ପୁଅକୁ ମାରିଦେଲା ଗର୍ଲଫ୍ରେଣ୍ଡର ଏକ୍ସ ବୟଫ୍ରେଣ୍ଡ !

କଟକ (ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ନିଖୋଜ ହୋଇଥିଲେ କଟକ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇର ଛାତ୍ର ତୁଷାରକାନ୍ତ ସାହୁ। ଆଉ ଆଜି ମହାନଦୀ ଜୋବ୍ରା ଆନିକଟ ନିକଟରୁ ମିଳିଛି ତାଙ୍କ ମୃତଦେହ। ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ୍ସ ବୟଫ୍ରେଣ୍ଡ ହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  କାରଣ ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ୍ସ ବୟଫ୍ରେଣ୍ଡ ଅପହରଣ କରିଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ଗତ ୩ ତାରିଖରେ ତୁଷାର ବାଇକ୍‌ ନେଇ ଘରୁ କେଉଁଆଡ଼େ […]

tusarkanta sahu

tusarkanta sahu

Niharika Rout
  • Published: Thursday, 05 August 2021
  • Updated: 05 August 2021, 02:38 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ ନିଖୋଜ ହୋଇଥିଲେ କଟକ ଖ୍ରୀଷ୍ଟ କଲେଜର ଯୁକ୍ତ ଦୁଇର ଛାତ୍ର ତୁଷାରକାନ୍ତ ସାହୁ। ଆଉ ଆଜି ମହାନଦୀ ଜୋବ୍ରା ଆନିକଟ ନିକଟରୁ ମିଳିଛି ତାଙ୍କ ମୃତଦେହ। ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ୍ସ ବୟଫ୍ରେଣ୍ଡ ହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  କାରଣ ତୁଷାରଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଏକ୍ସ ବୟଫ୍ରେଣ୍ଡ ଅପହରଣ କରିଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା।

ଗତ ୩ ତାରିଖରେ ତୁଷାର ବାଇକ୍‌ ନେଇ ଘରୁ କେଉଁଆଡ଼େ ବାହାରି ଯାଇଥିଲେ। ତା’ପରେ ସେ ଫେରି ନଥିଲେ। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ। ଏହା ପରେ ସେମାନେ କ୍ୟାଣ୍ଟେନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଅର ଗର୍ଲଫ୍ରେଣ୍ଡଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଅପହରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

ଆଜି ଧବଳେଶ୍ୱର ଘାଟରୁ ତୁଷାରଙ୍କ ବାଇକ୍‌ ମିଳିଥିବା ବେଳେ ପୁଲିସ୍‌ ଉପସ୍ଥିତିରେ ମହାନଦୀରେ ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ କଟକ ମହାନଦୀ ଜୋବ୍ରା ଆନିକଟରୁ ତୁଷାରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାର ଲୋକ ତାଙ୍କ ମୃତଦେହକୁ ଚିହ୍ନଟ କରିଥିବା ବେଳେ, ତାଙ୍କର ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ହୋଇପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos