ସ୍କୁଲ ଆଗରେ ଚଣା,ମୁଢ଼ି ବିକିଲେ ଛାତ୍ର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ୟୁନିଫର୍ମ ପିନ୍ଧି ଘରୁ ସ୍କୁଲମୁହାଁ ହେଲେ ଛାତ୍ର ଜଣକ । ହେଲେ ହାତରେ ନ ଥିଲା ବହି, ଖାତା କି କଲମ । ସବୁ ପିଲା ସ୍କୁଲ ଯାଇ କ୍ଲାସ୍‌ରେ ବସିଥିବା ବେଳେ ଏହି ପିଲାଟି କିନ୍ତୁ ସ୍କୁଲ ପରିସରରେ ପ୍ରବେଶ ନ କରି ଗେଟ୍‌ ବାହାରେ ବସିଲେ । ସବୁ ପିଲା ପାଠ ପଢ଼ୁଥିବା ବେଳେ ଏହି ପିଲାଟି ଖରାରେ ଚଣା,ମୁଢ଼ି, ବିସ୍କୁଟ ଓ ଚକୋଲେଟ୍‌ର ପସରା ମେଲି ବିକ୍ରି କରିବାକୁ ଲାଗିଲେ। […]

student

student

Niharika Rout
  • Published: Friday, 26 August 2022
  • Updated: 26 August 2022, 02:50 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ୟୁନିଫର୍ମ ପିନ୍ଧି ଘରୁ ସ୍କୁଲମୁହାଁ ହେଲେ ଛାତ୍ର ଜଣକ । ହେଲେ ହାତରେ ନ ଥିଲା ବହି, ଖାତା କି କଲମ । ସବୁ ପିଲା ସ୍କୁଲ ଯାଇ କ୍ଲାସ୍‌ରେ ବସିଥିବା ବେଳେ ଏହି ପିଲାଟି କିନ୍ତୁ ସ୍କୁଲ ପରିସରରେ ପ୍ରବେଶ ନ କରି ଗେଟ୍‌ ବାହାରେ ବସିଲେ । ସବୁ ପିଲା ପାଠ ପଢ଼ୁଥିବା ବେଳେ ଏହି ପିଲାଟି ଖରାରେ ଚଣା,ମୁଢ଼ି, ବିସ୍କୁଟ ଓ ଚକୋଲେଟ୍‌ର ପସରା ମେଲି ବିକ୍ରି କରିବାକୁ ଲାଗିଲେ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସିର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ। ନିଜ ଗାଁ ସ୍କୁଲରେ ପଢ଼ିବାକୁ ପିଲାଟି ବାରମ୍ବାର ଦୌଡ଼ି ମଧ୍ୟ ଆଡମିଶନ ମିଳୁ ନ ଥିବାରୁ ଏଭଳି ଭାବେ ପ୍ରତିବାଦ ଜଣାଇଛି।

କୁମାରୀ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ ଶିବ ଶଙ୍କର ପଣ୍ଡା ନିକଟସ୍ଥ ଚଢେଆପଲ୍ଲୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ତେବେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାରୁ ନିଜ ଗ୍ରାମସ୍ଥିତ ସ୍କୁଲରେ ନାମ ଲେଖାଇବା ପାଇଁ ସ୍ଥିର କଲେ। ଏଥିନିମନ୍ତେ ତାଙ୍କ ଅଭିଭାବକ  ଟ୍ରାନ୍ସଫର ସାର୍ଟିଫିକେଟ ଆଣି  ଗତ ୧୩ ତାରିଖରେ କୁମାରୀ ସ୍କୁଲକୁ ନାମ ଲେଖାଇବା ପାଇଁ ଯାଇଥିଲେ।  ତେବେ ଏହି ସାର୍ଟିଫିକେଟ ହେବ ନାହିଁ ଅନ୍‌ଲାଇନ୍‌ ସାର୍ଟିଫିକେଟ ଆଣିଲେ ହିଁ ହେବ କହି ପ୍ରଧାନ ଶିକ୍ଷୟିତ୍ରୀ ଫେରାଇ ଦେଇଥିବା କହିଛନ୍ତି କୃଷ୍ଣଚନ୍ଦ୍ର ପଣ୍ଡା ।

ଏହାକୁ ନେଇ ସେ ପୁଣି ଚଢ଼େଆପଲ୍ଲୀ ସ୍କୁଲ ଯାଇ ଜଣାଇଥିଲେ। ଏହାପରେ କୁମାରୀ ସ୍କୁଲ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବହୁବାର ଦୌଡ଼ି  ନୟାନ୍ତ ହୋଇଥିଲେ ମଧ୍ୟ କେହି ତାଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଲେନାହିଁ । ଶେଷରେ ଛାତ୍ରଙ୍କ ସହ ତାଙ୍କ ଅଭିଭାବକ କୁମାରୀ ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଅଭିନବ ପ୍ରତିବାଦ କରି ଛାତ୍ର ଜଣକ ଚଣା, ମୁଢ଼ି ବିକ୍ରି କରିଥିଲେ। ଗତକାଲି ଟାଣ ଖରାରେ ପିଲାଟି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ମୁଢ଼ି, ଚଣା ବିକିଥିଲା। ଏହାପରେ ପିଲାମାନେ ସ୍କୁଲରୁ ଫେରିବା ପରେ ସେ ବି ଘରକୁ ପଳାଇଥିଲା। ଆଡମିଶନ ନ ମିଳିବା ପର୍ଯ୍ୟନ୍ତ ପିଲାଟି ଏହିପରି ଭାବେ ଚଣା, ମୁଢ଼ି ବିକିବ ବୋଲି ତା’ ଅଭିଭାବକ କହିଛନ୍ତି।

ଏନେଇ କୁମାରୀ ଗ୍ରାମ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି, ଗତ ଶୁକ୍ରବାର ଶିବ ଶଙ୍କର ପଣ୍ଡାଙ୍କ ଅଭିଭାବକ ମୋତେ ଟିସି ଦେଇଛନ୍ତି। ମୁଁ ତାଙ୍କୁ ଡକାଇଥିବା ବେଳେ ସେ ଆସି ନାହାନ୍ତି। ପିଲାଟି ସ୍କୁଲ ଆଗରେ ବସିଥିବା ଖବର ବିଷୟରେ ଅଜ୍ଞ ଥିବା କହିଛନ୍ତି। ଏଥିସହ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

https://youtu.be/PVAHrAS7j_A

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story