ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ଭିନ୍ନମୋଡ଼: ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ଗିରଫ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଘଟଣା  ଭିନ୍ନ ମୋଡ଼ ନେଇଛି। ଘଟଣାର ସାକ୍ଷୀ କୁହାଯାଉଥିବା ଅଧ୍ୟାପକ ଗିରଫ ହେବା ପରେ ଘଟଣାର ଭିନ୍ନ ଦିଗ ଉନ୍ମୋଚନ ହୋଇଛି। ଅଧ୍ୟାପକ ଅଜୟ କୁମାର ସୂତାର ହିଁ ଅସଦାଚରଣ ଘଟଣାର ମୁଖ୍ୟ ଅଭିଯୁକ୍ତ। ଅଧ୍ୟାପକ ଦୁଷ୍କର୍ମ କରି ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଚାହୁଁଥିଲେ ବୋଲି ପୋଲିସ କହିଛି। ଗତ ୪ ଦିନ ଧରି ପୋଲିସ ସମ୍ପୃକ୍ତ ଅଧ୍ୟାପକଙ୍କୁ ଅଟକ ରଖି […]

matyhili

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 02:48 PM IST

ମାଲକାନଗିରି:  ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି କଲେଜ ଛାତ୍ରୀଙ୍କୁ ଅସଦାଚରଣ ଘଟଣା  ଭିନ୍ନ ମୋଡ଼ ନେଇଛି। ଘଟଣାର ସାକ୍ଷୀ କୁହାଯାଉଥିବା ଅଧ୍ୟାପକ ଗିରଫ ହେବା ପରେ ଘଟଣାର ଭିନ୍ନ ଦିଗ ଉନ୍ମୋଚନ ହୋଇଛି। ଅଧ୍ୟାପକ ଅଜୟ କୁମାର ସୂତାର ହିଁ ଅସଦାଚରଣ ଘଟଣାର ମୁଖ୍ୟ ଅଭିଯୁକ୍ତ। ଅଧ୍ୟାପକ ଦୁଷ୍କର୍ମ କରି ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ଚାହୁଁଥିଲେ ବୋଲି ପୋଲିସ କହିଛି।

ଗତ ୪ ଦିନ ଧରି ପୋଲିସ ସମ୍ପୃକ୍ତ ଅଧ୍ୟାପକଙ୍କୁ ଅଟକ ରଖି ପଚାରାଉଚରା ଚଳାଇଥିଲା। ଆଜି ତାଙ୍କୁ ଗିରଫ କରାଯାଇଛି। ସେପଟେ ତିନି ଯୁବକଙ୍କ ବିରୋଧରେ ଆସିଥିବା ଅଭିଯୋଗ ସେମାନଙ୍କୁ ଫସାଇବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପୋଲିସ କହିଛି।

ଗତ ୭ ତାରିଖରେ ଗୋବିନ୍ଦପାଲି କଲେଜର ଜଣେ ଛାତ୍ରୀଙ୍କୁ କିଛି ଅଣଛାତ୍ର ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

 

 

 

Related story