ଭବାନୀପାଟଣା (ରାଜକୁମାର ସିଂହଦେଓ): ରନ୍ଧା ଖାଦ୍ୟ ଯୋଗାଇବା ବନ୍ଦ କରିଦେଲେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ। ଯେଉଁଥିପାଇଁ ଦିନ ସାରା ଖାଡ଼ା ଉପବାସରେ ରହିଛନ୍ତି ଛାତ୍ରଛାତ୍ରୀ। ହେଲେ ପ୍ରଧାନଶିକ୍ଷକଙ୍କ ଦେଖାନାହିଁ। ଆଜି ଏପରି ଚିତ୍ର ଆସିଛି କଳାହାଣ୍ଡି ଜିଲ୍ଲାରୁ।
ଲାଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ ଛତ୍ରପୁର ଏକ ଆବାସିକ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଓ ହଷ୍ଟେଲ୍କୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ରନ୍ଧା ଖାଦ୍ୟ ଯୋଗାଉଥିଲେ। ହେଲେ ଗତ ତିନି ମାସରେ ପ୍ରଧାନଶିକ୍ଷକ ମମତା ସେନାପତି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଟଙ୍କା ଦେଉନଥିଲେ। ଏନେଇ ମହିଳାମାନେ ଜିଲ୍ଲପାଳ ଓ WEOଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର କେହି କର୍ଣ୍ଣପାତ କରିନଥିଲେ।
ଶେଷରେ କିଛି ଉପୟ ନପାଇ ମହିଳାମାନେ ଆଜି ହଷ୍ଟେଲକୁ ଦେଉଥିବା ରନ୍ଧା ଖାଦ୍ୟ ବନ୍ଦ କରିଦେଇଥିଲେ। ଏପରିକି ସ୍କୁଲରେ ତାଲା ପକାଇ ଦେଇଥିଲେ। ଯେଉଁଥିପାଇଁ ହଷ୍ଟେଲରେ ରହୁଥିବା ପିଲାମାନେ ଦିନ ସାରା ଭୋକ ଉପବାସରେ ରହିଛନ୍ତି। ହକି ବିଶ୍ୱକପ୍ ପ୍ରମୋସନ୍ରେ ମିତିଥିବା ପ୍ରଶାସନ ଏଥିପ୍ରତି ତଳେ ମାତ୍ର ନଜର ଦେଇନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।