ଅଯୋଧ୍ୟା ରାୟକୁ ନେଇ କିଏ କ’ଣ କହିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଆସିବା ପରେ ଏହାକୁ ଅନେକ ସ୍ୱାଗତ କରିଥିବା ବେଳେ ବିଭିନ୍ନ ଦଳର ନେତା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହି ରାୟ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମତ ରଖିଛନ୍ତି। ନବୀନ ଏନେଇ ଟ୍ୱିଟ୍‌ କରି, ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଏଥିରେ ସେ ଶାନ୍ତି, ସଦଭାବନା ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। Ahead of #AyodhyaVerdict, appeal to everyone […]

nbb

Tapas Behera
  • Published: Saturday, 09 November 2019
  • , Updated: 09 November 2019, 05:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଆସିବା ପରେ ଏହାକୁ ଅନେକ ସ୍ୱାଗତ କରିଥିବା ବେଳେ ବିଭିନ୍ନ ଦଳର ନେତା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହି ରାୟ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମତ ରଖିଛନ୍ତି। ନବୀନ ଏନେଇ ଟ୍ୱିଟ୍‌ କରି, ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଏଥିରେ ସେ ଶାନ୍ତି, ସଦଭାବନା ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି।

ନବୀନ କହିଛନ୍ତି ଯେ, ଧର୍ମନିରପେକ୍ଷତା ଆମର ପୋଷାକ ହେଲେ ଭାଇଚାରା ହେଉଛି ହେଉଛି ଏହାର ହଲମାର୍କ । ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଆଜିର ସୁପ୍ରିମକୋର୍ଟଙ୍କ ରାୟ ଦୀର୍ଘ ଦିନ ଧରି ଚାଲିଥିବା ଏକ ଅଧ୍ୟାୟକୁ ଶେଷ କରିଛି। ଏହି ଐତିହାସିକ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି। ଦ୍ଵେଷପୂର୍ଣ୍ଣ ମନୋଭାବ କିମ୍ବା ଅତ୍ୟଧିକ ଉତ୍ସାହିତ ନ ହେବାକୁ ସେ ନିବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଏବଂ ମସଜିଦ୍ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଶନିବାର ସୁପ୍ରିମ୍ କୋର୍ଟ ରାୟ ଦେଇଛନ୍ତି। ଏଥିସହ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Related story