ବିଚାରାଧୀନ କଏଦୀ ନାଁରେ ଚୋରି ଅଭିଯୋଗ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଚିନ୍ତାମଣିପଦା ଗାଁର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ ନାୟକଙ୍କୁ ଖଇରା ଥାନା ପୁଲିସ୍‌ ୨୦୧୯ ଜାନୁଆରୀ ୧୯ ତାରିଖରେ ମାମଲା ନମ୍ବର ୨/୧୯ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରାୟ ୭ ମାସ ଜେଲ୍‌ରେ ରହିବା ପରେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ପରେ ସେ ୨୦୧୯ ଅଗଷ୍ଟ ୨ ତାରିଖରେ ଜେଲ୍‌ରୁ ବାହାରିଥିଲେ। ଅର୍ଥାତ୍‌ ଜାନୁଆରୀ ୧୯ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏ […]

bhadrak

Niharika Rout
  • Published: Thursday, 05 December 2019
  • , Updated: 05 December 2019, 10:37 AM IST

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ଚିନ୍ତାମଣିପଦା ଗାଁର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ ନାୟକଙ୍କୁ ଖଇରା ଥାନା ପୁଲିସ୍‌ ୨୦୧୯ ଜାନୁଆରୀ ୧୯ ତାରିଖରେ ମାମଲା ନମ୍ବର ୨/୧୯ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରାୟ ୭ ମାସ ଜେଲ୍‌ରେ ରହିବା ପରେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ପରେ ସେ ୨୦୧୯ ଅଗଷ୍ଟ ୨ ତାରିଖରେ ଜେଲ୍‌ରୁ ବାହାରିଥିଲେ। ଅର୍ଥାତ୍‌ ଜାନୁଆରୀ ୧୯ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏ ରଞ୍ଜିତ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଜେଲ୍‌ ରହଣୀ କାଳ ମଧ୍ୟରେ ଅର୍ଥାତ୍ ୨୦୧୯ ମେ ୨୩ରେ ସୋର ଥାନା ବିଦୁ ଛକରେ ହୋଇଥିବା ଏକ ଲୁଟ୍ ମାମଲାରେ ରଞ୍ଜିତଙ୍କୁ ଅଭିଯୁକ୍ତ ସଜାଇଛି ପୁଲିସ୍‌। ସୋର ପୁଲିସ୍‌ ମାମଲା ନମ୍ବର ୨୩୭/୧୯ ଅନୁସାରେ ରଞ୍ଜିତଙ୍କୁ ନଭେମ୍ବର ୧ ତାରିଖରେ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଯେହେତୁ ରଞ୍ଜିତ ଜାନୁଆରୀ ୧୯ରୁ ଅଗଷ୍ଟ ୨ ତାରିଖ ଯାଏ ଜେଲ୍‌ରେ ଥିଲେ, ତେଣୁ ମେ’ ୨୩ ତାରିଖରେ ଚୋରି କିପରି କଲେ ବୋଲି ପ୍ରଶ୍ନ କରିଛନ୍ତି ତାଙ୍କ ପରିବାର ଲୋକେ। ପୁଲିସ୍‌ ତାଙ୍କୁ ମିଛ କେସ୍‌ରେ ଫସାଇବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏପରିକି ରଞ୍ଜିତଙ୍କ ପତ୍ନୀ ନଭେମ୍ବର ୧ରେ ସୋର ଥାନାକୁ ଯାଇ ତାଙ୍କ ସ୍ୱାମୀ ନିଖୋଜ ଥିବାର ଅଭିଯୋଗ କରିଛନ୍ତି । ତେବେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

‘ମୋ ସରକାର’ କାର୍ଯ୍ୟକ୍ରମରେ ପୁଲିସ୍‌ ବାବୁଙ୍କୁ ରାଜ୍ୟ ସରକାର ସ୍ୱଚ୍ଛତା ଓ ଶାଳୀନତାର ପାଠ ପଢ଼ାଉଥିବା ବେଳେ ପ୍ରକୃତରେ ଏହା କେତେ କାର୍ଯ୍ୟକ୍ଷମ ହେଉଛି, ତାହା ଏହି ମାମଲାରୁ ବୁଝାପଡ଼ୁଛି। ଏହି ଘଟଣାର ତଦନ୍ତ ନିହାତି ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।

Related story