ହାଇକୋର୍ଟର ନୂଆ ବେଞ୍ଚ ଗଠନକୁ ତୀବ୍ର ବିରୋଧ, ମଉଳି ଯିବକି ଆଶା?

କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟର ନୂଆ ବେଞ୍ଚ ଗଠନ ନେଇ ସଞ୍ଚାର ହୋଇଥିବା ଆଶା ପୁଣି ଥରେ ମଉଳିବାକୁ ବସିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନକୁ ହାଇକୋର୍ଟ ଓକିଲ ସଂଘ ତୀବ୍ର ବିରୋଧ କରିବା ସହ ଏଥିନିମନ୍ତେ ଅଣ୍ଟା ଭିଡ଼ିଛି। ଏଥିଯୋଗୁ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ସମ୍ବଲପୁର ଓ ବ୍ରହ୍ମପୁର ବାର୍‌ ଆସୋସିଏଶନ କର୍ମକର୍ତ୍ତା। ସେମାନଙ୍କ ବର୍ଷ ବର୍ଷର ଦାବିକୁ ପୂରଣ କରା ନ ଗଲେ ଏହାର ପରିଣାମ ଭୟଙ୍କର ହେବା ସହ ରାଜ୍ୟ […]

High Court

High Court

Niharika Rout
  • Published: Thursday, 19 May 2022
  • Updated: 19 May 2022, 02:35 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ହାଇକୋର୍ଟର ନୂଆ ବେଞ୍ଚ ଗଠନ ନେଇ ସଞ୍ଚାର ହୋଇଥିବା ଆଶା ପୁଣି ଥରେ ମଉଳିବାକୁ ବସିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନକୁ ହାଇକୋର୍ଟ ଓକିଲ ସଂଘ ତୀବ୍ର ବିରୋଧ କରିବା ସହ ଏଥିନିମନ୍ତେ ଅଣ୍ଟା ଭିଡ଼ିଛି। ଏଥିଯୋଗୁ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ସମ୍ବଲପୁର ଓ ବ୍ରହ୍ମପୁର ବାର୍‌ ଆସୋସିଏଶନ କର୍ମକର୍ତ୍ତା। ସେମାନଙ୍କ ବର୍ଷ ବର୍ଷର ଦାବିକୁ ପୂରଣ କରା ନ ଗଲେ ଏହାର ପରିଣାମ ଭୟଙ୍କର ହେବା ସହ ରାଜ୍ୟ ବିଭାଜନକୁ ବି ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚେତାବନୀ ଦେଇଛନ୍ତି ଉଭୟ ଆସୋସିଏଶନର ବରିଷ୍ଠ  ଆଇନଜୀବୀ ।

ହାଇକୋର୍ଟର ନୂଆ ବେଞ୍ଚ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଚିଠି ଲେଖିବା ପରେ ପୁଣିଥରେ ହାଇକୋର୍ଟ ବେଞ୍ଚ ଗଠନ ନେଇ ଆଶା ସଂଚାର ହୋଇଥିଲା । ହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଂଚ ଗଠନକୁ ବିରୋଧ କରିଛି ହାଇକୋର୍ଟ ଓକିଲ ସଂଘ ।  ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଏ ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସଙ୍ଗରେ ନିଜର ସ୍ୱୀକୃତି ନଦେବାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ହାଇକୋର୍ଟ ବାର୍ ପକ୍ଷରୁ ଅନୁରୋଧ କରାଯିବ । ସେଥିପାଇଁ ଏକ ଆକ୍ସନ କମିଟି ଗଠନ କରାଯିବ ।

ମୁଖ୍ୟ ବିଚାରପତି ହାଇକୋର୍ଟ ବେଞ୍ଚ ଗଠନକୁ ନିଜର ସ୍ୱୀକୃତି ନ ଦେବାକୁ ଏକ ସ୍ମାରକପତ୍ର କମିଟି ପ୍ରସ୍ତୁତ କରିବ। ଏ ନେଇ ଗତକାଲି ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ଏହି ପ୍ରସ୍ତାବକୁ ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରାଯିବ ।

ତେବେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଏହି ପ୍ରସ୍ତାବ ପାରିତ ହେବା ପରେ ଦୀର୍ଘ ଦଶନ୍ଧି ଧରି ହାଇକୋର୍ଟ ବେଞ୍ଚ ପାଇଁ ଦାବି କରି ଆସୁଥିବା ସଂଗଠନଗୁଡିକୁ ଶକ୍ତ ଧକ୍କା ଲାଗିଛି ।  ତେବେ ରାଜ୍ୟର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତି ହାଇକୋର୍ଟ ଓକିଲ ସଂଘ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛି, ତାକୁ ନାପସନ୍ଦ କରିଛି ସମ୍ବଲପୁର ଓକିଲ ସଂଘ ।

ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନକୁ ନେଇ କେନ୍ଦ୍ର ସରକାର, ରାଜ୍ୟ ସରକାର, ରାଜ୍ୟବାସୀଙ୍କର ଆପତ୍ତି ନାହିଁ। ଏହାଦ୍ୱାରା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟଭାର କମିବ । ଲୋକେ ଶୀଘ୍ର ନ୍ୟାୟ ପାଇପାରିବେ । ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କ ବୃତ୍ତିଗତ ସ୍ୱାର୍ଥ ବାଧା ହେବା ଆଶଙ୍କାରେ ଉଦ୍ଦେଶ୍ୟମୂଳକ ଭାବେ ସେମାନେ ଏହାକୁ ବିରୋଧ କରୁଛନ୍ତି।  ତେଣୁ ଓଡ଼ିଶା ହାଇକୋର୍ଟ କାହା ଚାପରେ ନ ପଡ଼ି ନିଜ ସ୍ପଷ୍ଟ ମତ ସ୍ପଷ୍ଟ ରଖିବା ଦରକାର।

ବ୍ରହ୍ମପୁର ଓକିଲ ସଂଘ ସଦସ୍ୟ ନିର୍ମଳ ସାହୁ କହିଛନ୍ତି, ହାଇକୋର୍ଟ ବାର୍‌ ଆସୋସିଏଶନ  ଯେଉଁ ଦାବି କରିଛନ୍ତି ତାହା ଜନ ବିରୋଧୀ। ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ଆମେ ଦୀର୍ଘ ୩୨ ବର୍ଷ ହେଲା ଏହି ଆନ୍ଦୋଳନ କରିଛୁ। ମୁଖ୍ୟମନ୍ତ୍ରୀ ମୁଖ୍ୟ ବିଚାରପତିଙ୍କ ବିଚାରବିମର୍ଶ କରି ସହ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ଜଣାନ୍ତୁ। ନଚେତ ବିଭାଜନକୁ ଏଡ଼ାଇ ଦିଆଯାଇନପାରେ।

https://youtu.be/RUw2Z4EOWW8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story