ପୁରୀ (ଓଡ଼ିଶା ରିପୋର୍ଟର): ଆଉ ମାତ୍ର ଦିନ କେଇଟା ପରେ ଖୋଲିବ ଶ୍ରୀମନ୍ଦିର। ନିଜ ପ୍ରଭୁଙ୍କ ଦର୍ଶନ ପାଇଁ ଅଧିର ହୋଇଉଠିଲେଣି ଭକ୍ତ। କରୋନା କଟକଣା ଯୋଗୁ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବାରୁ ବଞ୍ଚିତ ଥିବା ଭକ୍ତ ଏବେ ପୁରୀ ମୁହାଁ ହେବେ। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକେ ଯେପରି ସୁବିଧାରେ ପୁରୀରେ ରହିପାରିବେ ସେ ନେଇ ବ୍ୟବସ୍ଥା କରିଛନ୍ତି ସରକାର।
ଏଣିକି ମାତ୍ର ଶହେ ଟଙ୍କାରେ ପୁରୀରେ ରହି କାଳିଆକୁ ଦେଖିପାରିବ ଭକ୍ତ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇ ଦେବା ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ । ଏଠାରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ । ଭକ୍ତ ନିବାସ ନିର୍ମାଣ ଲାଗି ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ୩ରୁ ୪ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।