେ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ଦାବି କରୁଛନ୍ତି।

ଏହି ନେତାମାନଙ୍କ ସରକାରୀ ନିଯୁକ୍ତି ସଂକ୍ରାନ୍ତ ସର୍ତ୍ତାବଳୀ ପ୍ରସ୍ତୁତ ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଦାୟିତ୍ୱ ଦିଆଯାଇଥିବାବେଳେ ସେଥିରେ କେତେକ ଆଇନଗତ ସମସ୍ୟା ଯୋଗୁ ଏହି ଉପଦେଷ୍ଟାମାନେ ଦାୟିତ୍ୱ ଗ୍ରହଣ କରିପାରୁନଥିବା ଜଣାପଡ଼ିଛି। ପୂର୍ବରୁ ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଥିବାବେଳେ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଭାବେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀର ସୁବିଧାସୁଯୋଗ ମିଳିଥିଲା।

ଇତିମଧ୍ୟରେ ଉକ୍ତ ଦୁଇ ନେତା ନିଜର ଦାୟିତ୍ୱ ଗ୍ରହଣ କରିସାରିଥିବାବେଳେ ଏବେ ବିଭିନ୍ନ ସରକାରୀ ପଦପଦବୀରେ ଥଇଥାନ ହୋଇଥିବା ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ପ୍ରିୟଦର୍ଶୀ ମିଶ୍ର ଓ ଆକାଶଦାସ ନାୟକ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ, ମାନସ ମଙ୍ଗରାଜ, ପ୍ରଭାତଆଦିତ୍ୟ ମିଶ୍ର, ରାମଚନ୍ଦ୍ର ପଣ୍ଡା ଓ ସୁସ୍ମିତା ବାଗଚୀ ପ୍ରମୁଖ ଏବେ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ପାଇଁ ଲବି ଜୋରଦାର କରୁଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ସରକାର ୧୨ଟି ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଭାବେ ଦଳୀୟ ବିଧାୟକଙ୍କୁ ନିଯୁକ୍ତି ଦେଇ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟାର ସୁବିଧା ଦେଇଥିବାବେଳେ ବିଜୟ କୁମାର ସାହୁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଏବଂ କେ.ଶ୍ରୀନାଥ ରେଡ୍ଡୀ ଓ ସୁବ୍ରତୋ ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧା ଦେଉଛନ୍ତି।

ଦେଶରେ ଅର୍ଥନୀତିକ ମାନ୍ଦାବସ୍ଥା ଯୋଗୁ ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଥିବାବେଳେ ଦଳୀୟ ନେତାମାନଙ୍କୁ ଏଭଳି ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ଦେଇ ରାଜ୍ୟ ସରକାର ରାଜକୋଷ ଉପରେ ଆର୍ଥିକ ବୋଝ ଦେବାକୁ ଚାହୁଁନାହାନ୍ତି। ସରକାର ଏବେ ଏହି ଦଳୀୟ ନେତାମାନଙ୍କୁ ଟାଣିଓଟାରି ସରକାରୀ ପଦପଦବୀରେ ଥଇଥାନ କରି ରାଜକୋଷ ଉପରେ ଚାପ ବଢ଼ାଇ ସାରିଥିବାରୁ ଏମାନଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟାର ସୁବିଧାସୁଯୋଗ ଦେଲେ ସାଧାରଣରେ ନିନ୍ଦିତ ଓ ସମାଲୋଚିତ ହେବେ ବୋଲି ଆଶଙ୍କା କରୁଛନ୍ତି। ଯେଉଁଥିପାଇଁ ଥଇଥାନ ହୋଇଥିବା ଦଳୀୟ ନେତାମାନଙ୍କ ଚାପକୁ ବିଶେଷ ଗୁରୁତ୍ୱ ନଦେଇ ଅଣଦେଖା କରିବା ନିମନ୍ତେ ଦ୍ୱିତୀୟ କ୍ଷମତାକେନ୍ଦ୍ର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story