ରାଜଧାନୀରେ ବି ଛାତ୍ର ନିର୍ଯାତନା, ପ୍ରେମ ପାଇଁ ଆଣ୍ଠେଇ ଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୈକ୍ଷିକ ବାତାବରଣରେ ଦେଖିବାକୁ ମିଳିଛି ଅସଭ୍ୟ ଆଚରଣ ।  ଜୁନିୟରଙ୍କୁ ସିନିୟର ଖୁଲମଖୁଲା ରାଗିଂ କରୁଥିବା ବେଳେ ନିଜ ରାଗ ଶୁଝାଇବାକୁ ବି ପଛାଉ ନାହାନ୍ତି। ଏପରିକି ବେଳେବେଳେ ଦୁଇଟି କଲେଜର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାର ନଜରୀ ରହିଛି । ବ୍ରହ୍ମପୁର, ଢେଙ୍କାନାଳ ପରେ ଏବେ ଖୋଦ ରାଜଧାନୀ ଛାତି ଉପରେ ଦେଖିବାକୁ ମିଳୁଛି ଏପରି ନିନ୍ଦନୀୟ ଘଟଣା। ପ୍ରେମଜନିତ ବ୍ୟାପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି […]

pic

pic

Niharika Rout
  • Published: Wednesday, 23 November 2022
  • Updated: 24 November 2022, 02:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୈକ୍ଷିକ ବାତାବରଣରେ ଦେଖିବାକୁ ମିଳିଛି ଅସଭ୍ୟ ଆଚରଣ ।  ଜୁନିୟରଙ୍କୁ ସିନିୟର ଖୁଲମଖୁଲା ରାଗିଂ କରୁଥିବା ବେଳେ ନିଜ ରାଗ ଶୁଝାଇବାକୁ ବି ପଛାଉ ନାହାନ୍ତି। ଏପରିକି ବେଳେବେଳେ ଦୁଇଟି କଲେଜର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବାର ନଜରୀ ରହିଛି । ବ୍ରହ୍ମପୁର, ଢେଙ୍କାନାଳ ପରେ ଏବେ ଖୋଦ ରାଜଧାନୀ ଛାତି ଉପରେ ଦେଖିବାକୁ ମିଳୁଛି ଏପରି ନିନ୍ଦନୀୟ ଘଟଣା। ପ୍ରେମଜନିତ ବ୍ୟାପାରକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି ।

ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଏଥିରେ ଜଣେ ଛାତ୍ର ଖୁଲମଖୁଲା ଆଉ ଜଣେ ଛାତ୍ରଙ୍କୁ ଆଣ୍ଠେଇ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଏହା କେବେକାର ଭିଡିଓ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍‌ ଏହାର ଖୋଳତାଡ଼ ଆରମ୍ଭ କରିଛି।

ଭୁବନେଶ୍ୱରର ଦୁଇଟି କଲେଜର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ବେଳର ଭିଡିଓ ଏବେ ସୋଶାଲ ମିଡିଆରା ଭାଇରାଲ ହେବାରେ ଲାଗିଛି । ଏହି  ଭିଡିଓରେ ଦେଖା ଯାଇଛି ଯେ, ଜଣେ ଛାତ୍ରଙ୍କୁ ଆଉ କିଛି ପିଲା ଘେରି ରହିଛନ୍ତି । ସେହି ପିଲାକୁ ଆଣ୍ଠେଇ କରି ତାକୁ ଧମକଚମକ ଦିଆଯାଉଛି । ତାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରାଯାଉଛି  । ଏପରିକି ପିଲାକୁ ମାଡ଼ ମରାଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି ।

ଏହି ପିଲା ଜଣକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ର ବୋଲି ଜଣାପଡ଼ିଥିବା ବେଳେ ତାକୁ ଧମକ ଚମକ ଦେଉଥିବା ପିଲାଟି ଆଉ ଏକ କଲେଜର ବୋଲି ଜଣାପଡ଼ିଛି । ନିର୍ଯାତନାର ଶିକାର ହୋଇଥିବା ପିଲାଟି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି  ।ତାଙ୍କ ବୟାନ ରେକର୍ଡକରିଛି ପୁଲିସ।

https://youtu.be/LdyoEmDgdGw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos