ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଆସିବା ପରେ ଏହାକୁ ଅନେକ ସ୍ୱାଗତ କରିଥିବା ବେଳେ ବିଭିନ୍ନ ଦଳର ନେତା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହି ରାୟ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମତ ରଖିଛନ୍ତି। ନବୀନ ଏନେଇ ଟ୍ୱିଟ୍ କରି, ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଏଥିରେ ସେ ଶାନ୍ତି, ସଦଭାବନା ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି।
Ahead of #AyodhyaVerdict, appeal to everyone to accept the judgement of Honourable #SupremeCourt. Let us continue to live in peace and harmony. The spirit of brotherhood is the hallmark of our secular fabric.
— Naveen Patnaik (@Naveen_Odisha) November 9, 2019
ନବୀନ କହିଛନ୍ତି ଯେ, ଧର୍ମନିରପେକ୍ଷତା ଆମର ପୋଷାକ ହେଲେ ଭାଇଚାରା ହେଉଛି ହେଉଛି ଏହାର ହଲମାର୍କ । ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆଜିର ସୁପ୍ରିମକୋର୍ଟଙ୍କ ରାୟ ଦୀର୍ଘ ଦିନ ଧରି ଚାଲିଥିବା ଏକ ଅଧ୍ୟାୟକୁ ଶେଷ କରିଛି। ଏହି ଐତିହାସିକ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଦ୍ଵେଷପୂର୍ଣ୍ଣ ମନୋଭାବ କିମ୍ବା ଅତ୍ୟଧିକ ଉତ୍ସାହିତ ନ ହେବାକୁ ସେ ନିବେଦନ କରିଛନ୍ତି।
.@PandaJay : ଆଜିର ସୁପ୍ରିମକୋର୍ଟଙ୍କ ରାୟ ଦୀର୍ଘ ଦିନ ଧରି ଚାଲିଥିବା ଏକ ଅଧ୍ୟାୟକୁ ଶେଷ କରିଛି। ଆସନ୍ତୁ ସମସ୍ତେ ଏହି ଐତିହାସିକ ସୁଧାରକୁ ଗ୍ରହଣ କରିବା। ନା ଦ୍ଵେଷପୂର୍ଣ୍ଣ ମନୋଭାବ ଆଣିବା ନା ଅତ୍ୟଧିକ ଉତ୍ସାହିତ ହେବା, ଆସନ୍ତୁ ଏକ ସଠିକ ବିଚାରଧାରା ସହ ଏହାର ପରିସମାପ୍ତି କରିବା।
— Baijayant Panda Odia (@Panda_Odia) November 9, 2019
ସୂଚନା ଅନୁଯାୟୀ, ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଏବଂ ମସଜିଦ୍ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଶନିବାର ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। ଏଥିସହ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।