କଡ଼ା ତାଗିଦ ସହ ଘରୋଇ ହସ୍ପିଟାଲ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ କରୋନା ବିରୋଧରେ ଲଢ଼େଇ ଚାଲିଥିବା ବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୱିଧା ପ୍ରକାଶ କରୁଛନ୍ତି । ଏପରିକି ବହୁ ସମୟରେ ରୋଗୀଙ୍କୁ ଫେରାଇ ଦେଉଛନ୍ତି। ଏମିତି କିଛି ଘଟଣା ସାମ୍ନାକୁ ଆସିବା ପରେ ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ଚରମବାଣୀ ଶୁଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ। ଏପରି ଅଭିଯୋଗ ଆସିଲେ ସମ୍ପୃକ୍ତ ହସ୍ପିଟାଲ କିମ୍ବା ନର୍ସିଂହୋମ୍‌ର ରେଜିଷ୍ଟ୍ରେସନ୍ ରଦ୍ଦ କରାଯିବ ବୋଲି […]

hospital

hospital

Niharika Rout
  • Published: Saturday, 02 May 2020
  • Updated: 02 May 2020, 12:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ କରୋନା ବିରୋଧରେ ଲଢ଼େଇ ଚାଲିଥିବା ବେଳେ ବିଭିନ୍ନ ରୋଗରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ କିଛି ଘରୋଇ ହସ୍ପିଟାଲ ଚିକିତ୍ସା ସେବା ଯୋଗାଇ ଦେବାରେ ଦ୍ୱିଧା ପ୍ରକାଶ କରୁଛନ୍ତି । ଏପରିକି ବହୁ ସମୟରେ ରୋଗୀଙ୍କୁ ଫେରାଇ ଦେଉଛନ୍ତି। ଏମିତି କିଛି ଘଟଣା ସାମ୍ନାକୁ ଆସିବା ପରେ ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ଚରମବାଣୀ ଶୁଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ। ଏପରି ଅଭିଯୋଗ ଆସିଲେ ସମ୍ପୃକ୍ତ ହସ୍ପିଟାଲ କିମ୍ବା ନର୍ସିଂହୋମ୍‌ର ରେଜିଷ୍ଟ୍ରେସନ୍ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

ବିଶେଷ କରି ଡାଇଲେସିସ୍, ରକ୍ତ ସଂକ୍ରମଣ, କେମୋଥେରାପି ନେଉଥିବା ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସମେତ ଜଟିଳ ସେବା ଯୋଗାଇବା ନିମନ୍ତେ କିଛି ଘରୋଇ ହସ୍ପିଟାଲ ଦ୍ୱିଧା ପ୍ରକାଶ କରୁଛନ୍ତି । ତେଣୁ ଏକ୍ଷେତ୍ରରେ ଯତ୍ନବାନ ହେବା ସହ ରୋଗୀଙ୍କୁ ନଫେରାଇବାକୁ ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ୫ ବର୍ଷ ବୟସରୁ କମ୍ ବୟସ୍କ ଶିଶୁ, ସଂକ୍ରମଣ ରୋଗୀଙ୍କୁ ନଫେରାଇ ସେବା ଯୋଗାଇବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।  ଯେଉଁ ମେଡିକାଲଗୁଡିକ ନିର୍ଦ୍ଦେଶର ଖିଲାପ କରିବେ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ସମ୍ପୃକ୍ତ ହସ୍ପିଟାଲ କିମ୍ବା ନର୍ସିଂହୋମ୍‌ର ରେଜିଷ୍ଟ୍ରେସନ୍ ରଦ୍ଦ କରାଯିବ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଲେଖାଯାଇଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos