ଟିଉସନରୁ ଫେରୁଥିଲେ, ଦଶମ ଶ୍ରେଣୀ ଛାତ୍ରଙ୍କୁ ପଛରୁ ଭୁସିଲେ ଛୁରୀ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଅଣ୍ଡା ଗ୍ରାମରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଚୁରାମାଡ଼। ଛୁରାମାଡ଼ରେ ସେ ଗୁରୁତର ହୋଇଛନ୍ତି। ଛାତ୍ର ଜଣକ  ଅଣ୍ଡା ଗ୍ରାମର ମହତପଲା ସାହିର ପଞ୍ଚାନନ ଜେନାଙ୍କ ପୁଅ। ସେ ପ୍ରତିଦିନ ଭଳି ଆଜି ରାତି ପ୍ରାୟ ୯ଟା ବେଳେ ଟିଉସନ ସାରି ଘରକୁ ଫେରୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ପଛରୁ ଆସି ଚୁରା ମାରି ଫେରାର ହୋଇଯାଇଥିଲେ। ସେ ତଳେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ତାଙ୍କୁ […]

student

  • Published: Tuesday, 23 August 2022
  • , Updated: 23 August 2022, 09:54 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା ଅଣ୍ଡା ଗ୍ରାମରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ଚୁରାମାଡ଼। ଛୁରାମାଡ଼ରେ ସେ ଗୁରୁତର ହୋଇଛନ୍ତି। ଛାତ୍ର ଜଣକ  ଅଣ୍ଡା ଗ୍ରାମର ମହତପଲା ସାହିର ପଞ୍ଚାନନ ଜେନାଙ୍କ ପୁଅ। ସେ ପ୍ରତିଦିନ ଭଳି ଆଜି ରାତି ପ୍ରାୟ ୯ଟା ବେଳେ ଟିଉସନ ସାରି ଘରକୁ ଫେରୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ପଛରୁ ଆସି ଚୁରା ମାରି ଫେରାର ହୋଇଯାଇଥିଲେ।

ସେ ତଳେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ତାଙ୍କୁ ଉଦ୍ଧାର ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଛୁରା ମାଡ଼ରେ ତାଙ୍କ ପିଠି ଚିରି ହୋଇଯାଇଛି। ଗଭୀର କ୍ଷତ ସୃଷ୍ଟି ହୋଇଛି। ଡାକ୍ତର ଏହାକୁ ସ୍ଟିଜ୍ ପକାଇ ବ୍ୟାଣ୍ଡେଜ୍ କରିଛନ୍ତି। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଥିବାବେଳେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଘଟଣା ସ୍ଥଳରେ ପୁଲିସର ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Related story