ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆଜି କଳାହାଣ୍ଡିରେ ସମସ୍ତ ସରକାରୀ ଅଫିସ୍ ବନ୍ଦ

ଭବାନୀପାଟଣା(ରାଜକୁମାର ସିଂହଦେଓ):କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ  ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନହେବ କଳାହାଣ୍ଡି ବାର୍‌ ଆସୋସିଏସନ୍‌  ଦାବି କରି ଆସୁଛି। ଏଥିନିମନ୍ତେ ପ୍ରତିବାଦ ସ୍ୱରୂପ ପ୍ରତିମାସର ଶେଷ ସୋମବାର ଭବାନୀପାଟଣାରେ ଥିବା ଜିଲ୍ଲାପାଳଙ୍କ ଅଫିସ୍‌ ସମେତ ସମସ୍ତ ସରକାରୀ ଅଫିସ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏଥିଯୋଗୁ ବହୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଓ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଜିଲ୍ଲାର ମଦନପୁର, ରାମପୁର, ନର୍ଲା,କେସିଙ୍ଗା, […]

kalahandi

Jyoshna Pradhan
  • Published: Monday, 26 August 2019
  • , Updated: 26 August 2019, 03:05 PM IST

ଭବାନୀପାଟଣା(ରାଜକୁମାର ସିଂହଦେଓ):କଳାହାଣ୍ଡି ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ  ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନହେବ କଳାହାଣ୍ଡି ବାର୍‌ ଆସୋସିଏସନ୍‌  ଦାବି କରି ଆସୁଛି। ଏଥିନିମନ୍ତେ ପ୍ରତିବାଦ ସ୍ୱରୂପ ପ୍ରତିମାସର ଶେଷ ସୋମବାର ଭବାନୀପାଟଣାରେ ଥିବା ଜିଲ୍ଲାପାଳଙ୍କ ଅଫିସ୍‌ ସମେତ ସମସ୍ତ ସରକାରୀ ଅଫିସ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏଥିଯୋଗୁ ବହୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ଓ ହଇରାଣ ହେଉଛନ୍ତି ସାଧାରଣ ଲୋକେ।

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଜିଲ୍ଲାର ମଦନପୁର, ରାମପୁର, ନର୍ଲା,କେସିଙ୍ଗା, ଜୟପାଟଣା, ଜୁନାଗଡ଼, କଲମପୁର, କୋକସରା ଓ ପ୍ରଭୃତି ବ୍ଲକ୍‌ରେ ଥିବା ତହସଲ ଅଫିସ୍‌ ଓ ସରକାରୀ କାର୍ଯ୍ୟାଳୟକୁ ବାର୍ ଆସୋସିଏସନ୍ ପକ୍ଷରୁ ବନ୍ଦ କରାଯାଇଛି।

ଏନେଇ କଳାହାଣ୍ଡି ଓକିଲ ସଂଘର ସଭାପତି କହିଛନ୍ତି,“କଳାହାଣ୍ଡିରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ଜିଲ୍ଲାର ସମସ୍ତ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଅବସରରେ ସମସ୍ତ କୋର୍ଟ, ରାଜ୍ୟ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ ଅଫିସ୍ ମଧ୍ୟ ବନ୍ଦ ରହିଛି। ଆମର ଦାବି ହେଉଛି କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ। ଏଥିସହ ହାଇକୋର୍ଟ ବେଞ୍ଚକୁ ନେଇ  ପାଲ୍ କମିଶନ ରିପୋର୍ଟ ପ୍ରସ୍ତୁତ କରିଥିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରାଯାଇ ନାହିଁ। ଏଣୁ ଆମେ ଦାବି କରୁଛୁ ଆସନ୍ତା ବିଧାନସଭାରେ ପାଲ୍‌ କମିଶନଙ୍କ ରିପୋର୍ଟକୁ ଉପସ୍ଥାପନ କରାଯାଉ।”

 

Related story