ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଅଣ୍ଡା ଗ୍ରାମରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଚୁରାମାଡ଼। ଛୁରାମାଡ଼ରେ ସେ ଗୁରୁତର ହୋଇଛନ୍ତି। ଛାତ୍ର ଜଣକ ଅଣ୍ଡା ଗ୍ରାମର ମହତପଲା ସାହିର ପଞ୍ଚାନନ ଜେନାଙ୍କ ପୁଅ। ସେ ପ୍ରତିଦିନ ଭଳି ଆଜି ରାତି ପ୍ରାୟ ୯ଟା ବେଳେ ଟିଉସନ ସାରି ଘରକୁ ଫେରୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ପଛରୁ ଆସି ଚୁରା ମାରି ଫେରାର ହୋଇଯାଇଥିଲେ।
ସେ ତଳେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ତାଙ୍କୁ ଉଦ୍ଧାର ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଛୁରା ମାଡ଼ରେ ତାଙ୍କ ପିଠି ଚିରି ହୋଇଯାଇଛି। ଗଭୀର କ୍ଷତ ସୃଷ୍ଟି ହୋଇଛି। ଡାକ୍ତର ଏହାକୁ ସ୍ଟିଜ୍ ପକାଇ ବ୍ୟାଣ୍ଡେଜ୍ କରିଛନ୍ତି। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।
ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବାବେଳେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଘଟଣା ସ୍ଥଳରେ ପୁଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଜଙ୍ଗଲରେ ଥିଲା ୬୨ ଫୁଟ ଉଚ୍ଚ ସହିଦ ସ୍ତମ୍ଭ, ମାଟିରେ ମିଶାଇଲେ ଯବାନ
ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସବୁଠାରୁ ବିଶାଳ ସହିଦ ସ୍ତମ୍ଭ ମାଟିରେ ମିଶିଲା। ଉକ୍ତ ସ୍ତମ୍ଭକୁ ଧ୍ୱସଂ କରିଛନ୍ତି ଡିଆରଜି ଯବାନ ।
Miscellaneous
ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଗଡ଼ିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍
ଖୁବ୍ ଶୀଘ୍ର ଗ୍ରୀନ ହାଇଡ୍ରୋଜେନ୍ ବସ୍ ରାଜ୍ୟରେ ଗଡିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଗ୍ରୀନ ହାଇଡ୍ରୋଜେନ ବସ୍ ଗଡ଼ିବା ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।
Weather
ଲଘୁଚାପ ପ୍ରଭାବ; ଆଜି ଏହି ସବୁ ଜିଲ୍ଲାରେ ଛେଚିବ
ଲଘୁଚାପ ପ୍ରଭାବରେ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।
Politics
ରୁବେନଙ୍କୁ ନେଇ ବିଜେଡିରେ ଭିନ୍ନମତ: ବର୍ଷିଲେ ଅରୁଣ-ଅତନୁ, ପ୍ରସନ୍ନ କରିଥିଲେ ପ୍ରଶଂସା
ରୁବେନଙ୍କ ପୁସ୍ତକର ସଂଶୋଧିତ ସଂସ୍କରଣ ଗତ ଦୁଇଦିନ ତଳେ ଉନ୍ମୋଚନ ହେବା ପରଠୁ ରାଜନୀତିକ ଉଷ୍ମତା ଲାଗି ରହିଛି ।
Politics
କାହା ‘ପାପ’ ଧୋଇବାକୁ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଲେ ପାଣ୍ଡିଆନମାର୍କା ନେତା: ଆବଶ୍ୟକତା ନା ବାଧ୍ୟବାଧକତା?
ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ପରିଚାଳନାଗତ ତ୍ରୁଟି ଯୋଗୁ ବିଜେଡି ପରାଜିତ ହୋଇଛି ବୋଲି ସନ୍ଦେଶ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାରେ ତ୍ରୁଟିପୂର୍ଣ୍ଣ ନିର୍ବାଚନୀ ପରିଚାଳନାର ଅଭିଯୋଗ କରିଛି ଦଳ।