ସମ୍ବଲପୁର(ସଞ୍ଜୟ ଜେନା): ଗତକାଲି ସମ୍ବଲପୁର ସହର ଲକ୍ଷ୍ମୀ ଟକିଜ ଛକ ନିକଟରେ ଫ୍ଲାଏ ଓଭରରୁ ତଳକୁ ଖସି ଗୁରୁତର ହୋଇଥିବା ଛାତ୍ରଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ କ୍ଲିଫର୍ଡ କୁଜୁର । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳେ ସେଠାରେ ସେ ଆଖି ବୁଜିଛନ୍ତି।
କ୍ଲିଫର୍ଡଙ୍କ ଘର ସମ୍ବଲପୁର ସହରର ସରଳା କଲୋନୀରେ। ସେ ସ୍ଥାନୀୟ ସେଣ୍ଟ ଜୋସେଫ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ।
ଗତକାଲି ସ୍କୁଲରେ ପରୀକ୍ଷା ଥିଲା। ପରୀକ୍ଷା ସାରି କ୍ଲିଫର୍ଡ ଅପରାହ୍ନ ଗୋଟାଏରେ ସାଇକେଲ ଯୋଗେ ଘରକୁ ବାହାରିଥିଲେ। ଏଥିନିମନ୍ତେ ସେ ଫ୍ଲାଏ ଓଭର ଅତିକ୍ରମ କରୁଥିବା ବେଳେ ଅଚାନକ ତଳକୁ ଖସି ପଡ଼ିଥିଲେ ବୋଲି କୁହାଯାଉଛି। ତେବେ ସେ କିପରି ତଳକୁ ଖସିଲେ ନା ତାଙ୍କୁ କିଏ ତଳକୁ ଠେଲି ଦେଇଥିଲା, ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ତାଙ୍କ ସାଇକେଲଟି ଫ୍ଲାଏ ଓଭର ଉପରେ ଥୁଆ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଘ ମାରି ଖାଇଥିଲେ, ବାସନ୍ଦ ହେଲେ ୪ ପରିବାର
ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ଜଗବନ୍ଧୁଙ୍କୁ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ଚିକିତ୍ସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଉଛି। ଗିରଫ ବେଳେ ୩ ଅଭିଯୁକ୍ତ ବାଘ ଶିକାର କରି ଖାଇଥିବା ସ୍ୱୀକାର କରିଥିଲେ।
Crime
ଅଫିସ୍ରେ ମାତାଲ RI କହୁଛନ୍ତି- ମୋଦି ମୋର ଫ୍ରେଣ୍ଡ, ଚାହିଁଲେ ପ୍ରଧାନମନ୍ତ୍ରୀ ହୋଇଯିବି
ଖଜଣା ଦେଇ ପାଉତି କାଟିଲେ ଚାଷୀମାନେ ଫସଲ କ୍ଷୟକ୍ଷତି ପାଇଁ ଆବେଦନ କରିବେ। ହେଲେ ଦୁର୍ଭାଗ୍ୟର ବିଷୟ ବୌଲାଙ୍ଗ ଆର୍ଆଇ ଅଫିସ୍ରେ ନାହାଁନ୍ତି। ତେଣୁ ଚାଷୀମାନେ ପଟା ଓ ପାଉତି ଧରି ଆର୍ଆଇ ଅଫିସ୍ ଆଗରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ।
Crime
ନାସିରା ଖାତୁନ ଓ ଅବିଦା ଖାତୁନଙ୍କୁ ଜେରା କରିବ ନାର୍କୋଟିକ୍ସ ବିଭାଗ
ଗତ ୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ୯ କେଜି ମାରିଜୁଆନା ଜବତ ହୋଇଥିଲା। ପଶ୍ଚିମବଙ୍ଗର ୨ ମହିଳା ନାସିରା ଖାତୁନ୍ ଓ ଅବିଦା ଖାତୁନ୍ଙ୍କୁ ଦୁଇଟି ଟ୍ରଲି ବ୍ୟାଙ୍ଗରେ ମାରିଜୁନା ଧରି ଆସୁଥିବା ଅଭିଯୋଗ ହୋଇଥିଲା।
Politics
ଶଙ୍ଖ ଭବନ ହୋଟେଲ୍ରେ ପରିଣତ ହୋଇଛି: ଜଗା; ଜବାବ ରଖିଲେ ଅରୁଣ
ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ହୋଟେଲ୍ ମନ୍ତବ୍ୟର ଜବାବ ରଖିଛନ୍ତି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ। ସେ କହିଛନ୍ତି, ରେଲୱେର କ୍ୟାଣ୍ଟିନ୍ ଅଛି। ସଂସଦରେ ମଧ୍ୟ କ୍ୟାଣ୍ଟିନ୍ ରହିଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି, ତାହା ମିଡିଆରେ ଦେଖାଯାଉଛି।
Miscellaneous
ଗଞ୍ଜାମରୁ ବ୍ରହ୍ମଗିରି ଯାଉଥିଲା ୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ
ଏତେ ପରିମାଣର ଗଞ୍ଜେଇ ଗଞ୍ଜାମର ଶେରଗଡ଼ ଅଞ୍ଚଳରୁ ନିରାକାରପୁର ଦେଇ ବ୍ରହ୍ମଗିରି ଯାଉଥିଲା। କିନ୍ତୁ ନରାକରପୁର ଠାରେ ଏହାକୁ ଜବତ କରାଯାଇଛି।