୩ ଦିନ ଭିତରେ ରାସ୍ତାକଡ଼ ଦୋକାନୀଙ୍କୁ ମିଳିବ ସରକାରୀ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାସ୍ତାକଡ଼ ଦୋକାନୀଙ୍କ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିବା ପ୍ୟାକେଜକୁ ଆସନ୍ତା ୩ଦିନ ମଧ୍ୟରେ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ଆକାଉଣ୍ଟ କିମ୍ବା ନଗଦ ଅବା ପୁଣି ସହାୟତା ବଣ୍ଟନ ଶିବିର କରି ଏହି ସହାୟତା ରାଶି ଦୋକାନୀମାନଙ୍କୁ ଦେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏଥିଯୋଗୁ ରାଜ୍ୟର ପ୍ରାୟ ୬୫ ହଜାର ପଞ୍ଜିକୃତ ରାସ୍ତାକଡ଼ ଦୋକାନୀ […]

strrrr

Manoranjan Sial
  • Published: Monday, 30 March 2020
  • , Updated: 30 March 2020, 08:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାସ୍ତାକଡ଼ ଦୋକାନୀଙ୍କ ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିବା ପ୍ୟାକେଜକୁ ଆସନ୍ତା ୩ଦିନ ମଧ୍ୟରେ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ଆକାଉଣ୍ଟ କିମ୍ବା ନଗଦ ଅବା ପୁଣି ସହାୟତା ବଣ୍ଟନ ଶିବିର କରି ଏହି ସହାୟତା ରାଶି ଦୋକାନୀମାନଙ୍କୁ ଦେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏଥିଯୋଗୁ ରାଜ୍ୟର ପ୍ରାୟ ୬୫ ହଜାର ପଞ୍ଜିକୃତ ରାସ୍ତାକଡ଼ ଦୋକାନୀ ଉପକୃତ ହେବେ।

ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ତଥା ମ୍ୟୁନିସପାଲଟି ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ସମସ୍ତ ମହାନଗର ନିଗମର କମିଶନର, ପୌର ପରିଷଦ ଓ ଏନଏସିର ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି, କୋଭିଡ-୧୯ ପାଇଁ ରାଜ୍ୟରେ ଲକଡାଉନ୍ ହୋଇଥିବାରୁ ରାସ୍ତାକଡ଼ ଦୋକାନୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘୋଷଣା କରିଥିବା ସହାୟତାକୁ ସେମାନଙ୍କ ନିକଟରେ ଆସନ୍ତା ୩ଦିନ ମଧ୍ୟରେ ପହଂଚାଇବା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳରେ ପଞ୍ଜିକୃତ ଓ ଚିହ୍ନଟ ହୋଇଥିବା ରାସ୍ତାକଡ଼ ଦୋକାନୀଙ୍କ ତାଲିକା ମଧ୍ୟ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି। ଏହି ତାଲିକା ଆଧାରରେ ଦୋକାନୀମାନଙ୍କୁ ସହାୟତା ରାଶି ବଣ୍ଟନ କରି ବିନିଯୋଗ ପତ୍ର ତୁରନ୍ତ ବିଭାଗକୁ ଇ-ମେଲ୍ ମାଧ୍ୟମରେ ପଠାଇବାକୁ ସେ ପରାମର୍ଶ ଦେଇଛନ୍ତି।

ସମସ୍ତ ସହାୟତା ରାଶିକୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇବାକୁ କୁହାଯାଇଛି। ଯଦି କୌଣସି ରାସ୍ତାକଡ଼ ଦୋକାନୀଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିବ ତା’ହେଲେ ତାଙ୍କୁ ନଗଦ ଆକାରରେ ଏହି ସହାୟତା ଦିଆଯାଇପାରିବ। ମାତ୍ର ଏଥିପାଇଁ ସେ ଯେଉଁଠି ଦୋକାନ କରିଛନ୍ତି ତା’ର ୱାର୍ଡ ଅଫିସରଙ୍କ ପ୍ରମାଣପତ୍ର ଓ ପ୍ରାପ୍ତି ସ୍ୱୀକାର ସଂଗ୍ରହ କରିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ କରୋନା ପାଇଁ ରାଜ୍ୟ ସରକାର ଜାରି କରିଥିବା ସାମାଜିକ ଦୂରତ୍ୱ ନିୟମ ପାଳନ କରି ସହାୟତା ବଣ୍ଟନ ଶିବିର ଖୋଲି ଏହି ଅର୍ଥ ରାଶି ଦେବାକୁ କୁହାଯାଇଛି।

Related story