ରୁବେଲା ଟୀକା ନେଇ ପୁଣି ଜଣେ ଛାତ୍ରଙ୍କ ମୃତ୍ୟୁ

ପାରାଦୀପ(ଓଡ଼ିଶା ରିପୋର୍ଟର): ରୁବେଲା ଟୀକା ନେଇ ପୁଣି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଥିର ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ। କୁଜଙ୍ଗ ବ୍ଳକ ପୋତାନଈ ପଞ୍ଚାୟତର ଓକଲା ସ୍କୁଲରେ ପଢ଼ୁଥିବା ପ୍ରୟାସ ମୁଦୁଲିଙ୍କର ମୃତ୍ୟୁ ଘଟିଛି। ପ୍ରୟାସ ଗତ ୩ ତାରିଖରେ ସ୍କୁଲରେ ରୁବେଲା ଟୀକା ନେଇଥିଲେ। ସେହି ସମୟରେ ସେ ଅଚେତ ହୋଇ ପଡିଥିଲେ। ପରେ ସୁସ୍ଥ ହୋଇ ଘରକୁ ଯାଇଥିଲେ। କିନ୍ତୁ ସେହି ଦିନଠାରୁ ତାଙ୍କୁ ଜ୍ୱର ହେବା ସହିତ ଅସୁସ୍ଥ ରହିଥିଲେ। ସେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଛନ୍ତି।