ପିସିକୁ ପ୍ରଶ୍ରୟ ଦିଅନି: ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତାଗିଦ ସତ୍ତ୍ୱେ ବେଧଡ଼କ ଚାଲିଥିଲା ପିସି କାରବାର। ଏବେ ମୁଖ୍ୟ ଶାସନ ସଚିବଙ୍କ ପାଳି। ପିସି ବନ୍ଦ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଆସି ଚିଠି କରିଛନ୍ତି। ହିତାଧୀକାରୀଙ୍କୁ ପକ୍କାଘର ଦେବା ପାଇଁ କଣ କଣ ପଦକ୍ଷେପ ନିଆଯିବ ସେନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଚିଠିରେ ବିସ୍ତୃତ ଭାବେ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ହାତଗୁଞ୍ଜା ନେଉଥିବା ସରକାରୀ କର୍ମଚାରୀ ଓ ବ୍ୟକ୍ତି ବିଶେଷଙ୍କୁ […]

aditya-padhee

Rakesh Mallick
  • Published: Monday, 03 July 2017
  • , Updated: 03 July 2017, 08:53 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତାଗିଦ ସତ୍ତ୍ୱେ ବେଧଡ଼କ ଚାଲିଥିଲା ପିସି କାରବାର। ଏବେ ମୁଖ୍ୟ ଶାସନ ସଚିବଙ୍କ ପାଳି। ପିସି ବନ୍ଦ କରିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଆସି ଚିଠି କରିଛନ୍ତି।

ହିତାଧୀକାରୀଙ୍କୁ ପକ୍କାଘର ଦେବା ପାଇଁ କଣ କଣ ପଦକ୍ଷେପ ନିଆଯିବ ସେନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଚିଠିରେ ବିସ୍ତୃତ ଭାବେ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପ୍ରକାର ଦୁର୍ନୀତିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ। ହାତଗୁଞ୍ଜା ନେଉଥିବା ସରକାରୀ କର୍ମଚାରୀ ଓ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ସହ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଏତଲା ଦାୟର କରି ଫୌଜଦାରୀ ମାମଲା କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଗତକିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି ନେଇ ଏକ ଖବର ପ୍ରକାଶ ପାଇଥିଲା। ଅଭିଯୋଗ ଅନୁଯାୟୀ କିରେଇ ପଞ୍ଚାୟତ ମେଦିନୀପୁର ଗାଁର ଦ୍ରୌପଦୀ ଖଡ଼ଇାଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା। ଘର ତିଆରି ବାବଦକୁ ପ୍ରଥମ କିସ୍ତିରେ ୧୦,୦୦୦ ଟଙ୍କା ପାଇଥିଲେ। ଏଥିପାଇଁ କିରେଇ ପଂଚାୟତର ତତ୍କାଳୀନ ଜିପିଏସ୍ ଅଫିସ୍ ଖର୍ଚ୍ଚ ନାଁରେ ୫,୦୦୦ ଟଙ୍କା ହାତଗୁଞ୍ଜା ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଖବର ପ୍ରକାଶ ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଥିଲା।

Related story