- Videos
- Odisha
- ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
- Published: Monday, 09 April 2018
- , Updated: 09 April 2018, 10:37 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜର ଜଣେ ନର୍ସିଂ ଛାତ୍ରୀ ଅତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ଛାତ୍ରୀ ନିବାସର ତୃତୀୟ ମହଲା ଛାତରୁ ଡେଇଁ ସେ ଅତ୍ମହତ୍ୟା ଉଦ୍ୟମ କରିଥିଲେ।</p>
<p>ସେ ନର୍ସିଂ କଲେଜର ତୃତୀୟ ବର୍ଷର ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ହାଇଟେକ ମେଡିକାଲ କଲେଜ୍ ICUରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣା ପାଇଁ ନର୍ସିଂ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ ବୋଲି ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । କଲେଜ କର୍ତ୍ତୃପକ୍ଷ ମାନସିକ ନିର୍ଯାତନା ଦେଉଥିବା ଯୋଗୁଁ ସେ ଅତ୍ମହତ୍ୟା ଉଦ୍ୟମ କରିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି । ଏନେଇ ମଞ୍ଚେଶ୍ୱର ଥାନାରେ ଏକ ମାମଲା ରୁଜୁ ହୋଇଛି। ସେପଟେ ଅଭିଯୋଗକୁ କଲେଜ</p>
<p>ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି ।</p>