ଏବେ ବି ବଞ୍ଚିଛି ମଣିଷପଣିଆ...

ତେଲକୋଇ(ଚିନ୍ମୟ କୁମାର ସାହୁ) ଏବେ ବି ବଞ୍ଚିଛି ମଣିଷପଣିଆ। ମାନବିକତା ଦେଖାଇଲେ ପଥଚାରୀ। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କୁ କେତେକ ପଥଚାରୀ ଉଦ୍ଧାର କରି ତାଙ୍କୁ ମେଡିକାଲ ନେବାର ବ୍ୟବସ୍ଥା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତେଲକୋଇ ବ୍ଲକ ବାଂଶପାଳ ପୋଲ ପାଖରେ ଜଣେ  ବାଇକ୍‌ ଆରୋହୀ ପ୍ରଦୀପ ପାତ୍ର  ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟିବା ପରେ ରାସ୍ତାରେ ଯାଉଥିବା କିଛି ପଥଚାରୀ ଗୁରୁତର ପ୍ରଦୀପଙ୍କୁ ସବୁ […]

890

890

Tapas Behera
  • Published: Saturday, 06 April 2019
  • Updated: 06 April 2019, 06:18 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ) ଏବେ ବି ବଞ୍ଚିଛି ମଣିଷପଣିଆ। ମାନବିକତା ଦେଖାଇଲେ ପଥଚାରୀ। ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକଙ୍କୁ କେତେକ ପଥଚାରୀ ଉଦ୍ଧାର କରି ତାଙ୍କୁ ମେଡିକାଲ ନେବାର ବ୍ୟବସ୍ଥା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ତେଲକୋଇ ବ୍ଲକ ବାଂଶପାଳ ପୋଲ ପାଖରେ ଜଣେ  ବାଇକ୍‌ ଆରୋହୀ ପ୍ରଦୀପ ପାତ୍ର  ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟିବା ପରେ ରାସ୍ତାରେ ଯାଉଥିବା କିଛି ପଥଚାରୀ ଗୁରୁତର ପ୍ରଦୀପଙ୍କୁ ସବୁ ପ୍ରକାର ସମହାୟତା କରିଥିଲେ।

ସମ୍ପୃକ୍ତ ପଥଚାରୀମାନେ ପ୍ରଦୀପଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ଛାଇକୁ ଆଣିଥିଲେ। ସେଠାରେ ତାଙ୍କୁ ଗାମୁଛାରେ ବିଞ୍ଚଣା କରି ବିଞ୍ଚି ଦେଇଥିଲେ। ଏହା ସହିତ ସାହାଯ୍ୟ କରିବାକୁ ଅନ୍ୟକୁ ଅନୁରୋଧ କରିଥିଲେ। କେତେକ ଯୁବକ ଦମକଳ ବାହିନୀକୁ ଓ ତେଲକୋଇ ପୁଲିସକୁ ଖବର ଦେଇଥିଲେ। ପରେ ତେଲକୋଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ ଡାକ୍ତରଖାନା ଆଣିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos