ଆସପଣ୍ଡ ଭୁଶୁଡ଼ିବା ଘଟଣା: ବେଦାନ୍ତକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୋଟିସ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ା କାତିକେଲାରେ ଥିବା ବେଦାନ୍ତ କମ୍ପାନୀକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍  ଜାରି କରାଯାଇଛି। ଉକ୍ତ କମ୍ପାନୀର ଆସପଣ୍ଡ ଭୁଶୁଡ଼ିବା ଘଟଣାରେ ବୋର୍ଡ ପକ୍ଷରୁ ଏହି ନୋଟିସ୍  ଜାରି କରିଛି। ଗତ ୨୮ତାରିଖରେ ବେଦାନ୍ତରୁ ଆସପଣ୍ଡ ଭୁଶୁଡ଼ି ଶହଶହ ଏକର ଜମିରେ ପାଣି ମାଡ଼ିଯାଇଥିଲା। ଝାରସୁଗୁଡ଼ା କାତିକେଲାରେ ଥିବା ବେଦାନ୍ତର ୨ନମ୍ବର ଆସପଣ୍ଡ ଭୁଶୁଡ଼ି ପଡ଼ିବା ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।  ଉତ୍ତ୍ୟକ୍ତ ଲୋକେ ବେଦାନ୍ତ […]

Rakesh Mallick
  • Published: Thursday, 07 September 2017
  • , Updated: 07 September 2017, 02:04 PM IST

ଝାରସୁଗୁଡ଼ା: ଝାରସୁଗୁଡ଼ା କାତିକେଲାରେ ଥିବା ବେଦାନ୍ତ କମ୍ପାନୀକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍  ଜାରି କରାଯାଇଛି। ଉକ୍ତ କମ୍ପାନୀର ଆସପଣ୍ଡ ଭୁଶୁଡ଼ିବା ଘଟଣାରେ ବୋର୍ଡ ପକ୍ଷରୁ ଏହି ନୋଟିସ୍  ଜାରି କରିଛି।

ଗତ ୨୮ତାରିଖରେ ବେଦାନ୍ତରୁ ଆସପଣ୍ଡ ଭୁଶୁଡ଼ି ଶହଶହ ଏକର ଜମିରେ ପାଣି ମାଡ଼ିଯାଇଥିଲା। ଝାରସୁଗୁଡ଼ା କାତିକେଲାରେ ଥିବା ବେଦାନ୍ତର ୨ନମ୍ବର ଆସପଣ୍ଡ ଭୁଶୁଡ଼ି ପଡ଼ିବା ଘଟଣା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।  ଉତ୍ତ୍ୟକ୍ତ ଲୋକେ ବେଦାନ୍ତ କମ୍ପାନୀର ଫାଟକରେ ତାଲା ପକାଇ ଦେଇଥିଲେ। ବେଦାନ୍ତର ୨ନମ୍ବର ଆସପଣ୍ଡର ପ୍ରାୟ ୮୦୦ ମିଟର ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଶହ ଶହ ଏକର ଚାଷ ଜମିରେ ପାଉଁଶ ପାଣି ମାଡ଼ି ଯାଇଥିଲା ।

Related story