ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବୌଦ୍ଧ:(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ବାଉଁଶୁଣିର ସଂସ୍କାର ଜୁନିଅର କଲେଜରେ ଲଙ୍କାକାଣ୍ଡ । କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଛାତ୍ରଛାତ୍ରୀ । ଆସବାବ ପତ୍ର ଭାଙ୍ଗିବା ସହିତ କାଗଜପତ୍ର ଚିରି ଦେଇଛନ୍ତି ପିଲାମାନେ। ଯୁକ୍ତ ଦୁଇ ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରଛାତ୍ରୀମାନେ ଏପରି ହଙ୍ଗାମା କରିଛନ୍ତି। ଏ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଦେବା ଲାଗି ୫୦ରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିଥିଲେ। କିନ୍ତୁ ଆସି ନ ଥିଲା ଆଡମିଟ୍ କାର୍ଡ। ତେଣୁ ସେମାନେ ପରୀକ୍ଷା ଦେଇପାରି ନ ଥିଲେ।</p> <p>ପ୍ରିନ୍ସପାଲଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳି ନ ଥିଲା। ଆଜି ପୁଣି ଥରେ କଲେଜକୁ ଏ ସଂପର୍କରେ ବୁଝିବାକୁ ଆସିଥିବା ବେଳେ ସେମାନେ ଦେଖିଥିଲେ ଯେ, କଲେଜ ବନ୍ଦ ଅଛି। ଏହା ପରେ ପିଲାଙ୍କର ରାଗ ଚରମସୀମାରେ ପହଞ୍ଚିଥିଲା। ଆଉ ସେମାନେ ଭଙ୍ଗାରୁଜା କରିଛନ୍ତି। କଲେଜ କର୍ତ୍ତୃପକ୍ଷଙ୍କ ନାଁରେ ବାଉଁଶୁଣୀ ଥାନାରେ ଠକେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ସେପଟେ କଲେଜର କୌଣସି ଅଧିକାରୀଙ୍କ ପତ୍ତା ନାହିଁ । ଏଥିପାଇଁ କଲେଜର ସ୍ୱକୃତୀ ଅଛି କି ନାହିଁ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।