କାଲି ବାହାରିବ ପରୀକ୍ଷା ଫଳ, ଆଜି ବୁଡ଼ିଗଲେ
- Published: Sunday, 06 May 2018
- , Updated: 06 May 2018, 06:04 PM IST
<p>କଟକ (ପ୍ରଭାତ ବିଶୋଇ): ରାତି ପାହିଲେ ମାଟ୍ରିକ ଫଳ ବାହାରିବ। ପାସ୍‌, ଫେଲ୍‌ର ହିସାବ ନିକାସ ସରିଯାଇଛି। ଯିଏ ଯେମିତି ଲେଖିଥିବ ସେ ସେମିତି ଫଳ ହାତେଇଥିବ। ହେଲେ ସେତେବେଳ ଯାଏଁ ଅପେକ୍ଷା କଲେନି ସେ । ପାଣିରେ ବୁଡି ନିଖୋଜ ହୋଇ ପ୍ରାଣ ହରାଇଲେ ଅଭିଷେକ ।</p>
<p>ଘଟଣାଟି ଘଟିଛି କଟକରେ। ନିଜ ସାଙ୍ଗମାନଙ୍କ ସହ କାଠଯୋଡି ନଦୀପଠାକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ ଅଭିଷେକ ରାୟ। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ।</p>
<p>ନିଜର ୪ ଜଣ ସାଥିଙ୍କୁ ନେଇ ଆଜି ଗାଧୋଇ ଯାଇଥିଲା ବେଳେ ଖବର ମିଳିଲା ପାଣିରେ କେତେଜଣ ପିଲା ବୁଡ଼ି ଯାଉଛନ୍ତି। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ସୌଭାଗ୍ୟକୁ ଉଦ୍ଧାର ହୋଇଥିଲା ୩ ଜଣ। ହେଲେ ମଧୁପାଟଣା ଅଞ୍ଚଳର ଅଭିଷେକଙ୍କ ପତ୍ତା ମିଳି ନ ଥିଲା। ଖୋଜିଖୋଜି ନୟାନ୍ତ ହେବା ପରେ ପ୍ରାୟ ୫ଟା ବେଳେ ଦମକଳ କର୍ମଚାରୀ ଅଭିଷେକଙ୍କ ମୃତଦେହ ଉଦ୍ଧାର କରିଥିଲେ।</p>