ରୋଷେଇ କରୁଥିବା ବେଳେ ଫାଟିଗଲା ଷ୍ଟୋଭ୍‌, ୪ ଗୁରୁତର

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୋଷେଇ ବେଳେ ଷ୍ଟୋଭ ଫାଟିଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଏପରି ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଗତ ସନ୍ଧ୍ୟାରେ ଘଟିଛି।  ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା ସାତକୁରିଆ(୩) ଓ ପୁଅ ଆୟୁସ ସାତକରିଆ (ଦେଢ଼ବର୍ଷ)। ସୂଚନାଅନୁସାରେ, ପଦ୍ମା ରୋଷେଇ କରିବା ବେଳେ ଷ୍ଟୋଭ୍‌ଟି ହଠାତ୍ ଫାଟି ଯାଇଥିଲା। ଫଳରେ ନିକଟରେ ଥିବା ଭୈରବ ଓ ତାଙ୍କ […]

fire

Jyoshna Pradhan
  • Published: Tuesday, 01 October 2019
  • , Updated: 01 October 2019, 08:00 AM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୋଷେଇ ବେଳେ ଷ୍ଟୋଭ ଫାଟିଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଏପରି ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଗତ ସନ୍ଧ୍ୟାରେ ଘଟିଛି।  ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା ସାତକୁରିଆ(୩) ଓ ପୁଅ ଆୟୁସ ସାତକରିଆ (ଦେଢ଼ବର୍ଷ)।

ସୂଚନାଅନୁସାରେ, ପଦ୍ମା ରୋଷେଇ କରିବା ବେଳେ ଷ୍ଟୋଭ୍‌ଟି ହଠାତ୍ ଫାଟି ଯାଇଥିଲା। ଫଳରେ ନିକଟରେ ଥିବା ଭୈରବ ଓ ତାଙ୍କ ଦୁଇ ଛୁଆ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମେଡିକାଲ୍‌କୁ  ସ୍ଥାନାନ୍ତର କରାଯାଇଛି।  ତେବେ ପଦ୍ମା ଓ ତାଙ୍କ ପୁଅ ଆୟୁସର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଷ୍ଟୋଭ୍‌ଟି କେମିତି ଫାଟିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ।

 

Related story