ରାଜ୍ୟରେ ହେବ ଆଉ ୬ଟି ନୂଆ ଥାନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ଟି ହେବ ନୂଆ ଥାନା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ଥିବା ୬ଟି ଥାନାର ସୀମା ଭାଗ କରାଯାଇ ଏହି ନୂଆ ଥାନା ହେବ। ଖଣ୍ଡଗିରି, ଅନୁଗୋଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଂଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ପରିସୀମା ଭଙ୍ଗାଯାଇ ଦୁଇ ଭାଗ ହେବ। ଏହାସହ ଓଡ଼ିଶା ପୁଲିସର ୯୦୫ ପଦବୀର ରେସନାଲାଇଜେସନକୁ ବି ମଂଜୁରୀ […]

police-stai

Tapaswini Nayak
  • Published: Friday, 07 August 2020
  • , Updated: 07 August 2020, 02:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୬ଟି ହେବ ନୂଆ ଥାନା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି।

ବର୍ତ୍ତମାନ ଥିବା ୬ଟି ଥାନାର ସୀମା ଭାଗ କରାଯାଇ ଏହି ନୂଆ ଥାନା ହେବ। ଖଣ୍ଡଗିରି, ଅନୁଗୋଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା, ଭଂଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନା ପରିସୀମା ଭଙ୍ଗାଯାଇ ଦୁଇ ଭାଗ ହେବ।

ଏହାସହ ଓଡ଼ିଶା ପୁଲିସର ୯୦୫ ପଦବୀର ରେସନାଲାଇଜେସନକୁ ବି ମଂଜୁରୀ ମିଳିଛି।

Related story