ସ୍କୁଲରୁ ଫେରୁଥିବା ବେଳେ ଛାତ୍ରଙ୍କ ଉପରେ ମାଡିଗଲା ଟ୍ରକ୍‌

ଯାଜପୁର (ଓଡ଼ିଶା ରିପୋର୍ଟର): ସ୍କୁଲରୁ ଘରକୁ ଫେରୁଥିବା ବେଳେ ମାଡ଼ିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ଛାତ୍ରଙ୍କ ଜୀବନ। ଆଜି ଏମିତି ଦୁର୍ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳରେ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କୁରୁପଦା ଗାଁର ଶଶିକାନ୍ତ ଦାସଙ୍କ ପୁଅ ରାକେଶ ଘଣ୍ଟେଶ୍ୱର ନୋଡାଲ ୟୁପି ସ୍କୁଲରେ ପଢ଼ନ୍ତି। ସେ ସବୁଦିନ ପରି ଆଜି ସ୍କୁଲ ଯାଇଥିଲେ। ଆଉ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ। […]

student-death-in-truck-accident-in-jajpur

Manoranjan Sial
  • Published: Monday, 06 January 2020
  • , Updated: 06 January 2020, 09:12 PM IST

ଯାଜପୁର (ଓଡ଼ିଶା ରିପୋର୍ଟର): ସ୍କୁଲରୁ ଘରକୁ ଫେରୁଥିବା ବେଳେ ମାଡ଼ିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ଛାତ୍ରଙ୍କ ଜୀବନ। ଆଜି ଏମିତି ଦୁର୍ଘଟଣା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳରେ ଘଟିଛି। ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

କୁରୁପଦା ଗାଁର ଶଶିକାନ୍ତ ଦାସଙ୍କ ପୁଅ ରାକେଶ ଘଣ୍ଟେଶ୍ୱର ନୋଡାଲ ୟୁପି ସ୍କୁଲରେ ପଢ଼ନ୍ତି। ସେ ସବୁଦିନ ପରି ଆଜି ସ୍କୁଲ ଯାଇଥିଲେ। ଆଉ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ। ଠିକ୍‌ ଏହି ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ତାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯିବାକୁ ଚେଷ୍ଟ କରୁଥିଲା। ତେବେ ପାଣିକୋଇଲି ପୁଲିସ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ବୁଝାସୁଝା କରିବା ପରେ ପରିବେଶ ଶାନ୍ତ ପଡ଼ିଛି।

Related story